ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ଦିଲ୍ଲୀରେ ଚାଞ୍ଚଲ୍ୟ; ମହିଳାଙ୍କୁ ଛାତରୁ ଠେଲିଲା ବୁର୍ଖା ପିନ୍ଧା ଯୁବକ, ଅଭିଯୁକ୍ତ ଗିରଫ

Published By : Bijay Swain | June 25, 2025 9:49 PM

ନୂଆଦିଲ୍ଲୀ: ଦିଲ୍ଲୀର ଅଶୋକ ନଗର ଅଞ୍ଚଳରେ ଏକ ଘଟଣାରେ ଜଣେ ୧୯ ବର୍ଷୀୟା ଯୁବତୀଙ୍କୁ ତାଙ୍କ ଘରର ପଞ୍ଚମ ମହଲା ଛାତରୁ ଠେଲି ଦିଆଯିବା ଫଳରେ ତାଙ୍କର ମୃତ୍ୟୁ ହୋଇଛି। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଅଭିଯୁକ୍ତ ତୌଫିକ, ଯିଏ ବୁର୍ଖା ପରିଧାନ କରି ଘରେ ପ୍ରବେଶ କରି ଏହି କାଣ୍ଡ କରିଥିଲେ, ତାଙ୍କୁ ମଙ୍ଗଳବାର ରାତିରେ ଉତ୍ତରପ୍ରଦେଶରୁ ଗିରଫ କରାଯାଇଛି। ପୁଲିସ ଦେଇଥିବା ସୂଚନା ଅନୁଯାୟୀ, ଏହି ଘଟଣା ବିବାହ ପ୍ରସ୍ତାବକୁ ନେଇ ଉଭୟଙ୍କ ମଧ୍ୟରେ ହୋଇଥିବା ତର୍କ କାରଣରୁ ଘଟିଥିବା ଜଣାପଡିଛି।

ଖବର ମୁତାବକ, ଗତ ସୋମବାର ସକାଳ ପ୍ରାୟ ୮ଟା ୩୦ ମିନିଟ ସମୟରେ ଜ୍ୟୋତି ନଗର ଥାନାକୁ ଏକ ସୂଚନା ମିଳିଥିଲା। ଯେଉଁଥିରେ ଜଣେ ଯୁବତୀ ଛାତରୁ ପଡ଼ି ଗୁରୁତର ଆହତ ହୋଇଥିବା ନେଇ ସୂଚନା ମିଳିଥିଲା। ତେବେ ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ଜାଣିବାକୁ ପାଇଲା ଯେ ଭିକ୍ଟିମ ନେହାଙ୍କୁ ତାଙ୍କ ପିତା ଗୁରୁ ତେଗ ବାହାଦୂର (ଜିଟିବି) ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ଚିକିତ୍ସାଧୀନ ଅବସ୍ଥାରେ ନେହାଙ୍କର ମୃତ୍ୟୁ ହୋଇଯାଇଥିଲା।

ପୁଲିସ ନିଜ ଆଡୁ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ନେହାଙ୍କ ଘରପାଖରେ ଲାଗିଥିବା ସିସିଟିଭି ଫୁଟେଜ ଅନୁଯାୟୀ, ଅଭିଯୁକ୍ତ ତୌଫିକ ବୁର୍ଖା ପରିଧାନ କରି ନେହାଙ୍କ ଘରେ ପ୍ରବେଶ କରିଥିବା ଦେଖାଯାଇଥିଲା। ସେ ନେହାଙ୍କୁ ଛାତରେ ଦେଖା କରିବା ପାଇଁ ଡାକିଥିଲେ। ଯେଉଁଠାରେ ଉଭୟଙ୍କ ମଧ୍ୟରେ ତୀବ୍ର ଯୁକ୍ତି ହୋଇଥିଲା। ଉଭୟଙ୍କ ମଧ୍ୟରେ ହେଉଥିବା ୟୁକ୍ତି ମଧ୍ୟରେ ତୌଫିକ ନେହାଙ୍କୁ ତାଙ୍କ ଚୁନରିରେ ଗଳା ଦବାଇ ମାରିଦେବାକୁ ଚେଷ୍ଟା କରିଥିଲେ। କିନ୍ତୁ ସେ ଏଥିରେ ସଫଳ ନହେବାରୁ ତାଙ୍କୁ ଛାତରୁ ଠେଲି ଦେଇଥିଲେ। ନେହା ତଳେ ଥିବା ଇଟା ଗଦା ଉପରେ ପଡ଼ିଥିଲେ, ଯାହା ଫଳରେ ସେ ଗୁରୁତର ଆହତ ହୋଇଥିଲେ।

ନେହାଙ୍କ ପିତା ସୁରେନ୍ଦର କୁମାର ଘଟଣାସ୍ଥଳରେ ଉପସ୍ଥିତ ଥିଲେ ଏବଂ ତୌଫିକଙ୍କୁ ଅଟକାଇବାକୁ ମଧ୍ୟ ଚେଷ୍ଟା କରିଥିଲେ। କିନ୍ତୁ ତୌଫିକ ତାଙ୍କୁ ଧକ୍କା ଦେଇ ନେହାଙ୍କୁ ଠେଲି ଦେଇଥିଲା। ଏନେଇ ସୁରେନ୍ଦର କହିଛନ୍ତି ୟେ, “ମୁଁ ମୋ ଝିଅକୁ ବଞ୍ଚାଇବାକୁ ଚେଷ୍ଟା କରିଥିଲି, କିନ୍ତୁ ତୌଫିକ ମୋତେ ଧକ୍କା ଦେଇଥିଲା। ଯେଉଁଥିପାଇଁ ମୋ ହାତରେ ଗଭୀର ଆଘାତ ଲାଗିଥିଲା ଏବଂ ମୁଁ ଉଠି ପାରିନଥିଲି।”

ଘଟଣା ପରେ ଦିଲ୍ଲୀ ପୁଲିସର ୬ଟି ଟିମ ଦିଲ୍ଲୀ ଓ ଉତ୍ତରପ୍ରଦେଶରେ ଚଢ଼ାଉ କରି ତୌଫିକକୁ ରାମପୁରରୁ ଗିରଫ କରିଥିଲେ। ସୋମବାର ହତ୍ୟା ଚେଷ୍ଟା ମାମଲା ରୁଜୁ ହୋଇଥିବା ଏଫଆଇଆରରେ ମଙ୍ଗଳବାର ଏହି ମାମଲାରେ ହତ୍ୟା ଧାରା ଯୋଗ କରାଯାଇଛି। ପୁଲିସ ସୂତ୍ରରୁ ଜଣାପଡ଼ିଛି ଯେ ନେହା ଓ ତୌଫିକ ମଧ୍ୟରେ କିଛି ମାସ ଧରି ସମ୍ପର୍କ ଥିଲା। କିନ୍ତୁ ନେହା ତୌଫିକର ଅନ୍ୟ ଜଣଙ୍କ ସହ ବିବାହ ହେବାର ଖବର ଜାଣିବା ପରେ ଉଭୟଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା। ତେବେ, ନେହାଙ୍କ ପରିବାର ଏହି ସମ୍ପର୍କର ଦାବିକୁ ଅସ୍ୱୀକାର କରିଛନ୍ତି ଏବଂ କହିଛନ୍ତି ଯେ ନେହା ତୌଫିକକୁ ଭାଇ ଭଳି ମାନୁଥିଲେ ଓ ତାଙ୍କୁ ରାଖୀ ବାନ୍ଧୁଥିଲେ।

ନେହାଙ୍କ ପରିବାର ଅଭିଯୁକ୍ତଙ୍କ ପାଇଁ ମୃତ୍ୟୁଦଣ୍ଡ ଦାବି କରିଛନ୍ତି। ନେହାଙ୍କ ମା କାନ୍ତା କହିଛନ୍ତି ଯେ, “ଅଭିଯୁକ୍ତକୁ ଫାଶୀ ଦିଆଯାଉ। ତେବେ ଯାଇ ମୋ ଝିଅର ଆତ୍ମାକୁ ଶାନ୍ତି ମିଳିବ।” ଘଟଣାଟି ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି କରିଛି। ଫଳରେ ପୁଲିସ ନିୟମଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ବନ୍ଦୋବସ୍ତ କରିବା ଆରମ୍ଭ କରିଛି।

ଏହି ଘଟଣା ସମାଜରେ ସୁରକ୍ଷା ଓ ନ୍ୟାୟ ପ୍ରତି ଆଲୋଚନା ସୃଷ୍ଟି କରିଛି। ପୁଲିସ ଘଟଣାର ଗଭୀର ତଦନ୍ତ ଜାରି ରଖିଛି ଏବଂ ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.