ପ୍ରମୂଖ ଖବର
  • ଘୋର ଆର୍ଥିକ ସଂକଟରେ ପାକ୍‌ ଅର୍ଥନୀତି: ଆଜି ପାକ୍‌କୁ ଋଣ ପ୍ରଦାନ ନେଇ ସମୀକ୍ଷା କରିବ ଆଇଏମ୍‌ଏଫ, ଭାରତର ବିରୋଧ
  • ||
  • ଅମୃତସର ବାସିନ୍ଦାଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ, ଝରକା ଠାରୁ ଦୂରରେ ଏବଂ ଲାଇଟ୍ ବନ୍ଦ ରଖିବାକୁ ନିର୍ଦ୍ଦେଶାବଳୀ ଜାରି
  • ||
  • ଭାରତୀୟ ସେନାକୁ ସଫଳତା , ଧରାପଡିଲା ପାକିସ୍ତାନୀ ପାଇଲଟ୍
  • ||
  • ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, CDS ଏବଂ ୩ ସେନା ମୁଖ୍ୟଙ୍କ ସହ ଯୁଦ୍ଧ ସ୍ଥିତି ନେଇ କରିବେ ଆଲୋଚନା
  • ||
  • ଭାରତ-ପାକ୍ ଯୁଦ୍ଧ ନେଇ ସସପେନ୍ସ: ଆଇପିଏଲ୍‌ ଆୟୋଜନ ଉପରେ ହୋଇପାରେ ବଡ଼ ନିଷ୍ପତ୍ତି
  • ||
  • ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ବଢ଼ିଲା ସୁରକ୍ଷା, ଅପରାହ୍ନ ୨ଟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ପାକିସ୍ତାନ ଉପରେ ଆକ୍ରମଣକୁ ନେଇ ବିସ୍ତୃତ ତଥ୍ୟ ଦେବ ବୈଦେଶିକ ମନ୍ତ୍ରଣାଳୟ,ସକାଳ ୯ଟାରେ ପ୍ରେସ ମିଟ୍
  • ||
  • ରାଜ୍ୟରେ ଆହୁରି ବଢ଼ିବ ଗରମ ପ୍ରକୋପ, ୧୦ରୁ ୧୪ ପ୍ରଚଣ୍ଡ ତାତି,ପଶ୍ଚିମରେ ହିଟ୍‌ୱେଭ୍‌, ଉପକୂଳରେ ଗୁଳୁଗୁଳି ଆଶଙ୍କା
  • ||

ବଢୁଛି ତାତି, ଥଣ୍ଡା ପାଣି ପାଇଁ ବଢୁଛି ମାଟିହାଣ୍ଡିର ଚାହିଦା

Published By : Prameya | March 13, 2025 4:53 PM

ଫିରିଙ୍ଗିଆ,୧୩l୩ : ଦିନକୁ ଦିନ ବଢୁଛି ତାତି। ପାଣିକୁ ଥଣ୍ଡା ରଖିବା ପାଇଁ ଗାଁ ଗହଳିରେ ମାଟି ହାଣ୍ଡିର ଚାହିଦା ବଢୁଛି।  ଖରାକୁ ଦେଖି ଏବେ ଠାରୁ  କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକର ବିଭିନ୍ନ ଗ୍ରାମର କୁମ୍ଭକାରମାନେ ବିଭିନ୍ନ ସାପ୍ତାହିକ ହାଟ ରେ ବିଭିନ୍ନ ପ୍ରକାର ମାଟି ତିଆରି ସାମଗ୍ରୀ ସବୁ ଆଣି ପସରା ମେଲାଇ ବସୁଛନ୍ତି । ଖରା ଦିନରେ ଅସହ୍ୟ ଗରମକୁ ଲକ୍ଷ୍ୟ  କରି ମାଟି ହାଣ୍ଡି ସବୁ ବହୁଳ ମାତ୍ରାରେ କିଣୁଥିବା ଦେଖିବାକୁ ମିଳୁଛି । 

ବିଶେଷ କରି ଖରା ଦିନରେ ପାଣିକୁ ଥଣ୍ଡା ରଖିବା ପାଇଁ ମାଟି ହାଣ୍ଡି ଓ ମାଟି ସୁରେଇର ଚାହିଦା ଦିନକୁ ଦିନ ବଢ଼ି ଚାଲିଛି । ପରିବେଶ ଅନୁକୂଳ ମାଟି ପାତ୍ର ଶରୀର ପାଇଁ ମଧ୍ୟ ବେଶ ଉପକାରୀ ଅଟେ । କୌଣସି ରାସାୟନିକ ଦ୍ରବ୍ୟର ମିଶ୍ରଣ ନକରି ପ୍ରାକୃତିକ ଉପାୟରେ ଏସବୁ ତିଆରି କରାଯାଉଥିବାରୁ ଶରୀରକୁ ନିରୋଗ ରଖିଥାଏ ।

ଅନ୍ୟ ପକ୍ଷରେ ସମୟ ବଦଳିବା ସହିତ ଏହି ଧାରା ମଧ୍ୟ ବଦଳି ଯାଇଛି । ଖରାଦିନ ଚାଲିଗଲେ ଲୋକେ ମାଟି ପାତ୍ର ଠାରୁ ମୁହଁ ଫେରେଇ ନିଅନ୍ତି । ଫଳରେ ଦୈନିକ ଏହି କୁମ୍ଭକାର ମାନଙ୍କ ଦୈନିକ ବୃତ୍ତି ସଙ୍କଟର ସମ୍ମୁଖୀନ ହେଉଛି । କୁଳ ବେଉସା କୁ ବଞ୍ଚେଇ ହେଉନି । ବର୍ତମାନର ଯୁବପିଢ଼ି ଏଥିରୁ ମୁହଁ ଫେରାଉଛନ୍ତି । କାରଣ ମାଟି ପାତ୍ର ର ଚାହିଦା ସବୁ ସମୟରେ ରହୁନାହିଁ । ବର୍ତ୍ତମାନ ଯେଉଁ କୁମ୍ଭକାରମାନେ ମାଟିପାତ୍ର ସବୁ ତିଆରି କରୁଛନ୍ତି, ଏମାନଙ୍କ ପରେ ମାଟି ତିଆରି ସାମଗ୍ରୀ ଲୋପ ପାଇଯିବା ଆଶଙ୍କା ସୃଷ୍ଟି ହେଉଛି । ମାଟିପାତ୍ରରୁ ସ୍ୱଳ୍ପ ଆୟ ହେଉଥିବା ଯୋଗୁଁ କୁମ୍ଭକାରମାନେ ଏହି କୌଳିକ ବୃତ୍ତିକୁ ଛାଡିବାକୁ ବସିଲେଣି । ତାଛଡା ଏହି ଆଧୁନିକ ଯୁଗର ସମାଜ ମାଟି ତିଆରି ସାମଗ୍ରୀରୁ ଅରୁଚି ହୋଇ ଅତ୍ୟଧିକ ପରିମାଣରେ ଷ୍ଟିଲ ଓ ଆଲୁମିନିୟମ ସାମଗ୍ରୀ ବ୍ୟବହାର କରୁଛନ୍ତି । ପୂର୍ବଭଳି ମାଟି ତିଆରି ସାମଗ୍ରୀର ଆଦର ଲୋକଙ୍କ ମଧ୍ୟରେ ନାହିଁ । କେବଳ ଗ୍ରୀଷ୍ମଋତୁରେ ହିଁ ମାଟି ସୁରେଇ ଓ ହାଣ୍ଡିର ଚାହିଦା ଦେଖିବାକୁ ମିଳୁଛି । 

ଅନ୍ୟ ପକ୍ଷରେ ମାଟି ହାଣ୍ଡି ଗଢିବା ପାଇଁ ଜଣେ କୁମ୍ଭକାରକୁ ଯେତିକି ପରିଶ୍ରମ କରିବାକୁ ପଡୁଛି, ସେହି ଅନୁସାରେ ତାକୁ ପାରିଶ୍ରମିକ ମଧ୍ୟ ମିଳୁନାହିଁ । ସରକାରଙ୍କ ପକ୍ଷରୁ ମଧ୍ୟ ଏହି କୁଳ ବେଉସାକୁ ବଞ୍ଚେଇ ରଖିବାକୁ କୌଣସି ପଦକ୍ଷେପ ନିଆଯାଉ ନଥିବା କୁମ୍ଭକାର ପରିବାର କହିଛନ୍ତି । ଯଦି ସରକାର କୁମ୍ଭକାର ମାନଙ୍କୁ ସହାୟତା ଯୋଗେଇ ଦିଅନ୍ତେ ତେଵେ ନିଜ କୌଳିକ ବୃତ୍ତିକୁ ଆପଣାଇ ପରିବା ସହ ନିଜର କଳା ଓ ଅସ୍ତିତ୍ବକୁ ବଞ୍ଚାଇ ରଖିବାରେ ସମର୍ଥ ହୁଅନ୍ତେ ବୋଲି କୁମ୍ଭକାର ମାନେ କହିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.