ମାଲକାନଗିରି,୮।୧୦(ଆପ୍ର ): ମାଲକାନଗିରି ଜିଲ୍ଲାରେ ଜିଲ୍ଲା ଭିତ୍ତିକ ନିଯୁକ୍ତି ଦାବିରେ ପୂର୍ବରୁ ବନ୍ଦ ଡକରା ଦିଆଯାଇଥିଲ। ବର୍ତ୍ତମାନ ବାହାର ଜିଲ୍ଲାର ନବ ନିଯୁକ୍ତି ହୋଇଥିବା ଜଣେ ଶିକ୍ଷୟିତ୍ରୀଙ୍କୁ ଜିଲ୍ଲାର ମାଲକାନଗିରି ବ୍ଲକ ସ୍ଥ ମାରକାପାଲି ପଞ୍ଚାୟତର ପୂଜାରୀଗୁଡା ପ୍ରାଥମିକ ବିଦ୍ୟାଳୟରେ ସ୍ଥାନିତ କରାଯାଇଛି। ସେଠାରେ ତାଙ୍କୁ ବିରୋଧ କରାଯାଇଥିବା ଜଣାପଡିଛି। ଶିକ୍ଷୟତ୍ରୀ ଜଣଙ୍କ ନିଜ କାର୍ଯ୍ୟରେ ଯୋଗ ଦେବାକୁ ଆସିଥିବାବେଳେ ସ୍ଥାନୀୟ ଲୋକେ ତାଙ୍କୁ ବିରୋଧ କରିବା ଯୋଗୁଁ ସେ ଚାକିରିରେ ଯୋଗ ନଦେଇ ଫେରି ଚାଲିଯାଇଥିଲେ ବୋଲି ଜଣା ପଡିଛି।
ଜିଲ୍ଲାର କେବଳ ପୂଜାରିଗୁଡା ନୁହେଁ ବିଭିନ୍ନ ସ୍ଥାନରେ ଏହିପରି ବାହାର ଜିଲ୍ଲାର ନବ ନିଯୁକ୍ତି ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ବିରୋଧ କରାଯାଇଥିବା ନେଇ ସୂଚନା ମିଳିଛି। ନିଜ ଜିଲ୍ଲାର ପିଲାଙ୍କୁ ଜିଲ୍ଲା ମଧ୍ୟରେ ଚାକିରି ଦେବାକୁ ସ୍ଥାନୀୟ ଲୋକେ ଦାବି କରି ଏହିପରି ବିରୋଧ କରିଥିବା ବେଳେ ଏନେଇ ପ୍ରଶାସନ ପକ୍ଷରୁ କୌଣସି ତଥ୍ୟ ମିଳି ନାହି।