ସୁନ୍ଦରଗଡ,୧୨।୧୦ : ବେଲପାହାଡ ଓ ହେମଗିର ରେଳ ଷ୍ଟେସନ ମଝିରୁ ରବିବାର ଜଣେ ମହିଳାଙ୍କ ଖଣ୍ଡ ବିଖଣ୍ଡିତ ମୃତ ଦେହ ପୁଲିସ ଉଦ୍ଧାର କରିଛି । ମହିଳାଙ୍କ ପରିଚୟ ଜଣା ପଡି ନାହିଁ । ଆନୁମାନିକ ବୟସ ପ୍ରାୟ ୫୫ରୁ ୬୦ ବର୍ଷ ହେବ । ସେ ଶାଢୀ ପରିଧାନ କରିଛନ୍ତି ।
ମହିଳା ଜଣକ ଅନେକ ଦିନ ତଳୁ ଏଠାରେ ବୁଲି ବୁଲି କରି ମାଗିଯାଚି ଖାଉଥିଲେ । ତେବେ ଶନିବାର ସନ୍ଧ୍ୟାରେ ମାଲବାହୀ ଟ୍ରେନ ସାମ୍ନାକୁ ଚାଲି ଆସିବାକୁ ଏହାର ଧକ୍କାରେ ତାଙ୍କ ମୃତ୍ୟୁ ଘଟିଥିବା ରେଳବାଇ ପୁଲିସ ସୂଚନା ଦେଇଛି ।