ନୂଆଦିଲ୍ଲୀ – ଦିଲ୍ଲୀର ଲାଲ୍ କିଲ୍ଲା ପାଖରେ ସୋମବାର ବିଳମ୍ୱିତ ସନ୍ଧ୍ୟାରେ ସମୟ ପାଖାପାଖି ୬ଟା ୫୬ ମିନିଟ୍ରେ ଯେଉଁ କାରରେ ଜୋରଦାର ବିସ୍ଫାରଣ ହୋଇଛି, ସୂତ୍ରାନୁସାରେ ଆଇ ୨୦କାରରେ ହରିଆଣା ନମ୍ୱର ରହିଥିବା କୁହାଯାଉଛି ଏବଂ କାରଟି ସଲମାନ ନାମରେ ରେଜିଷ୍ଟର୍ଡ ହୋଇଛି। ଅନ୍ୟପଟେ ପୁଲିସ କମିଶନର ସତିଶ ଗୋଲଚାଙ୍କ କହିବାନୁସାରେ, ବିସ୍ଫୋରଣ ଲାଲ୍ କିଲ୍ଲାର ଟ୍ରାଫିକ୍ ସିଗନାଲ ନିକଟରେ ଧିମା ଗତିରେ ଚାଲୁଥିବା ଗାଡ଼ିରେ ହୋଇଛି।
ଏହାସହ ମଧ୍ୟ ପଢନ୍ତୁ : ଦିଲ୍ଲୀ କାର୍ ବିସ୍ଫୋରଣ ପରେ ଆକ୍ସନ ମୋଡ୍ରେ ପିଏମ୍ ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହ
ସୂତ୍ରରୁ ପ୍ରକାଶ ଯେ, ଯେଉଁ କାରରେ ବିସ୍ଫୋରଣ ହୋଇଛି , ଏହାର ଡିଟେଲ୍ ସଂଗ୍ରହ କରାଯାଉଛି। ଗାଡ଼ି କୌଣସି ସଲମାନଙ୍କ ନାଁ ରେଜିଷ୍ଟର୍ଡ ହୋଇଛି। ସଲମାନ ପାଖରେ ପୁଲିସ ପହଞ୍ଚି ସାରିଛି। ତାଙ୍କୁ ହେପାଜତକୁ ନିଆଁ ଯାଇଛି। ସେ କହିଛନ୍ତି ଗାଡ଼ିକୁ ସେ ବିକ୍ରି କରିଦେଇ ଥିଲେ। ଏହି ମଧ୍ୟର ଦିଲ୍ଲୀ ପୁଲିସର ଟିମ୍ ଛାନଭିନ୍ ସହ ତଲାସୀ ଅଭିଯାନ ମଧ୍ୟ ଚଲାଇଛି।
ସୂତ୍ରାନୁସାରେ , ଦିଲ୍ଲୀ ପୁଲିସ ହରିଆଣା ପୁଲିସର ସଂପର୍କରେ ରହିଛି। ଏକ ଟିମ୍ ହରିଆଣା ପାଇଁ ପ୍ରସ୍ଥାନ କରିଛି। ଏହା ମଧ୍ୟ କୁହାଯାଉଛି ଯେ ବିସ୍ଫୋଣ ସ୍ଥାନରେ କୌଣସି ଗର୍ତ୍ତ ହୋଇ ନାହିଁ। ପ୍ରଥମେ ଏହା କୁହାଯାଉ ଥିଲା ଯେ, ଧମାରା ଇକୋ ଭ୍ୟାନ୍ରେ ହୋଇଥିଲା , କିନ୍ତୁ ଏବେ କୁହାଯାଉଛି ଯେ, ବିସ୍ଫୋରଣ ଆଇ ୨୦ କାର୍ରେ ହୋଇଛି।
ସୂତ୍ର ଏହା ମଧ୍ୟ କହିଛି ଯେ, ଆଇ ୨୦ କାର୍ ଯେଉଁ ରୁଟ୍ରେ ଘଟଣା ସ୍ଥଳରେ ପହଞ୍ଚି ଥିଲା ଏହାର ଛାନଭିନ୍ ପାଇଁ ସିସିଟିଭି ଫୁଟେଜ୍ ମଧ୍ୟ ଯାଞ୍ଚ କରାଯାଉଛି।