ନୂଆଦିଲ୍ଲୀ : ଦିଲ୍ଲୀର ଏକ କୋର୍ଟ ନିକଟରେ ସେହି ୭ ଜଣ ମହିଳାଙ୍କୁ ମୁକ୍ତ କରିଛନ୍ତି, ଯାହାଙ୍କ ନାଁରେ ଗତ ବର୍ଷ ଏକ ବାର୍‌ରେ ଅଶ୍ଳୀଳ ଡ୍ୟାନ୍ସ କରିବା ଅଭିଯୋଗ ଥିଲା। ପହାଡଗଞ୍ଜ ପୁଲିସ ଷ୍ଟେସନରେ ମହିଳାଙ୍କ ବିରୋଧରେ ଆଇପିସିର ଧାରା ୨୯୪ ଅନୁସାରେ, କେସ୍‌ ରୁଜୁ କରାଯାଇ ଥିଲା। ମାମଲାର ଶୁଣାଣି କରି ତିସ୍‌ ହଜାରୀ କୋର୍ଟର ଅତିରିକ୍ତ ମୁଖ୍ୟ ନ୍ୟାୟିକ ମାଜିଷ୍ଟ୍ରେଟ୍‌ ନିତୁ ଶର୍ମା କହିଛନ୍ତି କି, ମାମଲାରେ କୌଣସି ଅପରାଧ କରାଯାଇ ଥିବା ,ଅଭିଯୋଜନ ପକ୍ଷ ଏହା ସାବ୍ୟସ୍ତ କରିବାରେ ବିଫଳ ରହିଛନ୍ତି। 

ବାର୍‌ ଆଣ୍ଡ ବେଞ୍ଚର ରିପୋର୍ଟ ଅନୁସାରେ , ଅତିରିକ୍ତ ମୁଖ୍ୟ ନ୍ୟାୟିକ ମାଜିଷ୍ଟ୍ରେଟ୍‌ ନିତୁ ଶର୍ମା କହିଛନ୍ତି - ଏବେ ନା କି ଛୋଟ ପୋଷାକ ପିନ୍ଧିବା ଅପରାଧ ନା ହିଁ ଗୀତରେ ଡ୍ୟାନ୍ସ କରିବାରେ ସଜା ହୋଇପାରେ, ଯଦିଓ ସେହି ଡ୍ୟାନ୍ସ ପବ୍ଲିକ୍‌ ପ୍ଲେସ୍‌ରେ ହୋଇଥାଉ ନା କାହିଁକି। ସେ କହିଛନ୍ତି, ଡ୍ୟାନ୍ସରଙ୍କୁ ସଜା କେବଳ ସେତେବେଳେ ହିଁ ହୋଇପାରେ , ଯେବେ ତାଙ୍କର ଡ୍ୟାନ୍ସ ଅନ୍ୟ କେହି ଲୋକଙ୍କୁ  ଯଦି ଅସୁବିଧାରେ ପକାଇ ଥାଏ।

ଉକ୍ତ ମାମଲାଟି ଜଣେ ସବ୍‌-ଇନ୍ପପେକ୍ଟର (ଏସଆଇ)ଙ୍କର ଅଭିଯୋଗ ଆଧାରରେ ରୁଜୁ କରାଯାଇ ଥିଲା। ସେ ଦାବି କରିଥିଲେ ଯେ, ସେ ସଂପୃକ୍ତ ଅଞ୍ଚଳରେ ପାଟ୍ରୋଲିଂ କରୁଥିଲେ। ତାଙ୍କର ଅଭିଯୋଗ ଥିଲା କି ଯେତେବେଳେ ବାର୍‌ ଭିତରକୁ ଗଲେ ଦେଖିଲେ ଯେ, କିଛି ମହିଳା ଛୋଟ ଛୋଟ ପୋଷାକ ପିନ୍ଧି ଅଶ୍ଳୀଳ ଗୀତରେ ଡ୍ୟାନ୍ସ କରୁଥିଲେ। 

କୋର୍ଟ କହିଛନ୍ତି କି, ପୁଲିସ ଅଧିକାରୀ କେଉଁଠି ବି ଏହା ଦାବି କରି ନାହାନ୍ତି ଯେ ଡ୍ୟାନ୍ସ ଅନ୍ୟ କୌଣସି ବ୍ୟକ୍ତିଙ୍କୁ ଅସୁବିଧାରେ ପକାଇ ଥିଲା। ଏଥିରେ ଆହୁରି କୁହାଯାଇଛି ଯେ, ଅଭିଯୋଜନ ପକ୍ଷର ଦୁଇ ଜଣ ସାକ୍ଷ୍ୟ କହିଛନ୍ତି କି, ସେ ଏହି ସ୍ଥାନରେ ମଉଜ ମସ୍ତି କରିବା ପାଇଁ ଯାଇଥିଲେ ଏବଂ ତାଙ୍କୁ ମାମଲା ବିଷୟରେ କିଛି ମଧ୍ୟ ଜଣା ନଥିଲା। କୋର୍ଟ କହିଛନ୍ତି  ଏହା ସ୍ପଷ୍ଟ କି ପୁଲିସ୍‌ ଏକ କାହାଣୀ ଗଢିଛି. କିନ୍ତୁ ଏହାକୁ ଲୋକଙ୍କ ଠାରୁ ସମର୍ଥନ ମିଳିଲା ନାହିଁ। ଯଦିଓ ଆମେ ଏସଆଇ ଧର୍ମେନ୍ଦ୍ରଙ୍କ ଦାବିକୁ ସ୍ୱୀକାର କରିବୁ , କିନ୍ତୁ ଏଥିରେ ଅପରାଧ ସ୍ଥାପିତ ହେବ ନାହିଁ। 

କୋର୍ଟ ମଧ୍ୟ ଏହା କହିଛନ୍ତି କି ଏସଆଇ ନିଜର ଏହି ଦାବିର ପ୍ରମାଣ ଭାବେ କୌଣସି ଡ୍ୟୁଟି ରୋଷ୍ଟ ବା ଡିଡି ଏଣ୍ଟ୍ରି ଦେଖାଇବାରେ ବିଫଳ ରହିଛନ୍ତି , ଯେଉଁଥିରେ ସେ କହିଥିଲେ କି ସେ ଏହି ସମୟରେ ପାଟ୍ରୋଲିଂରେ ଥିଲେ।