ପ୍ରମୂଖ ଖବର
  • ସୁନ୍ଦରଗଡ଼ : ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରେଲର; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • ସମ୍ବଲପୁର : ହୀରାକୁଦରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ, ଆସନ୍ତା ୬ରୁ ଖୋଲିବ ଗେଟ୍
  • ||
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

ପୋଖରୀ ନିକଟରୁ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ

Published By : Harapriya Sethi | January 19, 2025 11:56 AM

ଭଞ୍ଜନଗର, ୧୯/୦୧: ରାଇବନ୍ଧ ଗାଁ ପୋଖରୀ ପାଖରୁ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି । ପରିବାର ଲୋକ ଆଣିଲେ ହତ୍ୟା ଅଭିଯୋଗ । ମୃତକ ରାଇବନ୍ଧ ଗ୍ରାମର ଡମ୍ବୁରୁ ସ୍ବାଇଁ (୫୦) ବୋଲି ଜଣାପଡ଼ିଛି । ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଅଞ୍ଚଳରେ ଏଭଳି ଘଟଣା ଘଟିଥିବାର ଖବର ସାମ୍ନାକୁ ଆସିଛି । 

ସୂଚନା ମୁତାବକ, ଡମ୍ବୁରୁ ସ୍ବାଇଁ ସୁରଟରେ ଦାଦନ ଶ୍ରମିକ ଭାବେ କାମ କରନ୍ତି ମାତ୍ର କିଛି ଦିନ ତଳେ ଝିଅକୁ ବିବାହ କରାଇବା ପାଇଁ ଗାଁକୁ ଆସିଥିଲେ । କିନ୍ତୁ ତାଙ୍କ ମୋବାଇଲକୁ ଆସିଥିଲା ହତ୍ୟାର ଧମକ ଓ ସେଇ ହତ୍ୟାର ଧମକ ଦେଇଥିଲେ ରାଇବନ୍ଧ ଗ୍ରାମର ଜଣେ ବ୍ୟକ୍ତି । ମୋବାଇଲ ମେସେଜକୁ ଆଧାର କରି ଡମ୍ବୁରୁ ସ୍ବାଇଁ ବଡଗଡ ଥାନରେ ଅଭିଯୋଗ ମଧ୍ୟ କରିଥିଲେ । ଘର ତେବେ କିଛି ବର୍ଷ ପୂର୍ବରୁ ଦୁଇ ପରିବାର ମଧ୍ୟରେ କଳହ ହୋଇଥିଲା ଓ ପୋଲିସର ସହଯୋଗରେ ଆପସ ବୁଝମଣା ମଧ୍ୟ ହୋଇଥିଲା । ତେବେ ଶନିବାର ସନ୍ଧ୍ୟା ସଢେ ସାତଟାରେ ଡମ୍ବୁରୁ ବନ୍ଧକୁ ଗାଧୋଇବାକୁ ଯାଇଥିଲେ କିନ୍ତୁ ସେ ଆଉ ଘରକୁ ଫେରି ନଥିଲେ । ବିଳମ୍ବ ହେବାରୁ ଘର ଲୋକେ ଫୋନ୍ କରିଥିଲେ କିନ୍ତୁ ଡମ୍ବୁରୁ ଫୋନ୍ ନ ଉଠାଇବାରୁ ବନ୍ଧକୁ ଯାଇ ଖୋଜାଖୋଜି କରିଥିଲେ । ବନ୍ଧ ପାଖରେ ପହଞ୍ଚି ଦେଖିଲା ବେଳକୁ ଡମ୍ବୁରୁଙ୍କ ମୃତଦେହ ରକ୍ତ ଯୁଡୁବୁଡୁ ହୋଇ ପଡିଥିବା ଦେଖିଲେ । ଏହା ଦେଖି ତୁରନ୍ତ ପଲିସକୁ ଖବର ଦେଇଥିଲେ ।  ଖବର ପାଇ ଘଟଣା ସ୍ଥଳରେ ବଡଗଡ ପୋଲିସ୍ ପହଞ୍ଚି ମୃତଦେହ ଜବତ କରି ତଦନ୍ତ କରୁଛି ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.