ନୂଆଦିଲ୍ଲୀ,୨୭/୦୨; ଦିଲ୍ଲୀରେ ଆଜି ଆମ୍ ଆଦମୀ ପାର୍ଟି ପାଇଁ 'ଗୁଡ୍ ଫ୍ରାଇଡେ୍'ରୁ କିଛି କମ୍ ନଥିଲା । ଦିଲ୍ଲୀ ମତ ଦୁର୍ନୀତି ଉପରେ ୩ ବର୍ଷ ଧରି ଚାଲିଥିବା ଆଇନଗତ ଏବଂ ରାଜନୈତିକ ଲଢେଇରେ ଆଜି ନିର୍ଣ୍ଣାୟକ ଦିନ ଥିଲା । ଦିଲ୍ଲୀ ରାଜନୀତିରେ ଗତ କିଛି ବର୍ଷ ଏକ ଫିଲ୍ମ ଥ୍ରୀଲରଠାରୁ କମ୍ ନୁହେଁ। ଦୁର୍ନୀତି ବିରୋଧରେ ଆନ୍ଦୋଳନରୁ ଉଭା ହୋଇଥିବା ଆମ ଆଦମୀ ପାର୍ଟି (AAP) ଦୁର୍ନୀତି ଅଭିଯୋଗରେ ଫସିଗଲା ଯାହା ତାର ମୂଳଦୁଆକୁ ଦୋହଲାଇ ଦେଲା । ମଦ ଦୁର୍ନୀତି ମାମଲା ଅରବିନ୍ଦ କେଜ୍ରିୱାଲଙ୍କୁ ଜେଲ୍ ପଠାଇନଥିଲା ବରଂ ଦଳର ବିଶ୍ୱସନୀୟତା ଏବଂ ସଂଗଠନକୁ ମଧ୍ୟ ଗଭୀର ଭାବରେ କ୍ଷତି ପହଞ୍ଚାଇଥିଲା । ଆଜି ଏହି ମାମଲାରେ ଆପ୍ ମୁଖ୍ୟ ତଥା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋସିଆଙ୍କ ସମେତ ୨୩ ଜଣଙ୍କୁ ଦୋଷମୁକ୍ତ କରିଛନ୍ତି ରାଉଜ ଆଭେନ୍ୟୁ କୋର୍ଟ । କେଜ୍ରିୱାଲ ଓ ତାଙ୍କ ଦଳ ପାଇଁ ଏହା ବଡ଼ ଆଶ୍ୱସ୍ତି ହୋଇଥିଲେ ବି ମଦ ଦୁର୍ନୀତି ଯୋଗୁଁ ରାଜନୈତିକ ଏବଂ ବ୍ୟକ୍ତିଗତ ଭାବେ ବହୁତ କଷ୍ଟ ଭୋଗିଛନ୍ତି ।

ଠୋସ୍ ପ୍ରମାଣ ଅଭାବ- କୋର୍ଟ କହିଛନ୍ତି ଯେ, କେଜ୍ରିୱାଲ ଜାଣିଶୁଣି ସମନକୁ ଅଣଦେଖା କରିଛନ୍ତି ବୋଲି ସିବିଆଇ ପ୍ରମାଣ କରିବାରେ ବିଫଳ ହୋଇଛି । କୋର୍ଟ ସମନ ପଠାଇବାର ପଦ୍ଧତି (ଯଥା ଇମେଲ) ସମ୍ପୂର୍ଣ୍ଣ ବେଆଇନ ବୋଲି ମଧ୍ୟ ଜାଣିଛନ୍ତି । କୋର୍ଟ ପ୍ରମାଣ ବିନା କେଜ୍ରିୱାଲଙ୍କ ନାମ ଯୋଡିଛନ୍ତି । ମୁଖ୍ୟ ଅଭିଯୁକ୍ତ କୁଳଦୀପ ସିଂହଙ୍କୁ ନିର୍ଦ୍ଦୋଶରେ ଖଲାସ କରି ବିରାଚପତି କହିଛନ୍ତି, ପ୍ରଥମ ଅଭିଯୁକ୍ତଙ୍କ ବିରୋଧରେ କୌଣସି ଠୋସ୍ ପ୍ରମାଣ ନଥିବା ଆଶ୍ଚର୍ଯ୍ୟଜନକ । କୋର୍ଟ ସ୍ପଷ୍ଟ ଭାବରେ କହିଥିଲେ ଯେ, ମଦ ମାଫିଆଙ୍କଠାରୁ ଆମ ଆଦମୀ ପାର୍ଟି ନେତାଙ୍କ ସହ ଟଙ୍କା ସଂଯୋଗ କରୁଥିବା ପ୍ରମାଣ "ବିଛାଡ଼ି" ଥିଲା। ଏହାର ଅର୍ଥ ହେଉଛି ତଦନ୍ତକାରୀ ସଂସ୍ଥାଗୁଡିକ କାହାକୁ ଦୋଷୀ ସାବ୍ୟସ୍ତ କରିବାକୁ ଆବଶ୍ୟକ ଆର୍ଥିକ କାରବାର ସଂଯୋଗ କରିବାରେ ବିଫଳ ହୋଇଥିଲେ ।

​​​​​​​ନିର୍ବାଚନ ଏବଂ ରାଜନୀତି, କଣ ହରାଇଲା AAP ? ମଦ ଦୁର୍ନୀତିର ଦାଗ ଆମ ଆଦମୀ ପାର୍ଟିକୁ ନିର୍ବାଚନୀ କ୍ଷେତ୍ରରେ ବହୁତ କ୍ଷତି ପହଞ୍ଚାଇଥିଲା । ୨୦୨୪ ଲୋକସଭା ନିର୍ବାଚନରେ, ଆପ୍ ଏବଂ କଂଗ୍ରେସ ମେଣ୍ଟ ଦିଲ୍ଲୀର ସମସ୍ତ ୭ଟି ଆସନ ହରାଇଥିଲା । ଏହି କ୍ଷତିକୁ କେଜ୍ରିୱାଲ ଆଜାଦଙ୍କ ଷଡ଼ଯନ୍ତ୍ର ଦାୟୀ କରିଥିଲେ । ଟେଲିଭିଜନରେ ପ୍ରତିଦିନ ଦୁର୍ନୀତି ଉପରେ ବତର୍କ ହେଉଥିଲା । ଆପର ସଚ୍ଚୋଟ ପ୍ରତିଛବିକୁ ଆଘାତ ପହଞ୍ଚାଇଥିଲା । କେଜ୍ରିୱାଲ ନିଜକୁ ନିର୍ଦ୍ଦୋଷ ପ୍ରମାଣ କରିବାକୁ ସଂଘର୍ଷ କରିଥିଲେ । ଘୋଟାଲା ଅଭିଯୋଗ ଏବଂ ଜେଲର ନୈତିକ ଚାପ ଅରବିନ୍ଦ କେଜ୍ରିୱାଲଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ବାଧ୍ୟ କରିଥିଲା । ସେ ଆତିଶୀଙ୍କୁ ମୁଖ୍ୟମନ୍ତ୍ରୀ ଭାବରେ ନିଯୁକ୍ତ କରିଥିଲେ । ଦିଲ୍ଲୀ ବିଧାନସଭା ନିର୍ବାଚନରେ ଅରବିନ୍ଦ କେଜ୍ରିୱାଲ ଏବଂ ମନୀଷ ସିସୋଦିଆ ଦୁହେଁ ପରାସ୍ତ ହୋଇଥିଲେ ।

ଏହା ବି ପଢନ୍ତୁ...'ମୁଁ ଦୁର୍ନୀତିଗ୍ରସ୍ତ ନୁହେଁ'...; ନିର୍ଦ୍ଦୋଷ ସାବ୍ୟସ୍ତ ପରେ କାନ୍ଦିପକାଇଲେ କେଜ୍ରିୱାଲ,ଜାଣନ୍ତୁ କାହାକୁ କଲେ ଟାର୍ଗେଟ୍  

​​​​​​​AAP ଏବଂ କେଜ୍ରିୱାଲଙ୍କ ପାଇଁ ଏବେ ଆଗକୁ କଣ ? ଯଦିଓ ତଳ କୋର୍ଟ କେଜ୍ରିୱାଲଙ୍କୁ ଆଶ୍ୱସ୍ତି ପ୍ରଦାନ କରିଥିଲେ । ଏହି ଘୋଟାଲା ଆମ ଆଦମୀ ପାର୍ଟିର ରାଜନୈତିକ ଦିଗ ବଦଳାଇ ଦେଇଛି । ଯେଉଁ ଦଳ ସାରା ଦେଶରେ ବିସ୍ତାର କରିବାର ସ୍ୱପ୍ନ ଦେଖୁଥିଲା । ସେ ଏବେ ନିଜ ବିଶ୍ୱସନୀୟତାକୁ ବଞ୍ଚାଇବା ପାଇଁ ଲଢୁଛି । କେଜ୍ରିଲୱାଲ ପାଇଁ, ଏହା କେବଳ ଆଇନଗତ ଲଢେଇ ନୁହେଁ ବରଂ ସ୍ଥାନୀୟ ରାଜନୀତିରେ ସୀମିତ ହୋଇ ପଞ୍ଜାବରେ ନିର୍ବାସିତ ହୋଇଗଲେ । ବର୍ତ୍ତମାନ କୋର୍ଟ ଦ୍ୱାରା ନିର୍ଦ୍ଦୋଶ ସାବ୍ୟସ୍ତ ହେବା ପରେ ତାଙ୍କ ପାଖରେ ଦିଲ୍ଲୀ ରାଜନୀତିରେ ଗ୍ରାଣ୍ଡ ଏଣ୍ଟ୍ରୀ କରିବାର ସୁଯୋଗ ଅଛି ।