ପ୍ରମୂଖ ଖବର
  • ରାଜ୍ୟରେ ଆଉ ୮ ଶିଳ୍ପକୁ ମଞ୍ଜୁରୀ, ନିବେଶ ହେବ ୧ ଲକ୍ଷ ୫୧ ହଜାର ୨୩୯ କୋଟି ଟଙ୍କା, ଢେଙ୍କାନାଳରେ ବେଦାନ୍ତ କରିବ ପ୍ଲାଣ୍ଟ
  • ||
  • ଜୁନାଗଡ଼ରେ ଟ୍ରକ ଧକ୍କାରେ ବାଇକ ଆରୋହୀ ମୃତ, ଅଟୋ ଡ୍ରାଇଭର ଗୁରୁତର
  • ||
  • ଗୁଣପୁର : ବଜ୍ରପାତରେ ୨ ମହିଳା ମୃତ
  • ||
  • କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସ୍ଥିତ ହୋଟେଲ ଓରିଅନ ନିକଟରେ ଦୁର୍ଘଟଣା, ଟ୍ରକ୍ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ, ଅଟୋ ଚାଳକ ଗୁରୁତର
  • ||
  • ସ୍କୁଲ ଖୋଲିବାକୁ ନେଇ ହଟିଲା ଦ୍ୱନ୍ଦ୍ୱ: ଜୁନ୍ ୨୦ରେ ଖୋଲିବ ସ୍କୁଲ, ପ୍ରକାଶ ପାଇଲା ବିଜ୍ଞପ୍ତି
  • ||
  • ୨୦୨୭ ମାର୍ଚ୍ଚ ୧ରୁ ଦେଶରେ ଜନଗଣନା; ୨ଟି ପର୍ଯ୍ୟାୟରେ ହେବ, ଗେଜେଟ୍ ବିଜ୍ଞପ୍ତି ପ୍ରକାଶ
  • ||
  • ବାଲେଶ୍ୱର : ସ୍ତ୍ରୀ ଓ ପୁଅକୁ ହାଣି ବାପା ଫେରାର, ତଦନ୍ତ କରୁଛି ପୁଲିସ
  • ||
  • ଗଜପତି ମହାରାଜାଙ୍କ ଭାତୃ ବିୟୋଗ, ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଃଶ୍ଵାସ ତ୍ୟାଗ କଲେ ରଣାର୍ଣ୍ଣବ ଦେବ
  • ||
  • 'ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଚାହୁଁଛି ଇରାନ୍',ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ବଡ଼ ବୟାନ
  • ||
  • କେନ୍ଦୁଝର : ଶୈଲଙ୍ଗ ଗାଁରେ ଅଭାବନୀୟ ଘଟଣା, ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର : ଏନଏଚରେ ପଛକୁ ପଛ ପିଟି ହେଲା ୪ ଟ୍ରକ୍‌, ୩ ଡ୍ରାଇଭର ଆହତ
  • ||
  • ନରସିଂହପୁରରେ ଝାଡ଼ାବାନ୍ତି ନେଲା ମହିଳାଙ୍କ ଜୀବନ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ; ୬ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା, ୨୪ ଘଣ୍ଟାରେ ସକ୍ରିୟ ହେବ ମୌସୁମୀ
  • ||

ଆଶାକର୍ମୀଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ, ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବାକୁ ଜିଲ୍ଲା ଆଶା କର୍ମୀ ସଂଘ ଓ ସ୍ବେଛାସେବୀ ଅନୁଷ୍ଠାନର ଦାବି

Published By : Suraj Kumar | June 16, 2025 4:49 PM

କୋକସରା, ୧୬/୦୬ : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସଦର ସିଏଚସିରେ କାର୍ଯ୍ୟରତ ଜନୈକ  ଆଶାକର୍ମୀଙ୍କୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ସିଏଚସିରେ ସ୍ୱିପର ଥିବା ଜଣେ କର୍ମଚାରୀଙ୍କ ପୁଅ ଗତ ୨ ତାରିଖରେ ସିଏଚସିର ମହିଳା ଶୌଚାଳୟରେ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଏ ନେଇ  ପୀଡିତା ଆଶା କର୍ମି ଗତ ୪ ତାରିଖରେ କୋକସରା ଥାନାରେ ଅଭିଯୋଗ କରିଛନ୍ତି। ତେବେ କୋକସରା  ଥାନା ଅଧିକାରିଣୀ  ଅଭିଯୋଗର ୧୨ ଦିନ ପରେ ମଧ୍ୟ ଅଭିଯୁକ୍ତ କୁ ଗିରଫ କରିବାରେ କୌଣସି ଠୋସ ପଦକ୍ଷେପ ନେଇ ନାହାନ୍ତି। ଗତ ୯ ତାରିଖରେ ବ୍ଲକ ଆଶା ସଂଘ ପକ୍ଷରୁ ଥାନା ଆଇଆଇସି ଙ୍କୁ ଭେଟି ଶୀଘ୍ର ଅଭିଯୁକ୍ତ କୁ ଗିରଫ କରିବା ପାଇଁ ଦାବି କରିଥିଲେ। 

ତେବେ ଥାନା ଅଧିକାରିଣୀ  ଆଜି ପର୍ଯ୍ୟନ୍ତ ଅଭିଯୁକ୍ତ ଯୁବକଙ୍କୁ ଗିରଫ କରିବାରେ ଅସମର୍ଥ ହୋଇଥିବା ବେଳେ ଆଜି ଜିଲ୍ଲା ଆଶା କର୍ମୀ ସଂଘ  ଓ ସ୍ବେଛାସେବୀ ସଙ୍ଗଠନ ପକ୍ଷରୁ  ସିଏଚସି ଇନଚାର୍ଜ ଡ଼. ତତ୍ୱଦର୍ଶୀ ଦାସଙ୍କୁ ଭେଟିଥିଲେ। ଆଶାକର୍ମି ଙ୍କ ସୁରକ୍ଷା ପାଇଁ ଦାବି କରିବା ସହ ଡାକ୍ତରଖାନା ମଧ୍ୟରେ ମହିଳାଙ୍କୁ ଅସାଦଚରଣ ଘଟଣା କୁ ନିନ୍ଦା କରିଛନ୍ତି। ଜଣେ କାର୍ଯ୍ୟରତ ଆଶା କର୍ମୀଙ୍କୁ ଦୁଷ୍କର୍ମ ଉଦ୍ୟମ  ଘଟଣା ସମ୍ପର୍କରେ ଅବଗତ ଥାଇ ମଧ୍ୟ ସିଏଚସି ଇନଚାର୍ଜ କାହିଁକି ଚୁପ ରହିଛନ୍ତି, ମହିଳା ଙ୍କ ସୁରକ୍ଷା ପାଇଁ କାହିଁକି ପଦକ୍ଷେପ ନେଉ ନାହାଁନ୍ତି ବୋଲି ଅଭିଯୋଗ କରିଛନ୍ତି। ଜିଲ୍ଲା ପୁଲିସ ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.