ପ୍ରମୂଖ ଖବର
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟିରେ ଯିବେ ଓଏଏସ ଅଧିକାରୀ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା, କର୍ପୋରେଟର ଜୀବନ ରାଉତ ସମେତ ୩ ଗିରଫ
  • ||
  • କନ୍ଧମାଳ ଜଙ୍ଗଲରେ ଏନ୍‌କାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୨ ମାଓବାଦୀ
  • ||
  • ବାହାରିଲା ପ୍ରଥମ ଦିନର ଆଡ଼ପ ଅବଢ଼ା, ମହାପ୍ରଭୁଙ୍କୁ ଦର୍ଶନ ସହ ମହାପ୍ରସାଦ ପାଇ ଭକ୍ତ ଆନନ୍ଦିତ
  • ||
  • ବରିଷ୍ଠ ଓଏଏସ୍ ମିର୍ଦ୍ଧା ଟପ୍ପୋଙ୍କୁ ଗୁରୁଦାୟିତ୍ବ, ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭାବେ ମିଳିଲା ନୂଆ ନିଯୁକ୍ତି
  • ||
  • ଏଣିକି ପାନ୍‌କାର୍ଡ ଆବେଦନ ଲାଗି ଆଧାର ଜରୁରୀ, ଜୁଲାଇ ପହିଲାରୁ ହେବ କାର୍ଯ୍ୟକାରୀ
  • ||
  • ସୁନ୍ଦରଗଡ଼ :ଲଗାଣ ବର୍ଷା ପାଇଁ ବଢୁଛି ବ୍ରାହ୍ମଣୀ ନଦୀର ଜଳସ୍ତର, ଖୋଲିଲା ମନ୍ଦିରା ଡ୍ୟାମ୍‌ର ୪ ଗେଟ୍‌
  • ||
  • କଟକ ରେଳ ଷ୍ଟେସନ୍‌ ନିକଟରେ ମାଲବାହୀ ଟ୍ରେନ୍ ଲାଇନ୍‌ଚ୍ୟୁତ, ଟ୍ରାକ୍‌ରୁ ଖସିଲା ୩ ଖାଲି ବଗି
  • ||
  • ଫିଫା କ୍ଲବ ବିଶ୍ୱକପ, କ୍ୱାର୍ଟରରେ ଚେଲସୀ, ପାମେରାସ୍‌
  • ||
  • ଉତ୍ତରାଖଣ୍ଡ-ହିମାଚଳରେ ପ୍ରକୃତି କୋପ; ରେଡ୍ ଆଲର୍ଟ ପରେ ସ୍କଲ କଲେଜ ବନ୍ଦ,ଚାରିଧାମ ଯାତ୍ରାରୁ ହଟିଲା ୨୪ ଘଣ୍ଟିଆ ବ୍ରେକ୍
  • ||
  • ଗଞ୍ଜାମ : ପୂର୍ବ ଶତ୍ରୁତାରୁ ଗଡ଼ିଲା ମୁଣ୍ଡ, ଯୁବକଙ୍କୁ ମାରଣାସ୍ତ୍ରରେ ଆକ୍ରମଣ
  • ||
  • ମଙ୍ଗଳବାରଠୁ ଅନିର୍ଦ୍ଦିଷ୍ଟକାଳ ପାଇଁ ଶିମିଳିପାଳ ଜାତୀୟ ଉଦ୍ୟାନ ବନ୍ଦ
  • ||
  • ସୋମବାରଠୁ ଏସ୍‌ଓଏସ୍‌ସି ପରୀକ୍ଷା, ସକାଳ ୯ ଟାରୁ ୧୧ଟା ଯାଏ ଚାଲିବ: ଜୁଲାଇ ପହିଲାରୁ ସପ୍ଲିମେଣ୍ଟାରୀ ପରୀକ୍ଷା
  • ||
  • ପ୍ରବଳ ବର୍ଷା ଯୋଗୁ ବାଲେଶ୍ୱର, ମୟୂରଭଞ୍ଜକୁ ବନ୍ୟା ଭୟ: ଆଜିଠୁ ୩ ଯାଏ ମୟୂରଭଞ୍ଜରେ ସ୍କୁଲ ଛୁଟି ଘୋଷଣା
  • ||
  • ବାଲେଶ୍ୱର : ସୁବର୍ଣ୍ଣରେଖାରେ ବନ୍ୟାସ୍ଥିତି, ବିପଦ ସଂକେତ ଟପିଲା ବନ୍ୟାଜଳ
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ୫ ଯାଏ ପ୍ରବଳରୁ ଅତିପ୍ରବଳ ବର୍ଷା ଆକଳନ, ଆଜି ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

ତିରୁପତି ମନ୍ଦିରରେ ଅଣ୍ଡା ବିରିୟାନୀ ଖାଉଥିବା ବେଳେ ଧରାପଡ଼ିଲେ ଶ୍ରଦ୍ଧାଳୁ, ସମାଲୋଚନା କଲେ ବିରୋଧୀ

Published By : Anindita Ratha | January 20, 2025 12:38 PM

ନୂଆଦିଲ୍ଲୀ, ୨୦/୦୧: ତିରୁମାଳା ତିରୁପତି ମନ୍ଦିରରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ପୁଣି ଦେଖାଦେଇଛି ବିବାଦ। ମନ୍ଦିର ଭିତରେ  ଅଣ୍ଡା ବିରିୟାନି ଖାଉଥିବା ବେଳେ ଧରାପଡିଲେ କିଛି ଶ୍ରଦ୍ଧାଳୁ। ଯାହାକୁ ନେଇ  ବିରୋଧୀ ଦଳ ତିରୁମାଳା ତିରୁପତି ଦେବସ୍ଥାନମ୍ (ଟିଟିଡି) କୁ ସମାଲୋଚନା କରିଛନ୍ତି। ଅଲିପିରୀ ଚେକପଏଣ୍ଟରେ ସୁରକ୍ଷା ଅଭାବକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। 

ତେବେ ଟାଇମ୍ସ ଅଫ୍ ଇଣ୍ଡିଆ ରିପୋର୍ଟ ଅନୁଯାୟୀ, ତାମିଲନାଡୁରୁ ଆସିଥିବା ଶ୍ରଦ୍ଧାଳୁଙ୍କ ମଧ୍ୟରୁ ଏକ ଗୋଷ୍ଠୀ ତିରୁମାଳା ତିରୁପତି ମନ୍ଦିରରେ ଅଣ୍ଡା ବିରିୟାନି ଖାଉଥିବା ବେଳେ ଧରାପଡିଥିଲେ । ଏନେଇ ତିରୁମାଳା ପୋଲିସକୁ ଏ ସମ୍ପର୍କରେ ସୂଚନା ଦିଆଯାଇଥିଲା। ପୋଲିସ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଭକ୍ତମାନଙ୍କୁ ପଚରାଉଚରା କରିବା ସହ ଏହା ଆଇନ ବିରୁଦ୍ଧ ବୋଲି କହିଥିଲେ। ଯେତେବେଳେ ତିରୁମାଳା ପୋଲିସ ଶ୍ରଦ୍ଧାଳୁମାନଙ୍କୁ କହିଥିଲେ ଯେ, ତିରୁମାଳାରେ ଅଣ୍ଡା ଏବଂ ଅନ୍ୟାନ୍ୟ ମାଂସାହାରୀ ଖାଇବା ନିଷେଧ। ଏହା ଉପରେ ଶ୍ରଦ୍ଧାଳୁମାନେ କହିଥିଲେ ଯେ ଏ ବିଷୟରେ ସେମାନଙ୍କୁ ଜଣାନଥିଲା । ତେବେ ଏନେଇ ତିରୁମାଳା ପୋଲିସ ସେମାନଙ୍କୁ କଡ଼ା ଚେତାବନୀ ଦେଇଥିଲା ଏବଂ ପରେ ସେମାନଙ୍କୁ ଛାଡ଼ି ଦେଇଥିଲା। ଏହି ଘଟଣାର ସୁରକ୍ଷା ଉଲ୍ଲଂଘନ ପାଇଁ ଟିଟିଡିର ପୂର୍ବତନ ଅଧ୍ୟକ୍ଷ ଭୁମାନା କରୁଣାକର ରେଡ୍ଡୀ ଟିଟିଡି ପ୍ରଶାସନକୁ ସମାଲୋଚନା କରିଛନ୍ତି।

ଭୁମାନା କରୁଣାକର ରେଡ୍ଡୀ କହିଛନ୍ତି, "ଏହି ଘଟଣା ଟିଟିଡି ସୁରକ୍ଷା ବ୍ୟବସ୍ଥାରେ ହୋଇଥିବା ତ୍ରୁଟିକୁ ସ୍ପଷ୍ଟ ଭାବରେ ଦର୍ଶାଉଛି । କାରଣ ତାମିଲନାଡୁର ଭକ୍ତମାନେ ଆଲିପିରି ଚେକପଏଣ୍ଟରେ ବାଧ୍ୟତାମୂଳକ ସୁରକ୍ଷା ଯାଞ୍ଚ ପରେ ମଧ୍ୟ ତିରୁମାଳାକୁ ଅଣ୍ଡା ବିରିୟାନି ପ୍ୟାକେଟ ସହ ସେମାନେ ମନ୍ଦିର ଭିତରେ ପ୍ରବେଶ କରିଥିଲେ।"ତିରୁପତି ସାଂସଦ  ମଧ୍ୟ ଏହି ଘଟଣାରେ ଉଦ୍ବେଗ ପ୍ରକାଶ କରିବା ସହ ମନ୍ଦିରର ବ୍ୟବସ୍ଥା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ସଚ୍ଚୋଟତା ଉପରେ ପ୍ରଶ୍ନ କରିଛନ୍ତି। ତିରୁପତି ସାଂସଦ ଅଭିଯୋଗ କରିଛନ୍ତି, “ତିରୁପତି ଟ୍ରଷ୍ଟ ଇତିହାସରେ ସବୁଠାରୁ ଭୟଙ୍କର ଷ୍ଟାମ୍ପଡ ଘଟଣା ଜାନୁଆରୀ ୮ରେ ଘଟିଥିଲା । ଯେଉଁଥିରେ ୬ ଜଣ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ଘଟିଥିଲା ଏବଂ ୫୦ରୁ ଅଧିକ ଆହତ ହୋଇଥିଲେ। ଏହା ପରେ ରାଜ୍ୟ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଟିଟିଡି ଏବଂ ତିରୁପତି ଏସପି ମୁଖ୍ୟ ଭିଜିଲାନ୍ସ ଏବଂ ସିକ୍ୟୁରିଟି ଅଫିସରଙ୍କୁ ସ୍ଥାନାନ୍ତର କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଉଭୟ ପଦବୀରେ ନିଯୁକ୍ତି ଦିଆଯାଇନାହିଁ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.