ପ୍ରମୂଖ ଖବର
  • ବେଆଇନ୍ ବେଟିଂ ଆପ୍ ମାମଲା, ଅନେକ ସାଉଥ୍ ସେଲିବ୍ରିଟିଙ୍କୁ ସମନ ପଠାଇଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ
  • ||
  • ରାଜ୍ୟପାଳଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଭି.ଏସ୍. ଅଚ୍ୟୁତାନନ୍ଦନଙ୍କ ୧୦୧ ବର୍ଷରେ ପରଲୋକ
  • ||
  • ମୁମ୍ବାଇ ଏୟାରପୋର୍ଟରେ ଅଘଟଣ, ଅବତରଣ ବେଳେ ରନୱେରୁ ତଳକୁ ଖସିଗଲା ଏୟାର ଇଣ୍ଡିଆ ବିମାନ
  • ||
  • ଦୁଷ୍କର୍ମ ଅଭିଯୋଗରେ ଉଦିତ ପ୍ରଧାନ ଗିରଫ ଘଟଣା। ପୀଡ଼ିତାଙ୍କ ବୟାନ ରେକର୍ଡ
  • ||
  • ଢ଼ାକାରେ ଖସି ପଡ଼ିଲା ଏଫ୍‌-୭ ଟ୍ରେନିଂ ବିମାନ, ଦୁର୍ଘଟଣାରେ ଜଣେ ମୃତ, ଉଦ୍ଧାରକାର୍ଯ୍ୟ ଜାରି
  • ||
  • କଟକ : ପରିବାରର ୩ ଜଣଙ୍କୁ ହତ୍ୟା ମାମଲା; ପ୍ରମାଣ ଅଭାବରୁ ଫାଶୀ ଦଣ୍ଡାଦେଶ ରଦ୍ଦ,୨ ଆସାମୀ ନିର୍ଦ୍ଦୋଷରେ ଖଲାସ
  • ||
  • ବାଲେଶ୍ବର FM କଲେଜ ଛାତ୍ରୀ ଆତ୍ମାହୁତି ଘଟଣା,ଭାରପ୍ରାପ୍ତ ଅଧ୍ୟାପକ ଓ କିଛି କର୍ମଚାରୀଙ୍କୁ ପଚରାଉଚରା
  • ||
  • ଆରଏସପିରେ ଅଘଟଣ, ଶାବଳ ବାଜି ଠିକା ଶ୍ରମିକଙ୍କ ମୃତ୍ୟୁ
  • ||
  • ଛାତ୍ର କଂଗ୍ରେସ ସଭାପତି ପଦରୁ ଉଦିତ୍ ପ୍ରଧାନ ନିଲମ୍ବିତ, ଉଦିତ୍ ପ୍ରଧାନଙ୍କୁ ନିଲମ୍ବିତ କଲେ NSUI ସଭାପତି
  • ||
  • ମୌସୁମୀ ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ, କହିଲେ ଏହି ଅଧିବେଶନ ବିଜୟର ଉତ୍ସବ
  • ||
  • ବାଲେଶ୍ୱର :ନବମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ; ପ୍ରଧାନ ଶିକ୍ଷକ ଏବଂ ଗଣିତ ସାର୍ ଅଟକ
  • ||
  • ପୁରୀ : କୂଅରେ ପଡ଼ି ଚାଲିଗଲା ପାଳିଆ ସେବାୟତଙ୍କ ଜୀବନ, ମୃତଦେହ ଉଦ୍ଧାର କଲା ଅଗ୍ନିଶମ ବାହିନୀ
  • ||
  • ଗୁଜରାଟରେ ଭୂକମ୍ପ ଝଟ୍‌କା, ଥରିଲା ଆଲାସ୍କା-ତାଜାକିସ୍ତାନ, ୬.୨ ତୀବ୍ରତା ରେକର୍ଡ
  • ||
  • ପୁରୀ: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ବଡ଼ ମହାସ୍ନାନ, ସାଧାରଣ ଦର୍ଶନ ବନ୍ଦ
  • ||
  • ଖାଦ୍ୟ ପାଇଁ ଅପେକ୍ଷା କରିଥିଲେ, ଇସ୍ରାଏଲ ସେନା ଚଲାଇଲା ଗୁଳି ୬୭ ପାଲେଷ୍ଟୀନିୟଙ୍କ ମୃତ୍ୟୁ
  • ||
  • କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ, ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ ଗିରଫ
  • ||
  • ମୌସୁମୀ ଅଧିବେଶନ ୨୦୨୫: ଆଜିଠୁ ୩ଟି ପ୍ରମୁଖ ପ୍ରସଙ୍ଗ ନେଇ କମ୍ପିବ ଗୃହ, ସରକାରଙ୍କୁ ଘେରିବେ ବିରୋଧୀ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ:୨୩ରୁ ବଢ଼ିବ ବର୍ଷା, ୨୪ରେ ଲଘୁଚାପ, ଆଜିଠୁ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା
  • ||
  • ଶ୍ରାବଣ ମାସର ଦ୍ୱିତୀୟ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

ଦିଲ୍ଲୀ ସରକାରଙ୍କ ବଡ଼ ନିଷ୍ପତ୍ତି, କ୍ୟାବିନେଟରେ ସ୍କୁଲ ଫି ସମ୍ପର୍କିତ ବିଲ୍ ପାସ୍ , ମନମାନୀ କଲେ ୧୦ ଲକ୍ଷ ପର୍ଯ୍ୟନ୍ତ ଜରିମାନା...

Published By : Ladu Kishor | April 29, 2025 4:55 PM

ନୂଆଦିଲ୍ଲୀ: ଦିଲ୍ଲୀ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ମଙ୍ଗଳବାର କ୍ୟାବିନେଟ ବୈଠକରେ ଦିଲ୍ଲୀ ସ୍କୁଲ ଫି ଆଇନକୁ ମଞ୍ଜୁରୀ ମିଳିଛି।ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା କହିଛନ୍ତି ଯେ, କ୍ୟାବିନେଟ ଦିଲ୍ଲୀର ସମସ୍ତ ସ୍କୁଲରେ ଫି ସମ୍ପର୍କିତ ଏକ ବିଲ୍ ପାସ୍ କରିଛି। ଏପରି ଏକ ବିଲ୍ ଅଣାଯାଉଛି ଯାହା ଅଭିଭାବକ ମାନଙ୍କୁ ଆଶ୍ୱସ୍ତି ଦେବ । ସେ କହିଛନ୍ତି ଯେ, ଆଜି ପର୍ଯ୍ୟନ୍ତ ପୂର୍ବ ସରକାର ଦିଲ୍ଲୀରେ ସ୍କୁଲ ଫି ବୃଦ୍ଧିକୁ ରୋକିବା ପାଇଁ କୌଣସି ବ୍ୟବସ୍ଥା କରିନାହାଁନ୍ତି। ଦିଲ୍ଲୀର ୧୬୭୭ ସ୍କୁଲ ସମ୍ପର୍କରେ ଏକ ନୂତନ ଗାଇଡଲାଇନ୍ ଜାରି କରାଯିବ।

ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା କହିଛନ୍ତି ଯେ,ଏହି ସମସ୍ୟାଟି ଅଭିଭାବକ, ସ୍କୁଲ ଏବଂ ଛାତ୍ରଙ୍କ ମଧ୍ୟରେ ଅନେକ ଦିନ ଧରି ଚାଲିଥିଲା। ସ୍କୁଲ ପ୍ରଶାସନ ଦ୍ୱାରା ନିଆଯାଉଥିବା ବିଭିନ୍ନ ପଦକ୍ଷେପ ମାଧ୍ୟମରେ ଏହି ସମସ୍ୟାଟି ସାମ୍ନାକୁ ଆସୁଥିଲା। ଆମେ ଆମର ଅଧିକାରୀ ମାନଙ୍କୁ ସ୍କୁଲକୁ ପଠାଇଥିଲୁ। ସ୍କୁଲରେ ଫି ବୃଦ୍ଧି ସମ୍ପର୍କରେ ଡିଏମ୍‌ଙ୍କୁ ସ୍କୁଲକୁ ପଠାଯାଇଥିଲା, ଯିଏ ତାଙ୍କର ସମ୍ପୂର୍ଣ୍ଣ ରିପୋର୍ଟ ଦାଖଲ କରିଛନ୍ତି।

ଦିଲ୍ଲୀ ଶିକ୍ଷା ମନ୍ତ୍ରୀ ଆଶିଷ ସୁଦ କହିଛନ୍ତି ଯେ ଏହି ବିଲ୍‌ର ନାମ ହେଉଛି, ଦିଲ୍ଲୀ ସ୍କୁଲ ଶିକ୍ଷା ସ୍ୱଚ୍ଛତା ଏବଂ ନିୟନ୍ତ୍ରଣ ୨୦୨୫। ଫିସ୍ ବୃଦ୍ଧି ହେବ କି ନାହିଁ, ସବୁକିଛି ସ୍ୱଚ୍ଛ ହେବ। ସେ କହିଛନ୍ତି ଯେ, ପୂର୍ବ ବିଲରେ ଫି ବୃଦ୍ଧି ଉପରେ କୌଣସି ପ୍ରକାରର ପ୍ରତିବନ୍ଧକ ନଥିଲା। ଏହି ବିଲ୍ କାର୍ଯ୍ୟକାରୀ କରିବାର କାମ ଏକ ତ୍ରିସ୍ତରୀୟ କମିଟି ଗଠନ କରି କରାଯାଇଥିଲା।

ଶିକ୍ଷାମନ୍ତ୍ରୀ କହିଛନ୍ତି,"ପ୍ରଥମେ ସ୍କୁଲ ସ୍ତରରେ ଏକ କମିଟି ଗଠନ କରାଯିବ ଯାହା ଏକ ୧୦ ଜଣିଆ କମିଟି ହେବ। ଏଥିରେ ଅଭିଭାବକ ମାନଙ୍କୁ ମଧ୍ୟ ସାମିଲ କରାଯିବ। ଏହି କମିଟି ଫି ବୃଦ୍ଧି ହେବ କି ନାହିଁ ତାହା ନିଷ୍ପତ୍ତି ନେବ। ୩୧ ଜୁଲାଇରେ ଏହି କମିଟି ଗଠନ କରାଯିବ ଯାହା ୩୦ ଦିନ ମଧ୍ୟରେ ଏହାର ରିପୋର୍ଟ ଦାଖଲ କରିବ। ଯଦି ରିପୋର୍ଟ ଦିଆଯାଇ ନାହିଁ କିମ୍ବା ସର୍ବସମ୍ମତିରେ ପହଞ୍ଚି ପାରିବ ନାହିଁ, ତେବେ ଜିଲ୍ଲା ସ୍ତରୀୟ କମିଟି ସେମାନଙ୍କ କଥା ଶୁଣିବ। ଯଦି ଏଠାରେ ମଧ୍ୟ ସର୍ବସମ୍ମତି ନହୁଏ, ତେବେ ରାଜ୍ୟ ସ୍ତରୀୟ କମିଟି ନିଷ୍ପତ୍ତି ନେବ। କମିଟିର ନିଷ୍ପତ୍ତି ବିନା ଯେଉଁ ସ୍କୁଲ ଫି ବୃଦ୍ଧି କରିବ, ସେହି ସ୍କୁଲକୁ ଏକ ଲକ୍ଷରୁ ୧୦ ଲକ୍ଷ ପର୍ଯ୍ୟନ୍ତ ଜରିମାନା କରାଯାଇପାରେ ଏବଂ ସ୍କୁଲର ପଞ୍ଜିକରଣ ମଧ୍ୟ ବାତିଲ କରାଯାଇପାରେ । ଯଦି କୌଣସି ପିଲାଙ୍କୁ ସ୍କୁଲ ବାହାରେ ବସାଇବାକୁ ପଡ଼େ, ତେବେ ପ୍ରତିଦିନ ପ୍ରତି ପିଲା ପାଇଁ ୫୦,୦୦୦ ଟଙ୍କା ଜରିମାନା ଦେବାକୁ ପଡିବ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.