ଖଜୁରୀପଡ଼ା ୨୬/୧୦(ଆପ୍ର) : ଖଜୁରୀପଡ଼ା ଥାନା ଅଂଚଳରେ ଜଣେ ଯୁବକର ଗଳିତ ଶବ ଜଙ୍ଗଲରୁ ଉଦ୍ଧାର କରିଛି ପୁଲିସ । ମୃତକ ଜଣକ ଦଳପଡ଼ା ପଞ୍ଚାୟତ ବ୍ରଡିଗୁଡ଼ା ଗ୍ରାମର ମଛେନ୍ଦ୍ର ବେହେରାଙ୍କ ପୁଅ ସାନୁଜ ବେହେରା(୨୨) ।
ପଞ୍ଚାୟତ ବ୍ରଡିଗୁଡ଼ା ଗ୍ରାମର ସାନୁଜ ବେହେରା ପ୍ରାୟ ଏକ ସପ୍ତାହ ହେଲା ନିଖୋଜ ଥିଲେ। ପରିବାର ଓ ସମ୍ପର୍କୀୟ ଲୋକେ ତାଙ୍କୁ ଖୋଜା ଖୋଜି କରୁଥିବା ବେଳେ ନିକଟସ୍ଥ କେରାଗାଡୁ ଜଙ୍ଗଲରେ ତାଙ୍କର ମୃତଦେହ ଏକ ଗଛରେ ଝୁଲୁଥିବା ଖବର ମିଳିଥିଲା। ଯୁବକଙ୍କ ବାପା ଘଟଣା ସ୍ଥଳକୁ ଯାଇ ଦେଖିବା ପରେ ଖଜୁରୀପଡ଼ା ଥାନାରେ ଏତଲା ଦେଇଥିଲେ। ଅଭିଯୋଗ ପାଇଲା ପରେ ଥାନା ଅଧିକାରୀ ଚାପଧାରୀ ପ୍ରଧାନଙ୍କ ନିର୍ଦ୍ଦେଶ କ୍ରମେ ଏସ୍.ଆଇ ଦୀନବନ୍ଧୁ ପ୍ରଧାନ ଏବଂ ପୁଲିସ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ମୃତ ଯୁବକର ଗଳିତ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି । ଏ ନେଇ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ଏସ .ଆଇ ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି। ତେବେ ମୃତ୍ୟୁର କାରଣ ସମ୍ପର୍କରେ କିଛି ଜଣା ପଡିନାହିଁ।