ନୂଆଦିଲ୍ଲୀ,୧୦।୧୧:  ଜାତୀୟ ରାଜଧାନୀ ଦିଲ୍ଲୀରେ ଏକ ବଡ଼ ସ୍ପୋର୍ଟସ୍ ପ୍ରୋଜେକ୍ଟର ଯୋଜନା ତିଆରି କରାଯାଉଛି। କ୍ରୀଡା ମନ୍ତ୍ରଣାଳୟ ସୂତ୍ର ଅନୁସାରେ, ଜବାହରଲାଲ ନେହରୁ ଷ୍ଟାଡିୟମକୁ ଭାଙ୍ଗିକି ସେହି ସ୍ଥାନରେ ଏକ ନୂଆ ‘ସ୍ପୋର୍ଟସ୍ ସିଟି’ ତିଆରି କରାଯିବ। ଏହି ପ୍ରୋଜେକ୍ଟ ୧୦୨ ଏକର  ଅଞ୍ଚଳ ପର୍ଯ୍ୟନ୍ତ ବ୍ୟାପିଛି।

ଏହି ନୂଆ ସ୍ପୋଟର୍ସ ସିଟିର ନିର୍ମାଣ ପାଇଁ କତର ଓ ଅଷ୍ଟ୍ରେଲିଆ ଭଳି ଦେଶରେ ଉପଯୋଗ କରାଯାଉଥିବା ଆଧୁନିକ ଖେଳ ମଡେଲର ଆକଳନ କରାଯାଉଛି। ଏହି ପ୍ରୋଜେକ୍ଟର ଉଦେଶ୍ୟ ଦିଲ୍ଲୀରେ ଅନ୍ତର୍ଜାତୀୟ ମାନଦଣ୍ଡ ଅନୁରୂପ ଏକ ଅତ୍ୟାଧୁନିକ ଖେଳ ଭିତ୍ତିଭୂମି ତିଆରି କରାଯିବ।

ସୂତ୍ର ଅନୁସାରେ, ବର୍ତ୍ତମାନ ସମୟରେ ଜବାହରଲାଲ ନେହରୁ ଷ୍ଟାଡିୟମ ଯେଉଁ ଜମିରେ ତିଆରି ହୋଇଛି, ତାକୁ ସମ୍ପୂର୍ଣ୍ଣ ଭାବରେ ବିକଶିତ କରାଯିବ। ନୂଆ ସ୍ପୋର୍ଟସ୍ ସିଟି ୧୦୨ ଏକରରରେ ବ୍ୟାପି ରହିଛି, ଯାହାକୁ ଦେଶର ଏକ ପ୍ରମୁଖ ଖେଳ ସୁବିଧା ଭିତରୁ ଅନ୍ୟତମ ଭାବରେ ତିଆରି କରାଯିବ। ଏହି ପ୍ରୋଜେକ୍ଟର ଉଦେଶ୍ୟ ହେଉଛି ଖେଳ ପାଇଁ ସମର୍ପିତ ଏକ ଏକୀକୃତ ଓ ଆଧୁନିକ କେନ୍ଦ୍ର ସ୍ଥାପିତ କରିବା। ଏହି ସ୍ପୋର୍ଟସ୍ ସିଟିକୁ ବିଶ୍ବସ୍ତରୀୟ ତିଆରି କରିବା ପାଇଁ କ୍ରୀଡା ମନ୍ତ୍ରଣାଳୟ ଟିମ୍‌ କତର ଓ ଅଷ୍ଟ୍ରେଲିଆରେ ଥିବା ସଫଳ ସ୍ପୋର୍ଟସ ମଡେଲର ଗହନ ଅଧ୍ୟୟନ କରାଯାଉଛି। ଏହି ଅନ୍ତର୍ଜାତୀୟ ମଡେଲରୁ ଶିକ୍ଷା ନେଇ ଡିଜାଇନ୍ ଓ ସୁବିଧାର ଅନ୍ତିମ ରୂପ ଦିଆଯିବ।