ପ୍ରମୂଖ ଖବର
  • ଜୁଲାଇ ୧୪​‌ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ
  • ||
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ଡେଲାଙ୍ଗରୁ ନାବାଳିକା ଅପହରଣ ମାମଲା; ଉଦ୍ଧାର ବେଳେ ପୋଲିସକୁ ଆକ୍ରମଣ

Published By : Harapriya Sethi | October 11, 2024 10:57 AM

ଯାଜପୁର,୧୧/୧୦: ଡେଲାଙ୍ଗରୁ ଅପହରଣ ହୋଇଥିବା ନାବାଳିକାକୁ ଉଦ୍ଧାର କରିବାକୁ ଯାଇ ଯାଜପୁର ଜିଲ୍ଲା ବଡ଼ଚଣାରେ ପୋଲିସକୁ ଆକ୍ରମଣ । ଆକ୍ରମଣରେ ଡେଲାଙ୍ଗ ଥାନା ଅଧିକାରୀଙ୍କ ସମେତ ୪ ଜଣ ପୋଲିସ ଏବଂ ବଡ଼ଚଣା ଥାନାର ୩ ଜଣ ପୋଲିସ ଆହତ ହୋଇଛନ୍ତି । ଯାଜପୁର ଜିଲ୍ଲା ଡେଲାଙ୍ଗ ଅଞ୍ଚଳରେ ଏଭଳି ଘଟଣା ଘଟିଛି ।

ସୂଚନା ମୁତାବକ, କିଛିଦିନ ତଳେ ଡେଲାଙ୍ଗରୁ ଜଣେ ନାବାଳିକା ଅପହରଣ ହୋଇଥିଲେ । ତାଙ୍କୁ ଉଦ୍ଧାର କରିବାକୁ ଯାଇ ସାମଲ ସାହିର ଅନନ୍ତ ସାମଲ, ମନୋଜ କୁମାର ସାମଲ (ଚିକୁ) ଏବଂ ଭଉଣୀ ମିଶି ପୋଲିସକୁ କାମୁଡିବା ସହ ମାଡ଼ ମାରିଥିଲେ । ଏମିତିକି ଥାନା ଅଧିକାରୀଙ୍କ ହାତରୁ ଚୁଡ଼ି ମଧ୍ୟ ଟାଣି ନେଇଥଲେ । ଏହି ଘଟଣାରେ ଡେଲାଙ୍ଗ ଥାନା ଅଧିକାରୀଙ୍କ ସମେତ ୪ ଜଣ ପୋଲିସ ଏବଂ ବଡ଼ଚଣା ଥାନାର ୩ ଜଣ ପୋଲିସ ଆହତ ହୋଇଥିଲେ । ଏଭଳି ଘଟଣା ଘଟିବା ପରେ ସେଠାରୁ ନିରାଶ ହୋଇ ଫେରିଥିଲା ପୋଲିସ । ପରେ ସମସ୍ତ ଆହତ ପୋଲିସଙ୍କ ଚିକିତ୍ସା କରାଯାଇଛି । ତେବେ ଏହି ଘଟଣାରେ ସମ୍ପୃକ୍ତ ଥିବା ଅଭିଯୁକ୍ତ ଫୋରାର ଥିବା ଜଣାପଡ଼ିଛି । ଅନ୍ୟପଟେ ଆକ୍ରମଣକାରୀଙ୍କୁ ଧରିବା ପାଇଁ ସ୍ୱତନ୍ତ୍ର ସ୍ପେଶାଲ ଟିମ ଅନୁଧ୍ୟାନ କରୁଛି । ଏନେଇ ବଡ଼ଚଣା ଥାନା ତରଫରୁ ଏକ ମାମଲା ରୁଜୁ ହୋଇଥିବା ସୂଚନା ମିଳିଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.