ପ୍ରମୂଖ ଖବର
  • ବଲାଙ୍ଗୀର : ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ଆଶାନ୍ତି, ହଷ୍ଟେଲ ଫି ବୃଦ୍ଧି ନେଇ ଧାରଣା ଦେଲେ ଛାତ୍ରଛାତ୍ରୀ
  • ||
  • ବାରିପାଦ: ବିଚ୍‌ ରାସ୍ତାରେ ଯୁବକଙ୍କୁ ଭୁଜାଲି ମାଡ଼, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜ୍ଞାମାଳ ବିଜେ ପରେ ଶରଧାବାଲିରେ ଦକ୍ଷିଣ ମୋଡ଼ ନେବ ତିନ ରଥ
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ଚୁଡି ଦୋକାନରୁ ଯୁବକଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

Published By : Harapriya Sethi | February 19, 2025 3:03 PM

ଶେରଗଡ଼,୧୯/୦୨: ଶେରଗଡ ଚାରି ଛକ ଚୁଡି ଦୋକାନରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବକ ଜଣଙ୍କ ହେଲେ ଚୁଡି ଦୋକାନର ମାଲିକ କେ ଆଦର୍ଶ ରାଓ । ସେହି ଦୋକାନର ମଧ୍ୟ ଭାଗରେ ଆଦର୍ଶଙ୍କ ମୃତଦେହ ପଡିଛି । ତାଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ପାରିବାରିକ କଳହ ଓ ଅଶାନ୍ତି ଯୋଗୁଁ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ଅନୁମାନ କରାଯାଉଛି । ଗଞ୍ଜାମ ଜିଲ୍ଲା ଶେରଗଡ ଅଞ୍ଚଳରେ ଏଭଳି ଘଟଣା ଘଟିଥିବାର ଖବର ସାମ୍ନାକୁ ଆସିଛି । 

ସୂଚନା ମୁତାବକ, ଚୁଡି ଦୋକାନର ମାଲିକ କେ ଆଦର୍ଶ ରାଓ ମଙ୍ଗଳବାର ରାତିରେ ଦୋକାନକୁ ଆସି ଘରକୁ ଫେରି ନଥିଲେ। ଏଣୁ ଭାଇ କେ ପ୍ରସାଦ ରାଓ ତାଙ୍କୁ ଖୋଜିବାକୁ ବାହାରିଥିଲେ । ଦୋକାନକୁ ଆସି କବାଟ ତାଡ଼ି ଦେଖିଲା ବେଳକୁ ଭାଇ ଦୋକାନର ମଧ୍ୟ ଭାଗରେ ମରି ପଡ଼ି ରହିଛି । ଏହା ଦେଖି ତୁରନ୍ତ ଶେରଗଡ଼ ପୋଲିସକୁ ଖବର ଦେଇଥିଲେ । ଖବର ପାଇବା ପରେ ଶେରଗଡ଼ ଥାନା ଅଧିକାରୀ ବିରେନ୍ଦ୍ର ସିଆଳ ଓ ଏସଆଇ ସତ୍ୟଜିତ ବେଣିଆ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଦୋକାନର ଟେବୁଲ୍ ଉପରୁ ଏକ ସୁଇସାଇଡ ନୋଟ ଜବତ କରିଛି ପୋଲିସ । ତେଣୁ ପାରିବାରିକ କଳହ ଓ ଅଶାନ୍ତି ଯୋଗୁଁ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ପୋଲିସ ଅନୁମାନ କରୁଛି । ସିସିଟିଭି ଯାଞ୍ଚରୁ ସମ୍ପୂର୍ଣ୍ଣ ତଥ୍ୟ ଜଣା ପଡିବ‌ ବୋଲି ପୋଲିସ କହିଛି । 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.