ପ୍ରମୂଖ ଖବର
  • ରାୟଗଡ଼ା: ଏଏନଏମଙ୍କ ଘରୁ ବିପୁଳ ପରିମାଣର ଗଞ୍ଜେଇ ଜବତ, ମହିଳା ଗିରଫ
  • ||
  • ଗଞ୍ଜାମ : ଅଟୋ-ବାଇକ୍‌ ମୁହାଁମୁହିଁ ଧକ୍କା: ଜଣେ ମୃତ, ଜଣେ ଗୁରୁତର
  • ||
  • ସୁବର୍ଣ୍ଣପୁର: ବାରମ୍ୱାର ଅଭିଯୋଗ ସତ୍ତ୍ୱେ ଜମିରେ ଖୋଳା ହେଉନି ବୋରୱେଲ୍‌, ଉଠା ଜଳସେଚନ କାର୍ଯ୍ୟାଳୟ ବାରଣ୍ଡାରେ ଚାଷୀଙ୍କ ଧାରଣା
  • ||
  • କଂଗ୍ରେସର ସବୁ ବିଧାୟକ ସସପେଣ୍ଡ୍, ତାରା ବାହିନୀପତି ଓ ରମେଶ ଜେନା ୭ ଦିନ ପାଇଁ ଗୃହରୁ ନିଲମ୍ଵିତ
  • ||
  • ବିଧାନସଭାରେ ହାଇଡ୍ରାମା: ଗେଟ୍‌ ଭାଙ୍ଗି ଭିତରକୁ ପଶିଲେ ବିରୋଧୀ, ପୋଲିସ-କଂଗ୍ରେସ କର୍ମୀ ଧସ୍ତାଧସ୍ତି
  • ||
  • ଓଡ଼ିଶା ହାଇକୋର୍ଟର ନୂତନ ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍‌ ହରିଶ୍‌ ଟଣ୍ଡନ, ଶପଥ ପାଠ କରାଇଲେ ରାଜ୍ୟପାଳ
  • ||
  • ନୟାଗଡ : ଧାନଚେଙ୍ଗଡ଼ା ଡବଲ ମର୍ଡର ଘଟଣା, ଅଭିଯୁକ୍ତ ବାପାକୁ ଧରି ସିନ୍‌ ରିକ୍ରିଏସନ୍‌ କରୁଛି କ୍ରାଇମ୍‌ବ୍ରାଞ୍ଚ
  • ||
  • ବର୍ଷା ହେଲେ ବଡ଼ଦାଣ୍ଡରେ ଭାସୁଛି ପଙ୍କ: ନଳା ପାଣି ମାଡ଼ି ଶ୍ରୀମନ୍ଦିର ଗଲେ ଭକ୍ତ, ସଫା ହେଲା ପରିକ୍ରମା ମାର୍ଗ ଭୂତଳ ନଳା
  • ||
  • କଟକ : ସରିଗଲା ଶିକ୍ଷା ବର୍ଷ: ମିଳିଲାନି ବହି, ବିନା ବହିରେ ପରୀକ୍ଷା ଦେଲେ ଛାତ୍ରଛାତ୍ରୀ
  • ||

୧୫ ବର୍ଷରୁ ଅଧିକ ପୁରୁଣା ଗାଡ଼ିକୁ ମିଳିବନି ଇନ୍ଧନ, ଏପ୍ରିଲ୍‌ ୧ରୁ ଲାଗୁ ହେବ ନିୟମ

Published By : Tapas Panda | March 1, 2025 4:18 PM

ନୂଆଦିଲ୍ଲୀ: ପୁରୁଣା ଗାଡ଼ିଗୁଡ଼ିକୁ ପେଟ୍ରୋଲ୍‌ ପମ୍ପରେ ତେଲ ମିଳିବ ନାହିଁ । ୧୫ ବର୍ଷରୁ ଅଧିକ ପୁରୁଣା ଗାଡ଼ିଗୁଡ଼ିକ ଲାଗି ଏହି ନିୟମ ଆଣିଛନ୍ତି ସରକାର । ଦିଲ୍ଲୀ ସରକାରଙ୍କ ନୂଆ ନିୟମକୁ ନେଇ ଏବେ ଦେଶବ୍ୟାପୀ ଚର୍ଚ୍ଚା ଆରମ୍ଭ ହୋଇଛି । ନୂଆଦିଲ୍ଲୀର ପରିବେଶ ମନ୍ତ୍ରୀ ମଞ୍ଜିନ୍ଦର ସିଂହ ସିରସା କହିଛନ୍ତି, ମାର୍ଚ୍ଚ ୩୧ ପରେ ଦିଲ୍ଲୀର ପେଟ୍ରୋଲ ପମ୍ପଗୁଡ଼ିକରେ ୧୫ ବର୍ଷରୁ ପୁରୁଣା ଗାଡ଼ିଗୁଡ଼ିକୁ ଇନ୍ଧନ ଦିଆଯିବ ନାହିଁ । ଜାତୀୟ ରାଜଧାନୀରେ ବାୟୁ ପ୍ରଦୂଷଣର ମୁକାବିଲା ଲାଗି ଅଧିକାରୀଙ୍କ ସହ ଏକ ବୈଠକ ପରେ ସିରସା କହିଛନ୍ତି ଯେ, ସରକାର ଯାନବାହନ ଯୋଗୁଁ ହେଉଥିବା ପ୍ରଦୂଷଣକୁ ରୋକିବା ପାଇଁ କଠୋର ପଦକ୍ଷେପ ନେବାକୁ ଯାଉଛନ୍ତି ।

ବୈଠକ ପରେ ମନ୍ତ୍ରୀ କହିଛନ୍ତି, ଆମେ ପେଟ୍ରୋଲ ପମ୍ପଗୁଡ଼ିକରେ ଏପରି ଗ୍ୟାଜେଟ୍ ସ୍ଥାପନ କରୁଛୁ ଯାହା ୧୫ ବର୍ଷରୁ ପୁରୁଣା ଯାନଗୁଡ଼ିକୁ ଚିହ୍ନଟ କରିବ ଏବଂ ସେଗୁଡ଼ିକୁ ଇନ୍ଧନ ଦିଆଯିବ ନାହିଁ।  ଦିଲ୍ଲୀ ସରକାର ଏହି ନିଷ୍ପତ୍ତି ବିଷୟରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରଣାଳୟକୁ ଜଣାଇବେ । ପୁରୁଣା ଯାନବାହନକୁ ଇନ୍ଧନ ଯୋଗାଣ ଉପରେ ରୋକ ଲାଗିବ ବୋଲି କହିବା ସହ ମନ୍ତ୍ରୀ ଘୋଷଣା କରିଛନ୍ତି ଯେ, ବାୟୁ ପ୍ରଦୂଷଣ ସ୍ତରକୁ ନିୟନ୍ତ୍ରଣ କରିବା ପାଇଁ ରାଜଧାନୀର ସମସ୍ତ ଉଚ୍ଚ କୋଠା, ହୋଟେଲ ଏବଂ ବାଣିଜ୍ୟିକ କମ୍ପ୍ଲେକ୍ସରେ ଆଣ୍ଟି-ସ୍ମଗ୍ ଗନ୍ ସ୍ଥାପନ କରାଯିବ ।

ଏହା ସହିତ ପରିବେଶ ମନ୍ତ୍ରୀ ମଞ୍ଜିନ୍ଦର ସିଂହ ସିରସା କହିଛନ୍ତି ଯେ, ସ୍ୱଚ୍ଛ ଏବଂ ସ୍ଥାୟୀ ସାର୍ବଜନୀନ ପରିବହନ ପ୍ରତି ସରକାରଙ୍କ ପ୍ରୟାସ ଅନୁସାରେ ଡିସେମ୍ବର ୨୦୨୫ ସୁଦ୍ଧା ଦିଲ୍ଲୀରେ ପ୍ରାୟ ୯୦ ପ୍ରତିଶତ CNG ବସ୍ ପର୍ଯ୍ୟାୟକ୍ରମେ ବନ୍ଦ କରାଯିବ।  ସିଏନଜି ପରିବର୍ତ୍ତେ ଇଲେକ୍ଟ୍ରିକ୍ ବସକୁ ପ୍ରୋତ୍ସାହିତ କରାଯିବ । ଦିଲ୍ଲୀରେ ବିଜେପି ସରକାର ଆସିବା ପରେ ଏହା ବଡ଼ ଘୋଷଣା ବୋଲି କୁହାଯାଉଛି । ନୂଆ ସରକାରଙ୍କ ନୂଆ ଘୋଷଣାକୁ ନେଇ ଚର୍ଚ୍ଚା ଲାଗି ରହିଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.