ନୂଆଦିଲ୍ଲୀ,୨୦/୧୦: ଆଲୋକର ପର୍ବ ଦୀପାବଳିରେ ରାଜଧାନୀ ଦିଲ୍ଲୀରେ ବିଷାକ୍ତ ବାୟୁ ପ୍ରଭାବିତ ହୋଇଛି । ଧୂଆଁ ଧୂଆଁ ହୋଇଛି ଦିଲ୍ଲୀ । ଏକ୍ୟୁଆଇ ପ୍ରାୟ ୪୦୦ ପାର୍ କରିଛି । ଲୋକମାନଙ୍କୁ ନିଶ୍ୱାସ ନେବାରେ କଷ୍ଟ ହୋଇଛି । ପ୍ରଦୂଷଣର ସ୍ତର ଏତେ ବଢି ଯାଇଛି ଯେ ବାୟୁ ଗୁଣବତ୍ତା ଆୟୋଗ ଅର୍ଥାତ ସିଏକ୍ୟୁଏମ୍ ଗ୍ରାପ୍ ୨ ଆଧାରରେ ୧୨ ସୁତ୍ରୀ ଆକ୍ସନ୍ ପ୍ଲାନ୍ ଲାଗୁ କରିଛନ୍ତି । ପାଗ ଏବଂ ପବନର ସ୍ଥିତି ସମୀକ୍ଷା ପରେ ଗ୍ରାପ-୧ ଲାଗୁ କରିବାକୁ ନିଷ୍ପତ୍ତି ହୋଇଥିଲା ।
#WATCH | Visuals from the India Gate as GRAP-2 invoked in Delhi.
— ANI (@ANI) October 20, 2025
The Air Quality Index (AQI) around the India Gate was recorded at 347, in the 'Severe' category, in Delhi this morning as per the Central Pollution Control Board (CPCB). pic.twitter.com/5gbpOvT5hp
କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ରିପୋର୍ଟ ଅନୁସାରେ ଆଜି ଦିଲ୍ଲୀ ଏୟାର କ୍ୱାଲିଟି 'ଖରାପ' ରହିଛି । ଦିଲ୍ଲୀ ଏନ୍ସିଆର୍ର ଆନନ୍ଦ ବିହାରରେ ବାୟୁ ଗୁଣବତ୍ତା ସୂଚକାଙ୍କ ସବୁଠୁ ଖରାପ ଅଛି । ଆନନ୍ଦ ବିହାରରେ ଏକ୍ୟୁଆଇ ୪୧୭ ରେକର୍ଡ ହୋଇଛି । ଯାହା ଏହି ଅଞ୍ଚଳକୁ ସର୍ବାଧିକ ପ୍ରଦୂଷିତ କରିଛି । ବିଜୟ ନଗର (ଗାଜଆବାଦ) ଏକ୍ୟୁଆଇ ୩୪୮, ଏବଂ ନୋଏଡ଼ାରେ ୩୪୧ ରେକର୍ଡ ହୋଇଛି । ସେହିପରି ନୋଏଡା ସେକ୍ଟର ୧ରେ ୩୪୪ ରହିଥିବା ବେଳେ ଆନନ୍ଦ ବିହାରରେ ସ୍ଥିତି ଚିନ୍ତାଜନକ ରହିଛି । ରବିବାର ସନ୍ଧ୍ୟାରେ ଏକ୍ୟୁଆଇ ୩୦୦ ଥିଲା ରାତି ୭ଟା ସୁଦ୍ଧା ୩୦୨ରେ ପହଞ୍ଚିଥିଲା ଯାହା ବହୁତ ଖରାପ ଶ୍ରେଣୀରେ ଆସୁଛି । ବର୍ତ୍ତମାନ ଏନ୍ସିଆରରେ ଗ୍ରାପ ଷ୍ଟେଜ-୨ ଅଧୀନରେ ସବୁ ପଦକ୍ଷେପ ତୁରନ୍ତ ଲାଗୁ ହେବ । ୧୨ ସୁତ୍ରୀ ଆକ୍ସନ ପ୍ଲାନ ଅନୁସାରେ, ରାସ୍ତା ସଫା, ଧୂଳି ନୟନ୍ତ୍ରଣ, ନିର୍ମାଣସ୍ଥଳର ଯାଞ୍ଚ, ହଟ୍ସ୍ପଟ ଅଞ୍ଚଳରେ କାର୍ଯ୍ୟାନୁଷ୍ଠାନ, ନିରନ୍ତର ବିଦ୍ୟୁତ୍ ଯୋଗାଣ, ଡିଜି ସେଟ୍ ନିୟନ୍ତ୍ରଣ ଏବଂ ଜନସଚେତନା ଅଭିଯାନ ଜାରି ରହିବ ।
ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ଅପିଲ୍- ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଦୀପାବଳିରେ କେବଳ ସବୁଜ ବାଣ ଫୁଟାଇବାକୁ ରାଜଧାନୀବାସୀଙ୍କୁ ଆହ୍ୱାନ କରିଛନ୍ତି । ଦିଲ୍ଲୀକୁ ପ୍ରଦୂଷଣରୁ ରକ୍ଷା କରିବାକୁ ଲୋକଙ୍କୁ ଅନୁରୋଧ କରିଛନ୍ତି । ଦୀପ ଜାଳି, ରଙ୍ଗୋଲି ପକାଇ ଏବଂ ମିଠା ବାଣ୍ଟି ପାରମ୍ପରିକ ଆକାରରେ ଏହି ପର୍ବ ପାଳନ କରିବାକୁ ଲୋକଙ୍କୁ ଅପିଲ୍ କରିଛନ୍ତି। ଆଲୋକର ପର୍ବ ଦୀପାବଳି ଶାନ୍ତି ଏବଂ ସୌହାର୍ଦ୍ଦ୍ୟର ପରିବେଶରେ ପାଳନ କରାଯିବା ଉଚିତ୍ ବୋଲି କହିଛନ୍ତି ।