କଣ୍ଟାମାଳ୦୪/୬: କଣ୍ଟାମାଳ ବ୍ଲକର ବିଭିନ୍ନ ରବି ଧାନ କ୍ରୟ କେନ୍ଦ୍ର ପରିଦର୍ଶନ କରିଛନ୍ତି ସମବାୟ ସମିତି ସମୁହର ଉପ ନିବନ୍ଧକ ଗିରିଶ ଚନ୍ଦ୍ର ପୁରୋହିତ l ଶ୍ରୀ ପୁରୋହିତ କଣ୍ଟାମାଳ ବ୍ଲକ ଗସ୍ତରେ ଆସି କଣ୍ଟାମାଳ, କୁଲୁତାଜୋର୍ ଓ ଘଣ୍ଟାପଡା ପ୍ରାଥମିକ କୃଷି ସମବାୟ ସମିତି ପକ୍ଷରୁ ଖୋଲା ଯାଇଥିବା ଧାନ କ୍ରୟ କେନ୍ଦ୍ର ପରିଦର୍ଶନ କରିଛନ୍ତି। ସେଠାରେ ଚାଷୀ ମାନଙ୍କ ପାଇଁ ଥିବା ସୁବିଧା ସୁଯୋଗ ଓ ଭିତ୍ତିଭୂମି ଅନୁଧ୍ୟାନ କରିବା ସହ ଚାଷୀଙ୍କ ସମସ୍ୟା ସମ୍ପର୍କରେ ଅବଗତ ହୋଇଥିଲେ। ପରିଦର୍ଶନ ସମୟରେ ସମବାୟ ସମିତି ସମୁହର ସହକାରୀ ନିବନ୍ଧକ ଫକୀର ଚରଣ ବାଘ, ନିୟନ୍ତ୍ରିତ ବଜାର କମିଟି ସମ୍ପାଦକ ଭାସ୍କର ଚନ୍ଦ୍ର ପାଣିଗ୍ରାହୀ, ସମବାୟ ନିରୀକ୍ଷକ ଶିବ ପ୍ରସାଦ ଖମାରୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ l