ନୂଆଦିଲ୍ଲୀ ୦୫/୧୧: ମଥୁରାର ପ୍ରସିଦ୍ଧ ବାଙ୍କେ ବିହାରୀ ମନ୍ଦିରରେ ଏକ ଅଜବ ଦୃଶ୍ୟ ସାମ୍ନାକୁ  ଆସିଛି । ମନ୍ଦିର କାନ୍ଥରେ ସଂଲଗ୍ନ ହାତୀ ମୁହଁ ମୂର୍ତ୍ତି ପାଟିରୁ ନିର୍ଗତ ଜଳ ସଂଗ୍ରହ କରିବାକୁ ଭକ୍ତଭାବେ ଅତ୍ୟନ୍ତ ଉତ୍ସାହର ସହ ଧାଡ଼ିରେ ଠଆ ହୋଇଥିବା ନଜର ଆସିଛନ୍ତି । ପ୍ରଭୁ ଶ୍ରୀକୃଷ୍ଣଙ୍କ ଚରଣରୁ ନିର୍ଗତ ଏହି ପବିତ୍ର ଜଳକୁ ଶ୍ରଦ୍ଧାଳୁ ଚରଣାମୃତ ବୋଲି ବିଶ୍ୱାସ କରୁଛନ୍ତି । ଭାଇରାଲ ଭିଡିଓରେ ହାତୀ ମୂର୍ତ୍ତି ତଳେ ଭକ୍ତମାନେ କପ୍‌ ଧରି ରୁଣ୍ଡ ହୋଇଥିବା ନଜର ଆସିଛନ୍ତି । କିଛି ଭକ୍ତ ବୁନ୍ଦାଏ ଚରଣାମୃତ ପାଇବାକୁ ମୂର୍ତ୍ତି ତଳେ ହାତ ଦେଖାଇ ଠିଆ ହୋଇଛନ୍ତି । ପ୍ରକୃତ କଥା କିନ୍ତୁ ଭିନ୍ନ ।  ଶ୍ରୀକୃଷ୍ଣଙ୍କ ଚରଣାମୃତ ଭାବି ଭକ୍ତିଭାବର  ସହ ପାନ କରାଯାଉଥିବା ଏହି ଜଳ ଏସିରୁ  ନିର୍ଗତ ହେଉଛି । ଜଣେ ମନ୍ଦିର ପରିଦର୍ଶକ ଭିଡିଓଟି ରେକର୍ଡ କରିଛନ୍ତି । 




ଏଥିରେ ସେ ଭକ୍ତଙ୍କୁ  କହୁଛନ୍ତି ‘ଏହା ଏସିର ପାଣି । ଠାକୁରଙ୍କ  ଚରଣାମୃତ ନୁହେଁ । ମନ୍ଦିର ପୂଜାରୀମାନେ  ଏ କଥା ସ୍ପଷ୍ଟ କରିଛନ୍ତି ।’ ତେବେ ତାଙ୍କ  କଥାକୁ ଅଣଦେଖା କରି ଭକ୍ତମାନେ ଏହି  ଜଳକୁ ସଂଗ୍ରହ କରି ପାନ କରିବାରେ  ଓ ଶରୀରରେ ସିଞ୍ଚନ କରିବାରେ  ବ୍ୟସ୍ତ ରହିଲେ । ଏକ୍ସ ପ୍ଲାଟ୍‌ଫର୍ମରେ  ଶେୟାର ହୋଇଥିବା ଏହି ଭିଡିଓର  କ୍ୟାପ୍‌ସନରେ ଉଲ୍ଲେଖ ହୋଇଛି ‘ଗମ୍ଭୀର  ଶିକ୍ଷାର ଆବଶ୍ୟକତା ରହିଛି । ଲୋକେ  ଏସିରୁ ନିର୍ଗତ ପାଣିକୁ ଠାକୁରଙ୍କ  ଚରଣାମୃତ ଭାବି ପିଉଛନ୍ତି!’ ଭାଇରାଲ ଭିଡିଓକୁ ୩୮ ଲକ୍ଷରୁ ଅଧିକ  ଥର ଦେଖାଗଣାଲି । ଭକ୍ତଙ୍କ ଏଭଳି କାର୍ଯ୍ୟକୁ ନେଇ ଇଣ୍ଟର୍‌ନେଟ୍‌ରେ  ଚର୍ଚ୍ଚା ଆରମ୍ଭ ହୋଇଛି । ଚିକିତ୍ସା ବିଶେଷଜ୍ଞ ‘ଦ ଲିଭର୍‌ ଡକ୍‌’ ଭିଡିଓ  ଉପରେ ପ୍ରତିକ୍ରିୟା ଦେଇ ଏସିରୁ ନିର୍ଗତ ପାଣି ଭୟଙ୍କର ରୋଗର  କାରଣ ହୋଇପାରେ ବୋଲି ଚେତାବନୀ ଦେଇଛନ୍ତି । ଏହା ଦ୍ୱାରା  ଲେଗିଓନେଲା ନାମକ ବ୍ୟାକ୍ଟେରିଆ ଯୋଗୁ ଲେଗିଓନାରିଜ୍‌ ରୋଗ  ହୋଇପାରେ ବୋଲି ସେ ଆଶଙ୍କା ବ୍ୟକ୍ତ କରିଛନ୍ତ