ଫୁଲବାଣୀ, ୧୫/୭ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକର କୁଏରମାଣ୍ଡୁ ପଞ୍ଚାୟତର  ବାରାହାଲା ଗ୍ରାମ ପର୍ଯ୍ୟନ୍ତ ଲଷ୍ମୀ ବସ ଚଳାଚଳ କରିବାକୁ ଦାବୀ  । ଏ ନେଇ ପଞ୍ଚାୟତ ଆଗରେ  କୋଏରମାଣ୍ଡୁ ସରପଞ୍ଚ ମାଧବ କଂହରଙ୍କ ନେତୃତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ କୋଏରମାଣ୍ଡୁ ର ପୂର୍ବତନ ସରପଞ୍ଚ ବିଶ୍ୱରଂଜନ କଂହର, ପୂର୍ବତନ ଉପାଧ୍ୟାକ୍ଷା ସଂସ୍ମିତା କଂହର ଓ କୋଏରମାଣ୍ଡୁ ର ସମିତି ସଭ୍ୟ ପଞ୍ଚାନନ ଦିଗାଲ ଯୋଗ ଦେଇଥିଲେ। ଏଥିରେ ଶତାଧିକରୁ ଊର୍ଦ୍ଧ୍ବ ମହିଳା ଏବଂ ପୁରୁଷ  ଯୋଗ ଦେଇଥିଲେ।  

ବର୍ତ୍ତମାନ ଲକ୍ଷ୍ମୀ ବସ ଫିରିଙ୍ଗିଆ ଠାରୁ ବାଲନ୍ଦାପଡା ହୋଇ କୁଏରମାଣ୍ଡୁ ପଯ୍ୟନ୍ତ ଯାଉଛି ।  ତେବେ ଏହି ଲକ୍ଷ୍ମୀ ବସ କୁଏରମାଣ୍ଡୂ ଶେଷ ଷ୍ଟପେଜ ନ ହୋଇ ବାରାହାଲା ଗ୍ରାମ ପଯ୍ୟନ୍ତ ଯାଉ ବୋଲି  ଦାବି କରିଥିଲେ। ବାରାହଲା ଠାରୁ କୋଏରମାଣ୍ଡୁ କିଛି ବାଟ  ହୋଇଥିବାରୁ ସେଠାରୁ ଓହ୍ଲାଇ ଚାଲି ଚାଲି ଯିବାକୁ ପଢୁଛି   ।  ନଚେତ ଅଟୋରେ ଯିବାକୁ ପଡୁଛି। ତେଣୁ ବାହାହଲା ର ୫୦ ରୁ ଉର୍ଦ୍ଧ ଗ୍ରାମବାସୀ ଜିଲ୍ଲପାଳଙ୍କ କାର୍ଯ୍ୟାଳୟ ଆସି ଏହି ସଂକ୍ରାନ୍ତ ରେ ଏକ ଦାବିପତ୍ର ଜିଲ୍ଲପାଳଙ୍କୁ ପ୍ରଦାନ କରିଛନ୍ତି।