ପ୍ରମୂଖ ଖବର
  • ସୁନ୍ଦରଗଡ଼ : ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରେଲର; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • ସମ୍ବଲପୁର : ହୀରାକୁଦରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ, ଆସନ୍ତା ୬ରୁ ଖୋଲିବ ଗେଟ୍
  • ||
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

ପ୍ରଥମ ଦିନରେ ଏତିକି କୋଟି କମାଇଲା 'ଦେବା',ଜାଣନ୍ତୁ ଶାହିଦ କପୁର ପାସ୍ ହେଲେ କି ଫେଲ୍?

Published By : Anindita Ratha | February 1, 2025 10:34 AM

ମୁମ୍ବାଇ,୦୧/୦୨: ଶାହିଦ କପୁର ଓ ପୂଜା ହେଗଡ଼େଙ୍କ  ବହୁ ପ୍ରତୀକ୍ଷିତ ଷ୍ଟାର୍‌ର ଫିଲ୍ମ  'ଦେବା' ପ୍ରେକ୍ଷାଳୟରେ ମୁକ୍ତିଲାଭ କରିସାରିଛି । ଏହି ଫିଲ୍ମକୁ ନେଇ ଫ୍ୟାନ୍ସ ବେଶ୍ ଉତ୍ସାହିତ ଥିବାବେଳେ ଫିଲ୍ମ ଦେଖିବାକୁ ଜମୁଛି ଦର୍ଶକଙ୍କ ଭିଡ଼। କାରଣ ପୁଣିଥରେ  ଶାହିଦ କପୁରଙ୍କୁ ଫିଲ୍ମରେ ଅଲଗା ଅନ୍ଦାଜରେ ଦେଖିବାକୁ ମିଳିଛି। ଶାହିଦଙ୍କ ଏହା ପ୍ରଥମ ଆକ୍ସନ ଥ୍ରିଲର ଫିଲ୍ମ ଅଟେ। 'ଦେବା' ରିଲିଜ ସହିତ ସମସ୍ତଙ୍କ ନଜର ଓପନିଂ ଡେ କଲେକ୍ସନ ଉପରେ ରହିଛି। ଏହାରି ମଧ୍ୟରେ ଫିଲ୍ମର ପ୍ରଥମ ଦିନର କଲେକ୍ସନ ମଧ୍ୟ ସାମ୍ନାକୁ ଆସିଛି। 

ଫିଲ୍ମ 'ଦେବା'ରେ ଶାହିଦ କପୁର ପୋଲିସ ଅଫିସରଙ୍କ ଭୂମିକାରେ ନଜର ଆସିଛନ୍ତି । ଏହି ଫିଲ୍ମକୁ ରୋଶନ  ଏଣ୍ଡ୍ରୟୁଜ ନିର୍ଦ୍ଦେଶନା ଦେଇଛନ୍ତି । ଫିଲ୍ମର ପ୍ରମୋସନ ପାଇଁ ଶାହିଦ କପୁର ଏନେଇ ସ୍ପଷ୍ଟ କରିଦେଇଥିଲେ ଯେ, ଏହି ଫିଲ୍ମ ତାଙ୍କର ସୁପରହିଟ୍ ଫିଲ୍ମ 'କବୀର ସିଂ' ସହିତ କୌଣସି  ସମ୍ପର୍କ ନାହିଁ। ଦୁଇଟା ଯାକ ଫିଲ୍ମରେ କିଛି ବି ସମାନତା ନାହିଁ। ୨ଟା ଯାକ ଫିଲ୍ମର କାହାଣୀ ସମ୍ପୂର୍ଣ୍ଣ ଅଲଗା । ସୈକନିଲ୍କର ରିପୋର୍ଟ ଅନୁସାରେ  'ଦେବା'  ରିଲିଜର ପୂର୍ବ ଦିନ ୫ କୋଟିର କଲେକ୍ସନ କରିଛି। 

ଏହା ମଧ୍ୟ ପଢନ୍ତୁ-କୁମ୍ଭ ଉପରେ ଫିଲ୍ମ କରିବେ କବୀର ଖାନ୍‌, କହିଲେ-‘ଏଠାରେ ହିନ୍ଦୁ-ମୁସଲମାନ ଭେଦଭାବ ନାହିଁ ’

କିନ୍ତୁ ଆଜି ଆଉ କାଲି ଛୁଟି ଥିବାରୁ ଫିଲ୍ମ 'ଦେବା' ପାଇଁ ପୂରା ଫାଇଦା ହୋଇପାରେ । ଫିଲ୍ମର ଆଡଭାନ୍ସ ବୁକିଂ ମଧ୍ୟ ଜାରି ରହିଛି। ଶାହିଦଙ୍କ ଫିଲ୍ମ 'ଦେବା'  ରିଲିଜ ପୂର୍ବରୁ ୭୨ ହଜାରରୁ ଅଧିକ ଟିକଟ ବିକ୍ରି ହୋଇଛି। ସେପଟେ ଫିଲ୍ମର କାହାଣୀ ବିଷୟରେ ଯଦି କହିବା ତେବେ,ପୋଲିସ ଭୂମିକା ନଜର ଆସିଛନ୍ତି ଶାହିଦ। ଯିଏ ଏକ ଦୁର୍ଘଟଣା ପରେ ନିଜ ସ୍ମରଣଶକ୍ତି ଭୁଲି ଯାଇଛନ୍ତି । ଯେତେବେଳେ ଧିରେ ଧିରେ ଶାହିଦ ପୂର୍ବ କଥା ମନେ ପଡୁଛି ସେତେବେଳେ ସେ ସେହି ଲୋକଙ୍କୁ ଶାସ୍ତି ଦେଉଛନ୍ତି ଯେଉଁମାନେ ପୋଲିସର ଫାଇଦା ଉଠାଇଛନ୍ତି । ଏହି ଫିଲ୍ମରୁ ମେକର୍ସ ଓ ଅଭିନେତାଙ୍କୁ ବେଶ୍ ଆଶା ରହିଛି। ଶନିବାର ଓ ରବିବାର ଛୁଟି ଯୋଗୁଁ ପିଲ୍ମ କଲେକ୍ସନ ଭଲ ହୋଇପାରେ । 










Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.