ପ୍ରମୂଖ ଖବର
  • ବଲାଙ୍ଗୀର : ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ଆଶାନ୍ତି, ହଷ୍ଟେଲ ଫି ବୃଦ୍ଧି ନେଇ ଧାରଣା ଦେଲେ ଛାତ୍ରଛାତ୍ରୀ
  • ||
  • ବାରିପାଦ: ବିଚ୍‌ ରାସ୍ତାରେ ଯୁବକଙ୍କୁ ଭୁଜାଲି ମାଡ଼, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜ୍ଞାମାଳ ବିଜେ ପରେ ଶରଧାବାଲିରେ ଦକ୍ଷିଣ ମୋଡ଼ ନେବ ତିନ ରଥ
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ନବଦାସଙ୍କୁ ହତ୍ୟା ଘଟଣା, ସିବିଆଇ ତଦନ୍ତ କରିବାକୁ ଦାବି କଲେ ଝିଅ ଦୀପାଳି

Published By : Swapna Ray | January 19, 2025 1:13 PM

ଭୁବନେଶ୍ୱର, ୧୯।୧: ପୂର୍ବତନ ମନ୍ତ୍ରୀ ନବଦାସଙ୍କୁ ହତ୍ୟା ଘଟଣା । ଏନେଇ ଝିଅ ଦୀପାଳିଙ୍କ ବଡ଼ ବୟାନ । ସିବିଆଇ ତଦନ୍ତ ଦାବି କରିଥିବା ବେଳେ ସରକାରଙ୍କୁ ଲିଖିତ ଭାବେ ଦାବି କରିବାକୁ କହିଛନ୍ତି ଦୀପାଳୀ । ଖୁବ୍‌ଶୀଘ୍ର ପରିବାର ପକ୍ଷରୁ ସରକାରଙ୍କୁ ଲେଖି ଦିଆଯିବ ବୋଲି କହିଲେ ଦୀପାଳି । ପୂର୍ବରୁ ସେ ମୁହଁ ଖୋଲୁନଥିଲେ । ବିଜେପି ଅଭିଯୋଗ କରୁଥିଲା । ଏବେ ସେ ମୁହଁ ଖୋଲିବା ପରେ ବିଜେପି ଚୁପ୍ ରହିଛି ।

ବିଜେପି ସରକାର ଯଦି ପ୍ରକୃତରେ ନବଦାସ ହତ୍ୟାକାଣ୍ଡର ଗୁମର ଖୋଲିବାକୁ ଚାହୁଁଛି, ତେବେ ସିବିଆଇ ତଦନ୍ତ ଆଦେଶ ଦେବାକୁ ଆହ୍ୱାନ ଦେଲେ ଦୀପାଳି । ନବଦାସଙ୍କ ହତ୍ୟାକାଣ୍ଡର ଅଧିକ ତଦନ୍ତ ହେବା ଆବଶ୍ୟକ । ସିବିଆଇ ତଦନ୍ତ ହେଲେ ପ୍ରକୃତ ରହସ୍ୟ ଜଣାପଡ଼ିବ । ଅନ୍ୟପଟେ, ନବ ଦାସଙ୍କ ହତ୍ୟା ମାମଲାର ଷଡ଼ଯନ୍ତ୍ର ନେଇ ପରୋକ୍ଷରେ ପାଣ୍ଡିଆନଙ୍କୁ ଟାର୍ଗେଟ୍ କଲେ ପ୍ରଦୀପ ପୁରୋହିତ । ତାଙ୍କ କହିବାନୁସାରେ, ନବୀନ ପଟ୍ଟନାୟକଙ୍କ ପରେ ଯିଏ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବାକୁ ସ୍ୱପ୍ନ ଦେଖୁଥିଲେ ସିଏ ନବ ଦାସ ହତ୍ୟାକାଣ୍ଡର ମୁଖ୍ୟ ଷଡ଼ଯନ୍ତ୍ରକାରୀ । ଆଜି ତାହା ପ୍ରମାଣିତ ହେବାକୁ ଯାଉଛି । ଦୁର୍ଭାଗ୍ୟର ବିଷୟ ସେ ସମୟରେ ତାଙ୍କ ପରିବାର ସମ୍ପୂର୍ଣ୍ଣ ନିରବ ରହିଲେ । କ୍ଷମତା ଲୋଭ ଓ ସମ୍ପତି ଲୋଭରେ ତଦନ୍ତ ଠିକ୍ ହେଉଥିବା କହିଲେ । ଯଦି ପ୍ରକୃତରେ ତାଙ୍କ ପରିବାର ନବ ଦାସଙ୍କ ହତ୍ୟାକାରୀକୁ ଧରିବାକୁ ଚାହୁଁଛନ୍ତି ତେବେ ଓଡ଼ିଶା ସରକାରଙ୍କ ନିକଟରେ ନିଜ ଅଭିଯୋଗ ଲିଖିତ ଭାବେ ଦିଅନ୍ତୁ । ନବ ଦାସଙ୍କ ହତ୍ୟାକାଣ୍ଡର ଅଧିକ ତଦନ୍ତ ହେବା ଆବଶ୍ୟକ ରହିଛି ଏବଂ ପରଦା ପଛର ଖଳନାୟକମାନେ ସାମ୍ନାକୁ ଆସିବା ଦରକାର ବୋଲି ସେ କହିଛନ୍ତି ।

କହିରଖୁ କି, ୨୦୨୩ ଜାନୁଆରୀ ୨୯ ତାରିଖରେ ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ଝାରସୁଗୁଡ଼ା ଗାନ୍ଧୀଛକଠାରେ ଗୁଳିମାଡ଼ ହୋଇଥିଲା । ଏହି ଘଟଣାରେ ତାଙ୍କର ମୃତ୍ୟୁ ଘଟିଥିଲା । ଏସ୍‌ଆଇ ଗୋପାଳ ଦାସ ତାଙ୍କୁ ଗୁଳି କରିଥିଲେ । ଗୋପାଳକୁ ଗିରଫ କରାଯିବା ପରେ ସେ ଜଣେ ମାନସିକ ରୋଗ ବୋଲି ତାଙ୍କ ପତ୍ନୀ ବୟାନ ଦେଇଥିଲେ । ସେପଟେ ବିରୋଧୀ ଏହାକୁ ଷଡ଼ଯନ୍ତ୍ର ବୋଲି କହିଥିଲେ । ଏଥିରେ ଅନେକ ବଡ଼ ବଡ଼ ନେତା ମଧ୍ୟ ସାମିଲ ଥିବା ଚର୍ଚ୍ଚା ଉଠିଥିଲେ । ସେପଟେ ହତ୍ୟାକାଣ୍ଡର ଖିଅ ଖୋଜିବାକୁ କ୍ରାଇମବ୍ରାଞ୍ଚ ତଦନ୍ତ ଜାରି ରଖିଥିଲା । ଗୋପାଳ ଦାସର କିଛି ହାତଲେଖା ଚିଠି ମଧ୍ୟ କ୍ରାଇମବ୍ରାଞ୍ଚ ଜବତ କରିଥିଲା । ତେବେ ବର୍ତ୍ତମାନ ଝିଅ ଦୀପାଳି ସିବିଆଇ ତଦନ୍ତ ପାଇଁ କହିଛନ୍ତି । 

 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.