ଭୁବନେଶ୍ବର, ୫/୨ : କିଏ କହେ ପ୍ରେମ ଶାସ୍ବତ, କିଏ କହେ ପ୍ରେମ ଅମର । ଅଢ଼େଇ ଅକ୍ଷରର ଏହି ଶବ୍ଦରେ ଭରି ରହିଛି ଅନେକ ମହତ୍ବ । ପ୍ରେମ କେତେବେଳେ ଆଉ କାହା ସାଥୀରେ ହୋଇଥାଏ ତାହା ଜଣା ନଥାଏ । ପ୍ରେମ ଦେଖେନା ଜାତି କି ଧର୍ମ, ଆଉ ଏହି ପ୍ରେମ ଦେଖେନା ବୟସର ତାରତମ୍ୟ । ପ୍ରେମ ମଣିଷକୁ ଦିଗହରା କରିଦିଏ ଆଉ କେବେ ବଦଳାଇ ଦିଏ ଜୀବନର ଗତିପଥ । ଯାହାର ଅନେକ ଉଦାହରଣ ଆପଣମାନେ ଗପ, କବିତା ଏବଂ ସମାଜରେ ମଧ୍ୟ ଦେଖିଥିବେ ନିଶ୍ଚୟ । କିନ୍ତୁ ପ୍ରେମରେ ଥରେ ସନ୍ଦେହ ନାମକ ଶବ୍ଦ ଯେବେ ଦେଖାଯାଏ ସେବେ ସବୁକିଛି ସରିଯାଏ । ନିମିସକ ମଧ୍ୟରେ ସବୁ ଭଲ ପାଇବା ପାଣିରେ ମିଳାଇ ଯାଇଥାଏ । ତେବେ ଆସନ୍ତୁ ଆମର ଏହି ଆଲ୍ଲେଖ୍ୟ ମାଧ୍ୟମରେ ଜାଣିବା ପ୍ରେମର ଦିଗ କାହିଁକି ଯାଇଥାଏ ବ୍ରେକଅପ୍ ରାସ୍ତାରେ । କେଉଁ ସନ୍ଦେହ ଆପଣ ପ୍ରେମ ଗାଡ଼ିରେ ଲଗାଇଥାଏ ଡିସ୍ ବ୍ରେକ୍ ?

ଏବେ ସମାଜରେ ଅନେକ କଳୁଷିତ ପ୍ରେମୀ ଲାଗି ପ୍ରେମ ଭଳି ପବିତ୍ର ଶବ୍ଦରେ ଲାଗିଛି କଳଙ୍କର ଦାଗ । ଚାଟିଂରୁ ଆରମ୍ଭ ହୋଇଥିବା ପ୍ରେମଗାଡ଼ି ପାର୍କ ରାସ୍ତା ଦେଇ ସିଧା ଯାଇ ଧୋକା ନାମକ ଫାଟକରେ ଅଟକୁଛି । ଏହା ପଛରେ ପ୍ରମୁଖ କାରଣ ହେଉଛି ତୃତୀୟ ଲୋକଙ୍କ ପ୍ରବେଶ ଆଉ ସନ୍ଦେହ ପାଇଁ ପ୍ରେମ ଗାଡ଼ିର ପେଟ୍ରୋଲ ଘଞ୍ଚ ଜଙ୍ଗଲରେ ଶେଷ ହୋଇଥାଏ ।

ଏହାସହ ପଢ଼ନ୍ତୁ : ଫେବୃଆରୀ ୭ରେ ପ୍ରମେୟ ‘ଓଜସ୍ବିନୀ ସମ୍ମାନ- ୨୦୨୫’, ଯୋଗ୍ୟ ପ୍ରାର୍ଥୀଙ୍କୁ ଦିଅନ୍ତୁ ଭୋଟ୍

ସମ୍ମାନ କମିବାକୁ ଲାଗେ

ପ୍ରେମରେ ସବୁବେଳେ ପରସ୍ପରକୁ ସମ୍ମାନ କରିବା ଜରୁରୀ । ଯେତେବେଳେ ଏଥିରେ କିଛି ବିଚ୍ୟୁତି ହୁଏ ଆରମ୍ଭ ହୋଇଯାଏ ଖିଟପିଟ୍ । ଉଭୟଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବା ଦରକାର । ଯଦି ଟିକେ ମଧ୍ୟ ବୁଝାମଣା ଭୁଲ୍ ହୁଏ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥାଏ । ଏମିତି ଅନେକ ଲୋକ ସମାଜରେ ରହିଛନ୍ତି ଯେଉଁମାନେ ସମ୍ପର୍କରେ ଦାଗ ଲଗାଇବା ପାଇଁ ଚାହିଁ ବସିଥାନ୍ତି । ଏଣୁ ସୁବବେଳେ ଧ୍ୟାନ ଦେବେ କି ଉଭୟ ଉଭୟଙ୍କୁ ଉଚିତ୍ ସମ୍ମାନ ଦେବେ ଆଉ ହଁରେ ହଁ ମିଶାଇବେ । ଯଦି କିଛି ଭୁଲ୍ ହୁଏ ତାହେଲେ ତାଗିଦ୍ କରିବେ ।

ନିୟନ୍ତ୍ରଣ ନୁହେଁ ସାଥୀଙ୍କ ଯତ୍ନ ନିଅନ୍ତୁ

କେବେ ମଧ୍ୟ ସାଥୀଙ୍କୁ ନିୟନ୍ତ୍ରଣରେ ରଖିବାକୁ ଚେଷ୍ଟା କରନ୍ତୁ ନାହିଁ । ତମେ ସେଠାକୁ ଯିବନି, ତମେ ତା’ ସହ କଥା ହେବନି । ତମେ କଣ ପିନ୍ଧିବ, କଣ ଖାଇବ ଏମିତିକି ସବୁ କଥାରେ ମୁଣ୍ଡ ପୁରେଇଲେ ସମ୍ପର୍କରେ ସନ୍ଦେହ ଆସିଥାଏ । ଯଦି ସାଥୀଙ୍କୁ ଏଭଳି ନିୟନ୍ତ୍ରଣରେ ରଖାଯାଏ ତାହେଲେ ସମ୍ପର୍କ ଅଧିକ ଦିନ ତିଷ୍ଠି ନଥାଏ । ସବୁବେଳେ ସାଥୀଙ୍କ ଏଭଳି ଯତ୍ନ ନିଅ ଯେଭଳି ସେ ତୁମ ମନ ବୁଝି ଆପଣ କହିବା ପୂର୍ବରୁ କରିବେ କଣ ନକରିବେ ନିଜେ ନିଜେ ବୁଝିଯିବେ ।

ଏହାସହ ପଢ଼ନ୍ତୁ : ଯଦି ଭାରତ ସହ ଫାଇନାଲ ପଡ଼େ କ’ଣ କରିବ ? ଜାଣନ୍ତୁ କ’ଣ କହିଲେ ପାକିସ୍ତାନ ଅଧିନାୟକ

ବାରମ୍ବାର ମିଛ କହି ଧରା ପଡ଼ିବା

ପ୍ରେମ ସବୁବେଳେ ସତ ଉପରେ ବିଶ୍ବାସ ରଖିଥାଏ । ମିଛ ବେଶୀ ଦିନ ସମ୍ପର୍କକୁ ରଖିନଥାଏ । କୁହାଯାଏ ମିଛ ଦିନେ ନା ଦିନେ ଧରାପଡ଼େ । ଏଣୁ ସାଥୀଙ୍କୁ ଯଦି ବାରମ୍ବାର ମିଛ କୁହନ୍ତି ଆଉ ଧରା ପଡ଼ନ୍ତି ତାହେଲେ ବିଶ୍ବାସ ତୁଟିଯାଏ । ଏଣୁ ସବୁବେଳେ ସତ କୁହନ୍ତୁ ଏବଂ ମନକୁ ବୁଝିବାକୁ ଚେଷ୍ଟା କରନ୍ତୁ ।

ସବୁ କଥାରେ ରାଗନ୍ତୁ ନାହିଁ

ରାଗିବା ମଣିଷର ଏକ ସ୍ବଭାବ । ସମ୍ପର୍କରେ ରହିଲେ ସନ୍ଦେହ ଆଉ କଥା ନମାନିବା ଦ୍ବାରା ରାଗ ବେଶୀ ବଢ଼ିଯାଏ । ଅଧିକ ରାଗିବା ଆପଣଙ୍କ ବ୍ୟକ୍ତିତ୍ବ ଉପରେ ପ୍ରଭାବ ପକାଇଥାଏ । ଏମିତିକି ରାଗି ଲୋକଙ୍କ ସହ ସମ୍ପର୍କ ବେଶିଦିନ ତିଷ୍ଠି ନଥାଏ । ଏଣୁ ନିଜର ସ୍ବଭାବରେ ପରିବର୍ତ୍ତନ ଆଣିବାକୁ ଚେଷ୍ଠା କରନ୍ତୁ ।

ସବୁବେଳେ ଦୋଷ ମାନନ୍ତୁ

ଯେବେ ମଧ୍ୟ ସମ୍ପର୍କ ଫାଟ ହୁଏ କିମ୍ବା ଝଗଡ଼ା ହୁଏ ନିଜର ଦୋଷକୁ ମାନି ନିଅନ୍ତୁ । ସାଥୀଙ୍କୁ ସବୁବେଳେ ବୁଝାଇବାକୁ ଚେଷ୍ଟା କରିବେ । ଯଦି ଭୁଲ୍ ନକରି ମଧ୍ୟ ଆପଣଙ୍କୁଭ ଭୁଲ୍ ମାଗିବାକୁ ପଡ଼େ କେବେ ମଧ୍ୟ କୁଣ୍ଠାବୋଧ କରନ୍ତୁ ନାହିଁ । କାରଣ ଆପଣଙ୍କ ଗୋଟିଏ କ୍ଷମା ପ୍ରାର୍ଥନା ଯଦି ସୁନ୍ଦର ସମ୍ପର୍କଟି ରକ୍ଷା ପାଉଛି କେବେ ମଧ୍ୟ ମନରେ ଅନୁତାପ କରନ୍ତୁ ନାହିଁ।

ଶେଷରେ କେବଳ ଏତିକି କହିବୁ କି, ଏବେ ସମାଜରେ ଅନେକ ପ୍ରେମୀଙ୍କ ଲାଗି ପ୍ରେମ ଭଳି ପବିତ୍ର ସମ୍ପର୍କରେ ଲାଗିଛି କଳଙ୍କର ଦାଗ । କିଏ ଓୟୋ କହି ପ୍ରେମ ନାଁରେ ପରିହାସ କରୁଛି ତ ଆଉ କିଏ କଣ କହୁଛି ଆପଣମାନେ ବେଶ ଭଲଭାବେ ବୁଝି ପାରୁଥିବେ। ଆଉ ଏଭଳି କିଛି କାରଣ ପାଇଁ ସମାଜରେ ପ୍ରେମରେ ବ୍ରେକଅପ୍ ନାମକ ଶବ୍ଦର ବ୍ୟବହାର ହେଉଛି । ଏଣୁ ସବୁବେଳେ ସମ୍ପର୍କକୁ ବଜାୟ ରଖିବା ପାଇଁ ଚେଷ୍ଟା କରିବେ । ନିଜର ସ୍ବଭାବରେ ପରିବର୍ତ୍ତନ ଆଣିବା ସହ ଉଚିତ୍ ବୁଝମଣା ରଖିଲେ କେବେ ମଧ୍ୟ ବ୍ରେକଅପ୍ ହୋଇନଥାଏ । ତେବେ ଏହାକୁ ନେଇ ଆପଣଙ୍କ ମତାମତ କ’ଣ କମେଣ୍ଟ ମାଧ୍ୟମରେ ଜଣାନ୍ତୁ…

ଏହାସହ ପଢ଼ନ୍ତୁ : ଭିଡିଓ ଉଠାଉଥିଲେ ଅର୍ଶଦୀପ, ରାଗିଗଲେ ତିଲକ : ସୋସିଆଲ ମିଡିଆରେ ଭାଇରାଲ...