ପ୍ରମୂଖ ଖବର
  • ବେଆଇନ୍ ବେଟିଂ ଆପ୍ ମାମଲା, ଅନେକ ସାଉଥ୍ ସେଲିବ୍ରିଟିଙ୍କୁ ସମନ ପଠାଇଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ
  • ||
  • ରାଜ୍ୟପାଳଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଭି.ଏସ୍. ଅଚ୍ୟୁତାନନ୍ଦନଙ୍କ ୧୦୧ ବର୍ଷରେ ପରଲୋକ
  • ||
  • ମୁମ୍ବାଇ ଏୟାରପୋର୍ଟରେ ଅଘଟଣ, ଅବତରଣ ବେଳେ ରନୱେରୁ ତଳକୁ ଖସିଗଲା ଏୟାର ଇଣ୍ଡିଆ ବିମାନ
  • ||
  • ଦୁଷ୍କର୍ମ ଅଭିଯୋଗରେ ଉଦିତ ପ୍ରଧାନ ଗିରଫ ଘଟଣା। ପୀଡ଼ିତାଙ୍କ ବୟାନ ରେକର୍ଡ
  • ||
  • ଢ଼ାକାରେ ଖସି ପଡ଼ିଲା ଏଫ୍‌-୭ ଟ୍ରେନିଂ ବିମାନ, ଦୁର୍ଘଟଣାରେ ଜଣେ ମୃତ, ଉଦ୍ଧାରକାର୍ଯ୍ୟ ଜାରି
  • ||
  • କଟକ : ପରିବାରର ୩ ଜଣଙ୍କୁ ହତ୍ୟା ମାମଲା; ପ୍ରମାଣ ଅଭାବରୁ ଫାଶୀ ଦଣ୍ଡାଦେଶ ରଦ୍ଦ,୨ ଆସାମୀ ନିର୍ଦ୍ଦୋଷରେ ଖଲାସ
  • ||
  • ବାଲେଶ୍ବର FM କଲେଜ ଛାତ୍ରୀ ଆତ୍ମାହୁତି ଘଟଣା,ଭାରପ୍ରାପ୍ତ ଅଧ୍ୟାପକ ଓ କିଛି କର୍ମଚାରୀଙ୍କୁ ପଚରାଉଚରା
  • ||
  • ଆରଏସପିରେ ଅଘଟଣ, ଶାବଳ ବାଜି ଠିକା ଶ୍ରମିକଙ୍କ ମୃତ୍ୟୁ
  • ||
  • ଛାତ୍ର କଂଗ୍ରେସ ସଭାପତି ପଦରୁ ଉଦିତ୍ ପ୍ରଧାନ ନିଲମ୍ବିତ, ଉଦିତ୍ ପ୍ରଧାନଙ୍କୁ ନିଲମ୍ବିତ କଲେ NSUI ସଭାପତି
  • ||
  • ମୌସୁମୀ ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ, କହିଲେ ଏହି ଅଧିବେଶନ ବିଜୟର ଉତ୍ସବ
  • ||
  • ବାଲେଶ୍ୱର :ନବମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ; ପ୍ରଧାନ ଶିକ୍ଷକ ଏବଂ ଗଣିତ ସାର୍ ଅଟକ
  • ||
  • ପୁରୀ : କୂଅରେ ପଡ଼ି ଚାଲିଗଲା ପାଳିଆ ସେବାୟତଙ୍କ ଜୀବନ, ମୃତଦେହ ଉଦ୍ଧାର କଲା ଅଗ୍ନିଶମ ବାହିନୀ
  • ||
  • ଗୁଜରାଟରେ ଭୂକମ୍ପ ଝଟ୍‌କା, ଥରିଲା ଆଲାସ୍କା-ତାଜାକିସ୍ତାନ, ୬.୨ ତୀବ୍ରତା ରେକର୍ଡ
  • ||
  • ପୁରୀ: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ବଡ଼ ମହାସ୍ନାନ, ସାଧାରଣ ଦର୍ଶନ ବନ୍ଦ
  • ||
  • ଖାଦ୍ୟ ପାଇଁ ଅପେକ୍ଷା କରିଥିଲେ, ଇସ୍ରାଏଲ ସେନା ଚଲାଇଲା ଗୁଳି ୬୭ ପାଲେଷ୍ଟୀନିୟଙ୍କ ମୃତ୍ୟୁ
  • ||
  • କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ, ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ ଗିରଫ
  • ||
  • ମୌସୁମୀ ଅଧିବେଶନ ୨୦୨୫: ଆଜିଠୁ ୩ଟି ପ୍ରମୁଖ ପ୍ରସଙ୍ଗ ନେଇ କମ୍ପିବ ଗୃହ, ସରକାରଙ୍କୁ ଘେରିବେ ବିରୋଧୀ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ:୨୩ରୁ ବଢ଼ିବ ବର୍ଷା, ୨୪ରେ ଲଘୁଚାପ, ଆଜିଠୁ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା
  • ||
  • ଶ୍ରାବଣ ମାସର ଦ୍ୱିତୀୟ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

ଜଷ୍ଟିସ୍ ଯଶବନ୍ତ ବର୍ମାଙ୍କ ପାଇଁ ବଢ଼ିଲା ଅଡ଼ୁଆ; ସଂସଦରେ ମହାଭିଯୋଗ ପ୍ରସ୍ତାବ, ମିଳିଲା ୨୦୯ ସାଂସଦଙ୍କ ସମର୍ଥନ

Published By : Manash Sahoo | July 21, 2025 6:38 PM

ନୂଆଦିଲ୍ଲୀ, ୨୧/୦୭ : କ୍ୟାସ୍ ସ୍କାଣ୍ଡାଲରେ ଫଶିଥିବା ଜଷ୍ଟିସ୍ ଯଶବନ୍ତ ବର୍ମାଙ୍କ ପାଇଁ ବଢ଼ୁଛି ଅଡ଼ୁଆ । ବିଚାରପତିଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ପାରିତ ପ୍ରକ୍ରିୟା ଆରମ୍ଭ । ଆଜିଠୁ ମୌସୁମୀ ଅଧିବେଶନ ଆରମ୍ଭ ହୋଇଥିବା ବେଳେ ସାଂସଦଙ୍କ ସମର୍ଥନ ଲୋଡିଛନ୍ତୁ ସରକାର । ବର୍ତ୍ତମାନ ସୁଦ୍ଧା ୨୦୯ଜଣ ସାଂସଦଙ୍କ ସମର୍ଥନ ମିଳିଛି । ଏଥିରେ ଲୋକସଭାରୁ ୧୪୫ଜଣ ରହିଥିବା ବେଳେ ରାଜ୍ୟସଭାର ୬୩ଜଣ ସାଂସଦ ଜଷ୍ଟିସ୍  ଯଶବନ୍ତ ବର୍ମା ବିରୋଧରେ ହସ୍ତାକ୍ଷର କରିଛନ୍ତି । 

ଲୋକସଭା ଅଧ୍ୟକ୍ଷ ଓମ ବିର୍ଲା ଏବଂ ରାଜ୍ୟସଭା ସଭାପତି ଜଗଦୀପ ଧନକଡ଼ଙ୍କୁ ସାଂସଦଙ୍କ ଦ୍ବାରା ଦିଆଯାଇଥିବା ସମର୍ଥନ ପତ୍ରକୁ ପ୍ରଦାନ କରାଯାଇଛି । ଏହା ପରେ ବିଚାରପତିଙ୍କ ବିରୋଧରେ ମହାଭିଯୋଗ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଯାଇଛି । ସମ୍ବିଧାନର ଅନୁଚ୍ଛେଦ ୧୨୪,୨୧୭ ଏବଂ ୨୧୮ ଅନୁଯାୟୀ, ମହାଭିଯୋଗ ପ୍ରସ୍ତାବରୁ ବିଜେପି, କଂଗ୍ରେସ, ଟିଡିପି, ଜେଡିୟୁ, ସିପିଏମ୍ ସମେତ ବିଭିନ୍ନ ରାଜନୈତିକ ଦଳର ସାଂସଦଙ୍କ ସମର୍ଥନ ମିଳିଛି । ଏହି ପ୍ରସ୍ତାବ ଉପରେ ଅନୁରାଗ ସାଂସଦ ଅନୁରାଗ ଠାକୁର, ବିରୋଧୀ ଦଳ ନେତା ରାହୁଲ ଗାନ୍ଧି, କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ, ପ୍ରିୟଙ୍କା ଗାନ୍ଧି, ରାଜୀବ ପ୍ରତାପ ରୁଡି, ସୁପ୍ରିୟା ସୁଲେ, କେଶି ବେଣୁଗୋପାଳ ଏବଂ ପିପି ଚୌଧୁରୀ ଆଦି ସାଂସଦମାନେ ମହାଭିଯୋଗ ପ୍ରସ୍ତାବ ଉପରେ ହସ୍ତାକ୍ଷର କରିଛନ୍ତି । 

ରାଜ୍ୟସଭା ସଭାପତି ବା ଉପରାଷ୍ଟ୍ରପତି ଜଗଦୀପ ଧନକଡ କହିଛନ୍ତି, ସୁପ୍ରିମକୋର୍ଟଙ୍କ ମୁଖ୍ୟ ନ୍ୟାୟଧୀଶ, ହାଇକୋର୍ଟଙ୍କ ମୁଖ୍ୟ ବିଚାରପତି ଏବଂ ଜଣେ ସଦସ୍ୟଙ୍କୁ ନେଇ ତିନି ସଦସ୍ୟ ବିଶିଷ୍ଟ ଏକ କମିଟି ଗଠନ ହେବ । ଏହି କମିଟିର ରିପୋର୍ଟ ଆସିବା ପରେ ବାଚସ୍ପତି ବା ଚେୟାମ୍ୟାନ ମୋଶନ ନିଷ୍ପତ୍ତି ନିଆଯିବ । ଲୋକସଭାରେ ମୋଶନ ଆସିଛି କି ନାହିଁ ଏହାକୁ ସ୍ପଷ୍ଟ କରିବା ପାଇଁ ଉପରାଷ୍ଟ୍ରପତି ରାଜ୍ୟସଭା ସଚିବ ଏହାକୁ ନେଇ ପ୍ରଶ୍ନ କରିଥିଲେ । କେନ୍ଦ୍ରମନ୍ତ୍ରୀ ଅର୍ଜୁନ ରାମ ମେଘଓ୍ବାଲ ଏହାର ଜବାବରେ କହିଛନ୍ତି, ଲୋକସଭାରେ ସଦସ୍ୟମାନେ ବାଚସ୍ପତିଙ୍କୁ ମୋଶନ ପ୍ରସ୍ତାବ ଦେଇଛନ୍ତି । 

ସମ୍ବିଧାନ ଅନୁଯାୟୀ, ସୁପ୍ରିମକୋର୍ଟ କିମ୍ବା ହାଇକୋର୍ଟର କୌଣସି ନ୍ୟାୟାଧୀଶଙ୍କୁ ହଟାଇବାକୁ ହେଲେ ସର୍ବନିମ୍ନ ଲୋକସଭାର ଶହେ ଏବଂ ରାଜ୍ୟସଭାର ୫୦ ସଦସ୍ୟଙ୍କ ସମର୍ଥନ ଅବଶ୍ୟକ । ତେବେ ଏହି ମହାଭିଯୋଗ ପ୍ରସ୍ତାବକୁ ଗ୍ରହଣ କରାଯିବ କି ନାହିଁ, ଏହାର ନିର୍ଣ୍ଣୟ ଲୋକସଭା ଅଧ୍ୟକ୍ଷ କିମ୍ବା ସଭାପତି ନେବେ । 

ଜଷ୍ଟିସ୍ ଯଶବନ୍ତ ବର୍ମାଙ୍କ ବିରୋଧରେ ଦୁର୍ନୀତିର ଅଭିଯୋଗ ଆସିଛି । ମାର୍ଚ୍ଚ ୧୫ ତାରିଖରେ ଦିଲ୍ଲୀ ସ୍ଥିତ ସରକାରୀ ବାସଭବନରେ ନିଆଁ ଲାଗିବା ପରେ ବିପୁଳ ପରିମାଣ ଟଙ୍କା ଜବତ ହୋଇଥିଲା । ଏହି ସମୟରେ ସେ ଦିଲ୍ଲୀ ହାଇକୋର୍ଟରେ ବିଚାରପତି ଥିଲେ । କ୍ୟାସ୍ ସ୍କାଣ୍ଡାଲରେ ଫଶିବା ପରେ ସୁପ୍ରିମକୋର୍ଟ ଜଷ୍ଟିସ୍ ବର୍ମାଙ୍କୁ ଆହ୍ଲାବାଦ ହାଇକୋର୍ଟକୁ ବଦଳି କରିଥିଲେ । ତାଙ୍କ ନାଁରେ ମହାଭିଯୋଗ ପ୍ରସ୍ତାବ ପାରିତ ହେବା ପରେ ଏବେ ତାଙ୍କ ବିରୋଧରେ ସଂସଦୀୟ ଯାଞ୍ଚ େବ ।... 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.