ନୂଆଦିଲ୍ଲୀ: ଟସ୍ ଜିତିଲା ଦିଲ୍ଲୀ କ୍ୟାପିଟାଲ୍ସ । ଦଳ ବୋଲିଂ ନିଷ୍ପତ୍ତି ନେଇଥିବାବେଳେ ପଞ୍ଜାବକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଛି । ଉଭୟ ଦଳ ଏହି ମ୍ୟାଚ୍ ଜରିଆରେ ବିଜୟକୁ ଫେରିବା ପାଇଁ ଲକ୍ଷ୍ୟ ରଖିଛନ୍ତି । ଦିଲ୍ଲୀ ଘରୋଇ ପଞ୍ଜାବଠୁ ପୂର୍ବ ପରାଜୟର ପ୍ରତିଶୋଧ ନେବାକୁ ପ୍ରସ୍ତୁତ ରହିଛି । ଫଳରେ ମ୍ୟାଚ୍ଟି କଡ଼ା ସଂଘର୍ଷପୂର୍ଣ୍ଣ ହେବା ଆଶା କରାଯାଉଛି ।
ଗତ ୨୫ ତାରିଖରେ ଉଭୟ ଦଳ ସାମ୍ନାସାମ୍ନି ହୋଇଥିଲେ ଏବଂ ପଞ୍ଜାବ ୬ ୱିକେଟରେ ଏହି ମ୍ୟାଚ୍ ଜିତିଥିଲା । ଏହାପରେ ଦଳ କ୍ରମାନ୍ୱୟରେ ୩ଟି ମ୍ୟାଚ୍ ପରାଜିତ ହୋଇସାରିଛି । ପଞ୍ଜାବ ୧୦ଟି ମ୍ୟାଚ୍ ଖେଳି ମୋଟ ୧୩ପଏଣ୍ଟ ପାଇଛି । ଅନ୍ୟ ପଟରେ ଦିଲ୍ଲୀ ୧୧ଟି ମ୍ୟାଚ୍ ଖେଳି ୮ପଏଣ୍ଟ ପାଇଛି । ଏଣିକି ପ୍ରତି ମ୍ୟାଚ୍ ‘କର ବା ମର’ ସ୍ଥିତି ସୃଷ୍ଟି କରିଛି । ଗୋଟିଏ ମ୍ୟାଚ୍ ପରାଜିତ ହେଲେ ପ୍ଲେ- ଅଫ୍ ଆଶା ମଉଳି ଯିବ ।
ପଞ୍ଜାବ ଶେଷ ୩ଟି ମ୍ୟାଚ୍ରେ ଦୁର୍ବଳ ଫିଲ୍ଡିଂ ପାଇଁ ପରାଜୟର ସାମ୍ନା କରିଥିଲା । ଇତିମଧ୍ୟରେ ଦଳ ୧୬ଟି କ୍ୟାଚ୍ ହାତଛଡ଼ା କରିସାରିଛି । ଚଳିତ ସିଜନରେ ଚେନ୍ନାଇ ସର୍ବାଧିକ ୧୭ଟି କ୍ୟାଚ୍ ହାତଛଡ଼ା କରିଛି । ପଞ୍ଜାବକୁ ଫିଲ୍ଡିଂରେ ସୁଧାର ଆଣିବା ଜରୁରି ।
ଏହାସହ ପଢ଼ନ୍ତୁ : କ୍ଷତ ପରେ ବି ଖେଳିଥିଲେ କୃନାଲ, ଭାଇରାଲ ହେଉଛି ଏହି ପୋଷ୍ଟ