ନୂଆଦିଲ୍ଲୀ: ରବିବାର ମୁମ୍ବାଇ ବିପକ୍ଷ ମ୍ୟାଚରେ ବେଙ୍ଗାଲୁରୁ ଦମଦାର ବିଜୟ ହାସଲ କରିଛି । ଶେଷ ଓଭରେ ରୋମାଞ୍ଚକ ବିଜୟ ହାସଲ ପଛରେ ରହିଛି କୃନାଲ ପାଣ୍ଡ୍ୟାଙ୍କ ବଡ଼ ଭୂମିକା । ଯିଏକି ଦେହରେ କ୍ଷତ ହେବା ପରେ ମଧ୍ୟ ଦଳ ପାଇଁ ବଡ଼ ପାଳି ଖେଳିବାରେ ସଫଳ ହୋଇଥିଲେ । ତାଙ୍କ ପେଟରେ ଏକ କ୍ଷତ ଥିବାର ଫଟୋ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଥିବାବେଳେ ତାଙ୍କ ସମସ୍ତେ ବେଶ ପ୍ରଶଂସା କରୁଥିବା ଦେଖିବାକୁ ମିଳୁଛି । ଏହାସହ ରିୟଲ ହିରୋ ବୋଲି ମଧ୍ୟ ଅନେକ ୟୁଜର୍ସ କମେଣ୍ଟରେ ଜଣାଉଛନ୍ତି ।

ସେପଟେ ମ୍ୟାଚ୍ ବିଜୟର ମୁଖ୍ୟ ହିରୋ ଭାବେ ଭୁବନେଶ୍ବରଙ୍କୁ କୁହାଯାଇଥିଲା । ଶେଷ ଓଭରରେ ସେ ଏକ ବଡ଼ ଛକା ମାରି ଦଳକୁ ବିଜୟୀ କରାଇବାରେ ସହାୟକ ହୋଇଥିଲେ । ଏହାସହ ବୋଲିଂରେ ୪ ଓ୍ବିକେଟ ନେଇ କମାଲ କରିଥିଲେ । ଏବେ ସେ ପର୍ପଲ କ୍ୟାପ୍ ନିଜ ପାଖରେ ରଖିଛନ୍ତି । ଯେଉଁ କାରଣରୁ ତାଙ୍କୁ ଅନେକ ପ୍ରଶଂସା କରାଯାଇଥିବାବେଳେ କୃନାଲଙ୍କୁ ଭୁଲି ଯାଇଥିବା ମଧ୍ୟ କୁହାଯାଉଛି । ଯାହାକୁ ନେଇ ସୋସିଆଲ ମିଡିଆରେ ଭିନ୍ନ ଚର୍ଚ୍ଚା ଲାଗି ରହିଛି ।

ତେବେ ମ୍ୟାଚ ସମୟରେ ଦୀପକ ଚହରଙ୍କ ବଲକୁ ସର୍ଟ ମାରିବାବେଳେ ପେଟରେ ବଲ ବାଜି କ୍ଷତ ହୋଇଥିଲା । ତଥାପି ହାର୍ ନମାନି ବଡ଼ ସଟ୍ ଖେଳିଥିଲେ । କୋହଲି, ପାଡିକଲଙ୍କ ଭଳି ଖେଳାଳି ବଡ଼ ସ୍କୋର କରିବାରେ ବିଫଳ ହୋଇଥିବାବେଳେ କୃନାଲ କିନ୍ତୁ ଶେଷ ପର୍ଯ୍ୟନ୍ତ ଦଳ ପାଇଁ ଲଢ଼ି ୭୩ ରନ କରିଥିଲେ । ସେପଟେ ଭୁବନେଶ୍ବର କିନ୍ତୁ କଷ୍ଟକର ସମୟରେ ଛକା ମାରି ଦଳକୁ ନିଜ ଆଡ଼କୁ ଆଣିଥିଲେ । ଏହାସହ ମୁମ୍ବାଇ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନଙ୍କୁ ପାଭିଲିୟନ ପଠାଇଥିଲେ ।

ଏହାସହ ପଢ଼ନ୍ତୁ : କନ୍ୟାଙ୍କ ଯୁକ୍ତି, କହିଲେ ମେଡିକାଲ ରିପୋର୍ଟ ଆଣିଲେ ବାହା ହେବି…