ନୂଆଦିଲ୍ଲୀ, ୫/୨ : ଦିଲ୍ଲୀରେ ବଢ଼ୁଥିବା ପ୍ରଦୂଷଣ ସବୁବେଳେ ଚିନ୍ତାର ବିଷୟ ପାଲଟିଥାଏ । ଯମୁନା ନଦୀର ପ୍ରଦୂଷଣ ଏବଂ ଦିଲ୍ଲୀର ବାୟୂ ପ୍ରଦୂଷଣକୁ ଚିନ୍ତା ବଢ଼ିଥାଏ । ତେବେ ଏହାର ସମାଧାନ ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ବ୍ଲକୁପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି । ସେ ପୂର୍ବ ସରକାରଙ୍କୁ ଟାରେଗଟ କରିଛନ୍ତି । କହିଛନ୍ତି କି, ଆପ୍ ସରକାର କେବଳ ବାୟୂ ପ୍ରଦୂଷଣ ରୋକିବା ପାଇଁ ସ୍ଥାୟୀ ପଦକ୍ଷେପ ନେଇନାହାନ୍ତି ।
GRAP, ଅଡ-ଇଭେନ୍, କୃତିମ ବର୍ଷା ଏବଂ ଆଣ୍ଟି ସ୍ମଗ ଗନ୍ ଭଳି ନିଷ୍ପତ୍ତି ନେଇଥିବା ପୂର୍ବ ସରକାରଙ୍କୁ ସମାଲୋଚନା କରିଛନ୍ତି । ସେ କହିଛନ୍ତି କି, ଏହି ସମାଧାନ ଗୁଡ଼ିକ ସ୍ଥାୟୀ ନୁହେଁ । ଏଭଳି କରି କେବେ ମଧ୍ୟ ବାୟୂ ପ୍ରଦୂଷଣକୁ ରୋକି ପାରିବା ନାହିଁ । ତେବେ ବାୟୂ ପ୍ରଦୂଷଣ ରୋକିବା ପାଇଁ ଆମେ ଏକ ସ୍ଥାୟୀ ପଦକ୍ଷେପ ପାଇଁ ଯୋଜନା କରିଛୁ । ଯଦି ଆମେ କେବଳ ବାୟୂକୁ ସଫା କରିବା ଦୃଷ୍ଟିକୋଣକୁ ଦେଖିବା ତାହେଲେ କୌଣସି ଫଳାଫଳ ମିଳିବ ନାହିଁ । ଆମକୁ ଏକ ସାମଗ୍ରିକ ଦୃଷ୍ଟିକୋଣରୁ ଦେଖିବାକୁ ପଡ଼ିବ । ଏକାସଙ୍ଗେ ବାୟୂ, ଜଳ ଏବଂ ଧୂଳି ତିନୋଟିଯାକ ସଫା କରିବା ଉପରେ ଧ୍ୟାନ ଦେବାକୁ ପଡ଼ିବ । ପ୍ରକୃତ କାମ ଧୂଳି ନିୟନ୍ତ୍ରଣ, ସାର୍ବଜନୀନ ପରିବହନ ଏବଂ ଦୀର୍ଘକାଳୀନ ଯୋଜନା ଉପରେ କରାଯିବା ଉଚିତ।
ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା କହିଛନ୍ତି ଯେ ଦିଲ୍ଲୀରେ ବାୟୁ ପ୍ରଦୂଷଣର ମୁଖ୍ୟ କାରଣ ହେଉଛି ରାସ୍ତା ଧୂଳି, ଖରାପ ବର୍ଜ୍ୟବସ୍ତୁ ପରିଚାଳନା ଏବଂ ଯାନବାହାନ ନିର୍ଗମନ । ଫଳସ୍ୱରୂପ, ଶୀତଦିନେ ମଧ୍ୟ ପ୍ରଦୂଷଣ ସ୍ତର ପ୍ରାୟତଃ "ଗମ୍ଭୀର" ବର୍ଗରେ ରହିଥାଏ । ଏହାସହ କହିଛନ୍ତି କି, ଯାନବାହାନରୁ ନିର୍ଗତ ଧୂଆଁକୁ ପ୍ରଦୂଷଣର ଏକ ପ୍ରମୁଖ କାରଣ । ସରକାର ଦିଲ୍ଲୀର ସାଧାରଣ ପରିବହନକୁ ଶୂନ୍ୟ ନିର୍ଗମନ ଆଡକୁ ନେବା ପାଇଁ ଏକ ଯୋଜନା କରୁଛନ୍ତି ।
ଏହାସହ ପଢ଼ନ୍ତୁ : ସାଥୀଙ୍କ ଉପରେ କାହିଁକି ହୁଏ ସନ୍ଦେହ ? ଏମିତି କରନ୍ତୁ, ସମ୍ପର୍କ କେବେ ଭାଙ୍ଗିବନି...