ପାଲଲହଡା,୦୭/୦୧: ନିଖୋଜ ମହିଳାଙ୍କ ମୃତଦେହ ଉଦ୍ଧାର । ଅନୁଗୁଳ ଜିଲ୍ଲା ପାଲଲହଡା ସୁସାବନାଳି ଗାଁରୁ ସାମ୍ନାକୁ ଆସିଛି ଏଭଳି ଅଭାବନୀୟ ଘଟଣା । ଜଣେ ବିଧବା ମହିଳାଙ୍କୁ ପଥରରେ ଛେଚି ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି । ମୃତ ମହିଳା ଜଣ ୪୦ ବର୍ଷୀୟ ଜାନୁ ମୁଣ୍ଡା ବୋଲି ଜଣାପଡିଛି।
ସୂଚନା ଅନୁଯାୟୀ, ମୃତ ବିଧବା ମହିଳା ଜଣକ ତିନି ଦିନ ଧରି ନିଖୋଜ ଥିଲେ । ବୁଧବାର ଦିନ ପାଲଲହଡ଼ା ସୁସାବନାଳି ଗାଁରୁ ମହିଳାଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଠାବ ହୋଇଛି । ତେବେ ମହିଳାଙ୍କୁ କିଏ ହତ୍ୟା କରିଛି, ସେନେଇ କୌଣସି ତଥ୍ୟ ଜଣାପଡିନାହିଁ । ପାଲଲହଡା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହାସହିତ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି ।