ଭୁବନେଶ୍ବର ୧୩।୭: ଆପାର୍ଟମେଣ୍ଟ ନିକଟରୁ ମିଳିଲା ଯୁବକଙ୍କ ମୃତଦେହ । ଚନ୍ଦ୍ରଶେଖରପୁର ଥାନା ନୀଳାଦ୍ରି ବିହାର ଜଳବାୟୁ ଟାୱାର ଆପାର୍ଟମେଣ୍ଟ କ୍ୟାମ୍ପସରୁ ମୃତଦେହ ଠାବ ହୋଇଛି । ସନ୍ଦେହଜନକ ଭାବେ ପଡିଛି ମୃତଦେହ । ଫ୍ଲାଟ୍ ଉପରୁ କେହି ମାରି ଫୋପାଡ଼ି ଦେଇଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ଚନ୍ଦ୍ରଶେଖରପୁର ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି ପୋଲିସ । ଘଟଣାସ୍ଥଳରେ ଭୁବନେଶ୍ବର ଡିସିପି ଜଗମୋହନ ମୀନା ପହଞ୍ଚି ଯାଞ୍ଚ କରିଛନ୍ତି ।