ନୂଆଦିଲ୍ଲୀ,୩୧।୩: ଇରାନ ଯୁଦ୍ଧ ଭିତରେ ଇସ୍ରାଏଲର ସଂସଦ ଏକ ନୂଆ ଆଇନକୁ ମଞ୍ଜୁରୀ ଦେଇଛି। ଏହା ଅନୁସାରେ, ଆତଙ୍କୀ ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତ  ପାଲେଷ୍ଟନୀୟଙ୍କୁ ମୃତ୍ୟୁ ଦଣ୍ଡ ଦିଆଯିବ। ସଜା ଘୋଷଣା ହେବାପରେ ୯୦ ଦିନ ଭିତରେ ହିଁ ଦୋଷୀଙ୍କୁ ଫାଶୀ ଦିଆଯିବ। ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ସହିତ ୬୨ ସାଂସଦ ଏହି ଆଇନର ସମର୍ଥନରେ ଭୋଟ୍ ଦେଇଛନ୍ତି। ଇସ୍ରାଏଲ ପ୍ରଶାସନର କହିବା ଅନୁସାରେ, ଓ୍ବେଷ୍ଟବ୍ୟାଙ୍କରେ ପ୍ରାଣଘାତୀ ଆକ୍ରମଣ କରିଥିବା ପାଲେଷ୍ଟାନୀୟଙ୍କୁ ଏବେ ସିଧା ସଳଖ ମୃତ୍ୟୁ ଦଣ୍ଡ ଦିଆଯିବ। ଏହି ବିଲ୍‌କୁ ପାସ୍ ହେବା ହିଁ ଇସ୍ରାଏଲର ଦକ୍ଷିଣପନ୍ଥୀ ଦଳ ପାଇଁ ବଡ଼ ବିଜୟ । ଯେଉଁମାନେ ଏଥିପାଇଁ ଜୋରଦାର ଚେଷ୍ଟା କରିଥିଲେ। ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ମଧ୍ୟ ଗୃହରେ ବିଲ୍ ସପକ୍ଷରେ ଭୋଟ୍ ଦେଇଛନ୍ତି।

ଏହି ଆଇନ ଅନୁସାରେ, ଇସ୍ରାଏଲର ଲୋକଙ୍କୁ ହତ୍ୟା ପାଇଁ ଦୋଷୀ ସାବ୍ୟସ୍ତ କରାଯାଇଥିବା ଓ୍ବେଷ୍ଟ ବ୍ୟାଙ୍କ ପାଲେଷ୍ଟାନୀୟଙ୍କ ପାଇଁ ମୃତ୍ୟୁ ଦଣ୍ଡ ଧାର୍ଯ୍ୟ କରାଯାଇଛି। ଏହି ଆଇନ ଇସ୍ରାଏଲର କୋର୍ଟଙ୍କୁ ନିଜ ନାଗରିକଙ୍କୁ ମୃତ୍ୟୁଦଣ୍ଡ କିମ୍ବା ଆଜୀବନ କାରାଦଣ୍ଡ ପାଇଁ ସଜା ଦେବାର ଅଧିକାର ମଧ୍ୟ ଦେଇଥାଏ। ଏହି ଆଇନ ପୂର୍ବ ମାମଲାରେ ଲାଗୁ ହେବନି ବଂର କେବଳ ଭବିଷ୍ୟତର ମାମଲାରେ ଲାଗୁ ହେବ।

ଏହି ବିଲ୍ ଅନୁସାରେ, କିଛି ଖାସ୍ ମାମଲାରେ ଅଭିଯୁକ୍ତଙ୍କୁ ଆଜୀବନ ସଜା ମଧ୍ୟ ଦିଆଯାଇପାରେ। ଓ୍ବେଷ୍ଟ ବ୍ୟାଙ୍କରେ ଆକ୍ରମଣ ଅଭିଯୁକ୍ତଙ୍କ ଉପରେ ମିଲିଟାରୀ କୋର୍ଟରେ କେସ୍ ଚାଲିବ। ଇସ୍ରାଏଲକୁ ଏହି ଆଇନକୁ ନେଇ ଅନ୍ତର୍ଜାତୀୟ ସ୍ତରରେ ବିରୋଧର ସମ୍ମୁଖୀନ ହେବାକୁ ପଡିପାରେ। ୟୁରୋପୀୟ ପରିଷଦ ଏହି ଆଇନକୁ ନେଇ ଚିନ୍ତା ପ୍ରକାଶ କରିଛି ଓ କହିଛି ଅଲଗା ଅଲଗା ଲୋକଙ୍କ ପାଇଁ ଗୋଟିଏ ସଜା ରହିପାରିବନି। ସେଭଳି ଆମେରିକା ପକ୍ଷରୁ ଇସ୍ରାଏଲର ଏହି ନିଷ୍ପତ୍ତିର ସମର୍ଥନ କରି କହିଛନ୍ତି, ଏକ ସାର୍ବଭୌମ ରାଷ୍ଟ୍ର ଭାବରେ ଇସ୍ରାଏଲ ପାଖରେ ଆତଙ୍କବାଦୀଙ୍କ ବିରୋଧରେ କଠିନ ସଜା ଦେବାର ଅଧିକାର ରହିଛି। ଆମେରିକାର ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର କହିଛନ୍ତି, ଆମକୁ ବିଶ୍ବାସ ରହିଛି ମାନବାଧିକାରର ରକ୍ଷା ପାଇଁ ଇସ୍ରାଏଲ ପ୍ରତି ମାମଳାରେ କୋର୍ଟରେ ଠିକ୍ ଭାବରେ ଶୁଣାଣି କରି ସଜା ଧାର୍ଯ୍ୟ କରିବ।

ଆହୁରି ପଢନ୍ତୁ: ଭାରତ ଆସିବାକୁ ଥିବା ଇରାନ ବିମାନକୁ ଆମେରିକା ଟାର୍ଗେଟ, ଏୟାରଷ୍ଟ୍ରାଇକ୍ କରି ଖସାଇଲା