ରାଉରକେଲା, ୯।୭ : ମାଟିରେ ମିଶିଲା ନିଶା ବେପାରୀ ସହ ୬ ହତ୍ୟା ଅଭିଯୁକ୍ତଙ୍କ ଘର । ୬ ହତ୍ୟା ଅଭିଯୁକ୍ତଙ୍କ ଘର ଭାଙ୍ଗିଛି ରାଉରକେଲା ପୋଲିସ । ଚାଲିବାକୁ ଥିଲା  ଘର ଉପରେ  ବୁଲଡୋଜର । ହେଲେ ଗଳି ଦେଇ ବୁଲଡୋଜର ଯାଇ ନ ପାରିବାରୁ , ଶାବଳ ସହ ବଡ ମାତୁଲରେ ମାଟିରେ ମିଶାଇଦିଆଗଲା ଛଅଟି ଘର। ହତ୍ୟା ଅଭିଯୁକ୍ତ ଚିନୁ ହରିପା , କାଳିଆ ନାୟକ , ଛୋଟୁ ନାୟକ , ବାବୁ ଲଣ୍ଡା ଓରଫ ସନ୍ତୋଷ ନାୟକ ସହ ରୋହିତ୍ ହରୀପା ଘର ଆଜି ମିଶିଲା ମାଟିରେ ।

ସେକ୍ଟର ସେଭେନ ଥାନା ନାରାୟଣୀ  ବସ୍ତିରେ ଷ୍ଟିଲ ପ୍ଲାଣ୍ଟ ଜମିରେ ବେଆଇନ ଭାବରେ ଘର କରି ଚଳାଇଥିଲା ବ୍ରାଉନ ସୁଗାରର ବେପାର । ନାରାୟଣୀ ବସ୍ତିକୁ ଲାଗିରହିଥିବା ରାମେଶ୍ୱର ବସ୍ତିର  ଯୁବକ କରୁଥିଲେ ବାରଣ । ଯାହାକୁ ନେଇ ଗତ ୧୬ ତାରିଖ ପୂର୍ବାହ୍ନରେ  ଘଟିଥିଲା ହତ୍ୟା କାଣ୍ଡ । ସଂଘବଦ୍ଧ ଭାବରେ ଆକ୍ରମଣ କରି  ଖଣ୍ଡାରେ ବେକକୁ ଚୋଟ ପକାଇ ହତ୍ୟା କରିଥିଲେ ରାମେଶ୍ୱର ବସ୍ତିର ଯୁବକ ତୋଫାନ ବିନ୍ଧାଣୀଙ୍କୁ।  ଗୁରୁତର ହୋଇଥିଲେ ତୋଫାନ ବିନ୍ଧାଣୀ ଙ୍କ ବନ୍ଧୁ ଶୁଭେନ୍ଦୁ ସେଠୀ । ହତ୍ୟାକାଣ୍ଡ ଘଟାଇ ଘଟଣାସ୍ଥଳରୁ ଚମ୍ପଟ୍ ମାରିଥିଲେ ଅଭିଯୁକ୍ତ ମାନେ । ହତ୍ୟା କାଣ୍ଡ ର ଚାରି ଦିନରେ ଅର୍ଥାତ୍ ଗତ ଜୁନ୍ 20 ତାରିଖରେ ଦୁଇ ହତ୍ୟା ଅଭିଯୁକ୍ତ ଚିନୁ ହରିପ ସହ ସନ୍ତୋଷ ନାୟକ କୁ ରାଉରକେଲା ପୋଲିସ କରିଥିଲା । ଏନ୍ କାଉଣ୍ଟର ପରେ ଆଉ ତିନି ଅଭିଯୁକ୍ତଙ୍କୁ ଗିରଫ ପଠାଇ ଦେଇଛି ଜେଲ । ହେଲେ ଏବେବି ଅଛନ୍ତି ଅନେକ ଫେରାର ।

ଅନ୍ୟ ପଟେ ମୃତ ତୋଫାନ ବିନ୍ଧାଣୀଙ୍କ ମା’ ସହ ଭଉଣୀ ଅଭିଯୋଗ ଆଣିଛନ୍ତି ଯେ  ଘର ଭାଙ୍ଗିବା ପରେ ପୁଣି ଫେରିଆସି ଅଭିଯୁକ୍ତମାନେ କରିପାରନ୍ତି ଆକ୍ରମଣ । ତେଣୁ ଯେପରି ଆଉ ବସ୍ତିକୁ ଫେରିବେ ନାହିଁ , ପରେ ଘର ତିଆରି କରିବେ ନାହିଁ ସେହି ବ୍ୟବସ୍ଥା କରୁ ପୋଲିସ ।

ଆହୁରି ପଢନ୍ତୁ : ହୀରାକୁଦର ୧୦ ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ