ପ୍ରମୂଖ ଖବର
  • ଗୁଗୁଲ୍-ମେଟାକୁ ଇଡ଼ି ନୋଟିସ୍‌, ଅନ୍‌ଲାଇନ୍ ବେଟିଂ ଆପ୍‌ ମାମଲାରେ ସମନ୍‌
  • ||
  • ପୁରୀ: ବଳଙ୍ଗା ଥାନା ଅଞ୍ଚଳରେ ଅଭାବନୀୟ ଘଟଣା, ନାବାଳିକାଙ୍କୁ ନିଆଁ ଲଗାଇ ପୋଡ଼ି ଦେଲେ ୩ ଦୃର୍ବୃତ୍ତ
  • ||
  • ଢେଙ୍କାନାଳ ଗଉଡ଼କାଟେଣିରେ ଟ୍ରକ୍-‌ହାୱାଇ ମୁହାଁମୁହିଁ ଧକ୍କା, ହାୱାଇ ଡ୍ରାଇଭର ଗୁରୁତର
  • ||
  • ଶିକ୍ଷକ ଅଭାବରୁ ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ, ଧାରଣାରେ ଛାତ୍ରଛାତ୍ରୀ
  • ||
  • ମାଲକାନଗିରି: ଏନ୍‌କାଉଣ୍ଟରରେ ୬ ମାଓବାଦୀ ନିହତ, AK-47, SRL ରାଇଫଲ୍ ସମେତ ବିପୁଳ ବିସ୍ଫୋରକ ଜବତ
  • ||
  • କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ଚେତାବନୀ, ଏନ୍‌ଆଇଏ ମାମଲା ପାଇଁ ସ୍ୱତନ୍ତ୍ର କୋର୍ଟ ବନାଅ...
  • ||
  • ଜଳେଶ୍ବର: ଟ୍ରକ୍‌କୁ ଧକ୍କା ଦେଲା ବସ୍‌; ୩୦ ଜଣ ଯାତ୍ରୀ ଆହତ
  • ||
  • ଶନିବାରଠୁ ଚାଷୀ ପଞ୍ଜୀକରଣ, ଅଗଷ୍ଟ ୨୦ ଯାଏ ଚାଲିବ ପ୍ରକ୍ରିୟା: ନଭେମ୍ବର ପ୍ରଥମ ସପ୍ତାହରୁ ଧାନକିଣା
  • ||
  • ୨୩ରେ ଲଘୁଚାପ, ୨୫ରେ ନେଇପାରେ ଅବପାତ ରୂପ: ଆଜିଠୁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା
  • ||

ଦିଲ୍ଲୀକୁ ଅଣନିଃଶ୍ବାସୀ କରିଦେଲାଣି ପ୍ରଦୂଷଣ, ସଞ୍ଜିବନୀ ପାଲଟିଛି ମେଟ୍ରୋ !

Published By : Tapas Panda | November 19, 2024 7:18 PM

ନୂଆଦିଲ୍ଲୀ: ଜାତୀୟ ରାଜଧାନୀକୁ ଭୟଙ୍କର ପ୍ରଦୂଷଣ ଅଶନିଃଶ୍ବାସୀ କରିପକାଇଥିବା ବେଳେ ଦିଲ୍ଲୀ ମଟ୍ରୋ ବଡ଼ ରେକର୍ଡ ସୃଷ୍ଟି କରିଛି । ନଭେମ୍ବର ୧୮ (ସୋମବାର)ରେ ଦିଲ୍ଲୀ ମେଟ୍ରୋରେ ସର୍ବାଧିକ ଯାତ୍ରୀ ଯାତ୍ରା କରିଛନ୍ତି । ଦିଲ୍ଲୀ ମେଟ୍ରୋ ଯୋଗାଯୋଗ ଇତିହାସରେ ଗୋଟିଏ ଦିନରେ ସବୁଠୁ ଅଧିକ ୭୮.୬୭ ଲକ୍ଷ ଯାତ୍ରୀ ଯାତ୍ରା କରିଥିବା ଜଣାପଡ଼ିଛି । ଏହା ପୂର୍ବରୁ ଅଗଷ୍ଟ ୨୦ରେ ୭୭.୪୯ ଲକ୍ଷ ଲୋକ ଦିଲ୍ଲୀ ମଟ୍ରୋରେ ଯାତ୍ରା କରିଥିଲେ । 

ଗୁରୁଗ୍ରାମର ମିଲେନିୟମ ସିଟି ସେଣ୍ଟରରୁ ସମାୟପୁର ବଡଲିକୁ ଯୋଗ କରୁଥିବେ ୟେଲୋ ମେଟ୍ରୋ ଲାଇନ୍‌ ସବୁଠୁ ଅଧିକ ବ୍ୟସ୍ତବହୁଳ ରୁଟ୍‌ ବୋଲି ଜଣାପଡ଼ିଛି । ଗତକାଲି ଏହି ଲାଇନ୍‌ରେ ୨୦.୯୯ ଲକ୍ଷ ଲୋକ ଯାତ୍ରା କରିଛନ୍ତି । ଏହା ପରେ ବ୍ଲୁ-ଲାଇନ୍‌ରେ ୨୦.୮୦ ଲକ୍ଷ ଏବଂ ରେଡ୍‌ ଲାଇନ୍‌ରେ ୮.୫୬ ଲକ୍ଷ ଲୋକ ଯାତ୍ରା କରିଥିବା ରିପୋର୍ଟରୁ ଜଣାପଡ଼ିଛି । ସେହିଭଳି ପିଙ୍କ ଲାଇନ୍‌ ଏବଂ ଭାଓଲେଟ୍‌ ଲାଇନ୍‌ରେ ଯଥାକ୍ରମେ ୮.୧୫ ଲକ୍ଷ ଏବଂ ୭.୯୩ ଲକ୍ଷ ଲୋକ ଯାତ୍ରା କରିଛନ୍ତି । 

ଦିଲ୍ଲୀର ବାୟୁ ପ୍ରଦୂଷଣ ଅତି ଭୟଙ୍କର ଶ୍ରେଣୀରେ ଥିବା ବେଳେ ଡିଏମଆରସି ଅଧିକରୁ ଅଧିକ ଲୋକଙ୍କୁ ମେଟ୍ରୋ ବ୍ୟବହାର କରିବାକୁ ପ୍ରୋତ୍ସାହିତ କରୁଥିବା ଦେଖିବାକୁ ମିଳିଛି ।  ଚାହିଦାକୁ ଦେଖି ଡିଏମଆରସି ସପ୍ତାହନ୍ତରେ ଅଧିକ ୬୦ଟି  ଟ୍ରିପ୍‌ କରାଉଛି । ଡିଏମଆରସି ପକ୍ଷରୁ ଯାତ୍ରୀଙ୍କ ଲାଗି ବ୍ୟାପକ ବ୍ୟବସ୍ଥା କରାଯାଇଛି । ବିଭିନ୍ନ ଅନଲାଇନ୍ ପ୍ଲାଟଫର୍ମରେ ଯାତ୍ରୀ ନିଜ ପାଇଁ ଟିକେଟ୍‌ କରିପାରୁଛନ୍ତି । ଆଉ ଯାତ୍ରୀଙ୍କୁ ଲମ୍ବା ଧାଡ଼ିରେ ଛିଡ଼ା ହେବାକୁ ପଡ଼ୁନାହିଁ । ସହରରେ କାର୍ବନ ନିର୍ଗମନ ହ୍ରାସ କରିବା ଦିଗରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଇଥିବା ଦିଲ୍ଲୀ ମେଟ୍ରୋକୁ ଜାତିସଂଘ ପକ୍ଷରୁ ମଧ୍ୟ ବାଃ ବାଃ ମିଳିଛି ।    

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.