ଖଲ୍ଲିକୋଟ ,୯।୪ -ଖଲ୍ଲିକୋଟ ବ୍ଲକ ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ପୂର୍ଣ୍ଣଚନ୍ଦ୍ରପୁର ଗ୍ରାମରେ ବୁଧବାର  ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଘର ଭିତରୁ ବୃଦ୍ଧ ଦମ୍ପତିଙ୍କ ମୃତଦେହ ଉଦ୍ଧାର କରିଛି ପୁଲିସ ।  ମୃତ  ବୃଦ୍ଧ ଦମ୍ପତି ହେଲେ ଲଡୁ କିଶୋର ମହାରଣା ଓ ତାଙ୍କ ପତ୍ନୀ ସଜନୀ ମହାରଣା ।  

ଖବର ପାଇ ପୁରୁଷୋତ୍ତମପୁର ଥାନା ପୁଲିସ ପୂର୍ଣ୍ଣ ଚନ୍ଦ୍ର ପୁର ଗ୍ରାମରେ ପହଞ୍ଚି ବୃଦ୍ଧା ଦମ୍ପତିଙ୍କ ମୃତ ଦେହକୁ ଜବତ କରିଛି। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ  ଘଟଣାର ତଦନ୍ତ କରୁଛି ପୋଲିସ। ବି‌ଷ ପିଇ  ଦୁହେଁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି।