ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ରିଟାୟର୍ଡ ଲୋକଙ୍କ ପାଇଁ ଦିଲ୍ଲୀ ମେଟ୍ରୋରେ ଆକର୍ଷଣୀୟ ଚାକିରି , ୩ ଡିସେମ୍ୱର ସୁଦ୍ଧା ହେବ ଆବଦେନ

Published By : Prameya | November 15, 2024 10:37 PM

ନୂଆଦିଲ୍ଲୀ – ଚାକିରିରୁ ଅବସର ନେବା ପରେ ଯଦି ଆପଣ ନିଜର ୱାର୍କଲାଇଫ୍‌କୁ ମିସ କରୁଛନ୍ତି ଏବଂ ଘରେ ଖାଲି ଖାଲିରେ ବସି କେବଳ ସମୟ କାଟୁଛନ୍ତି ତ ଆପଣଙ୍କ ପାଇଁ ଖୁସି ଖବର। ଦିଲ୍ଲୀର ଜୀବନ ଓ ଗର୍ବ ପାଲଟି ଥିବା ଦିଲ୍ଲୀ ମେଟ୍ରୋରେ ବିଶେଷକରି ଅବସର ପ୍ରାପ୍ତ ଲୋକଙ୍କ ପାଇଁ ଚାକିରି ବାହାରିଛି। ନିକଟରେ ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନ ଲିମିଟେଡ୍‌ (ଡିଏମଆରସି) ମ୍ୟାନେଜର ଓ ଆସିଷ୍ଟାଣ୍ଟ ମ୍ୟାନେଜର ସରକାରୀ ଚାକିରି ନିଯୁକ୍ତିର ନୋଟିଫିକେସନ ଜାରି କରିଛନ୍ତି। ଏହାପରେ ଏହି ସବୁ ପଦରେ ଦିଲ୍ଲୀ ମେଟ୍ରୋ ୱେବସାଇଟ୍‌ delhimetrorail.comରେ ଆବେଦନ ଆରମ୍ଭ ହୋଇ ଯାଇଛି। ସେଠାରେ ଆବେଦନ ପତ୍ର ଭରିବାର ଶେଷ ତାରିଖ ୩ ଡିସେମ୍ୱର ୨୦୨୪ ଅଛି। 

ଯୋଗ୍ୟତା -  

ଏମିତି ଲୋକ ଯିଏ ଦୀର୍ଘ ଦିନରୁ ଜବ୍‌ର ତଲାସରେ ରହିଛନ୍ତି , ତାଙ୍କ ପାଇଁ ଏହା ଭଲ ସୁଯୋଗ। ଏହି ଭର୍ତ୍ତି ମାଧ୍ୟମରେ ଦିଲ୍ଲୀ ମେଟ୍ରୋରେ ମ୍ୟାନେଜର ପୋଷ୍ଟ କୋଡ୍‌ : ୦୧/ଏମଏଲ  ଓ ଆସିଷ୍ଟାଣ୍ଟ ମ୍ୟାନେଜର ପୋଷ୍ଟ କୋଡ୍‌ : ୦୨/ ଏଏମ୍/ ଏଲ୍‌ର ପଦରେ ଚୟନ କରାଯିବ। ଦିଲ୍ଲୀ ମେଟ୍ରୋରେ ଏହି ପଦରେ ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କ ପାଖରେ ବି.ଇ/ବି.ଟେକ୍‌ (ସିଭିଲ) ଓ ସମକକ୍ଷ ଯୋଗ୍ୟତା ସର୍ବନିମ୍ନ ୬୦ ପ୍ରତିଶତ ନମ୍ୱର ଥିବା ଦରକାର। 

ଦିଲ୍ଲୀ ମେଟ୍ରୋ ଜବ୍‌ ସାଲାରୀ – 

ଡିଏମଆରସି ଦ୍ୱାରା ଏହି ସବୁ ପଦରେ ପ୍ରାର୍ଥୀଙ୍କ ଚୟନ ବିନା କୌଣସି ପରୀକ୍ଷାର ସିଧା ପର୍ସନାଲ ଇଣ୍ଟରଭ୍ୟୁ ଆଧାରରେ କରାଯିବ। ଚୟନ ପରେ ମ୍ୟାନେଜର ପଦରେ ନିଯୁକ୍ତ ପ୍ରାର୍ଥୀଙ୍କୁ ପ୍ରତି ମାସରେ ୮୭,୮୦୦ ଟଙ୍କା ବେତନ ଦିଆ ଯିବ। ସେଠାରେ ଆସିଷ୍ଟାଣ୍ଟ ମ୍ୟାନେଜରଙ୍କୁ ୬୮,୩୦୦ଟଙ୍କା ମାସିକ ଦରମା ଦିଆଯିବ।

ଭାକାନ୍ସି ଡିଟେଲ୍ସ – 

ଦିଲ୍ଲୀ ମେଟ୍ରୋ ମ୍ୟାନେଜର ଓ ଆସିଷ୍ଟାଣ୍ଟ ମ୍ୟାନେଜରର ୦୩ଟି ପଦରେ ଭାକାନ୍ସି ବାହାରିଛି। ଏହି ପଦ ରିଟାୟରମେଣ୍ଟ କଣ୍ଟ୍ରାଚୁଆଲ ବେସ୍‌ରେ ପୂରଣ କରାଯାଉଛି। ଯେଉଁଥିରେ ଆବେଦନ କରିବାକୁ ପ୍ରାର୍ଥୀଙ୍କର ବୟସ ସର୍ବନିମ୍ନ ୫୫ ବର୍ଷ ଓ ସର୍ବାଧିକ ୬୨ ବର୍ଷ ସ୍ଥିର କରାଯାଇଛି। ପ୍ରାର୍ଥୀଙ୍କର ବୟସର ଗଣନା ୧ ନଭେମ୍ୱର ୨୦୨୪ର ଆଧାରରେ କରାଯିବ। ଅନ୍ୟ ସବୁ ଡିଟେଲ୍ ପାଇଁ ପ୍ରାର୍ଥୀ ଅଫିସିଆଲି ନୋଟିଫିକେସନ ଚେକ୍‌ କରି ପାରିବେ।  

ଦିଲ୍ଲୀ ମେଟ୍ରୋର ଏହି ଭାକାନ୍ସିରେ ପ୍ରାର୍ଥୀଙ୍କୁ ଅଫଲାଇନ୍ ଆବେଦନ କରିବାକୁ ହେବ। ନୋଟିଫିକେସନରେ ହିଁ ଆବେଦନ ଫର୍ମ ରହିଛି। ଯାହାକୁ ଧ୍ୟାନ ପୂର୍ବକ ଭରିବା ପରେ ସବୁ ଜରୁରି ଡକ୍ୟୁମେଣ୍ଟସ ସହ ଡିଏମଆରସିକୁ ସ୍ପିଡ୍‌ ପୋଷ୍ଟ ମାଧ୍ୟମରେ ଶେଷ ତାରିଖ ଯାଏ ପଠାଇବାକୁ ହେବ। 

ଠିକଣା : ଜେନେରାଲ ମ୍ୟାନେଜର / ପ୍ରୋଜେକ୍ଟ ( HR), ଦିଲ୍ଲୀ ମେଟ୍ରୋ ରେଲ କର୍ପୋରେସନ ଲିମିଟେଡ୍‌ , ମେଟ୍ରୋ ଭବନ , ଫାୟାର ବ୍ରିଜ୍‌ ଲେନ୍‌ , ବାରହଖମ୍ୱା ରୋଡ୍‌ , ନୂଆ ଦିଲ୍ଲୀ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.