ନୂଆଦିଲ୍ଲୀ - ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ଏୟାରଲାଇନ୍ ଟିକେଟ୍ ରିଫଣ୍ଡ ସହ ଜଡ଼ିତ ନିୟମରେ ପରିବର୍ତ୍ତନ କରିଛି। ନୂଆ ନିୟମ ଅନୁସାରେ ଟିକେଟ୍ ବୁକ୍ କରିବା ପରେ ଯାତ୍ରୀଙ୍କୁ ୪୮ ଘଣ୍ଟାର ଲୁକ୍-ଇନ୍ ପିରିୟଡ ମିଳିବ। ଡିଜିସିଏ କହିଛି ଯେ, ଏହି ୪୮ ଘଣ୍ଟା ଭିତରେ ଯାତ୍ରୀ ବିନା କୌଣସି ଅତିରିକ୍ତ ଚାର୍ଜ ଦେବା ନିଜର ଟିକେଟ କ୍ୟାନସେଲ କିମ୍ୱା ଏଥିରେ ପରିବର୍ତ୍ତନ କରିପାରିବେ। ହେଲେ ,ଯଦି ନୂଆ ବିମାନର ଭଡ଼ା ଅଧିକ ହେବ , ତ ଭଡ଼ାର ପାର୍ଥକ୍ୟ ଦେବାକୁ ହେବ।
ଏହି ସୁବିଧା କିଛି ସର୍ତ୍ତର ସହ ମିଳିବ। ଯେବେ ଘରୋଇ ଯାତ୍ରାର ଫ୍ଲାଇଟ୍ ଅତି କମ୍ରେ ୭ଦିନ ପରେ ହୋଇଥିବ। ଯେବେ ଅନ୍ତର୍ଜାତୀୟ ଯାତ୍ରାର ଫ୍ଲାଇଟ୍ ଅତି କମ୍ରେ ୧୫ ଦିନ ପରେ ହୋଇଥିବ ଏବଂ ଟିକେଟ୍ ସିଧାସଳଖ ଏୟାରଲାଇନ୍ର ୱେବସାଇଟ୍ରେ ବୁକ୍ କରାଯାଇଥିବ। ଡିଜିସିଏ ସ୍ପଷ୍ଟ କରିଛି ଯେ , ବୁକିଂର ୪୮ ଘଣ୍ଟା ପରେ ସାଧାରଣ କ୍ୟାନ୍ସେଲେସନ ଚାର୍ଜ ଲାଗୁ ହେବ। ନୂଆ ନିୟମ ୨୬ ମାର୍ଚ୍ଚ ୨୦୨୬ରୁ ଜାରି ହେବ।
ନୂଆ ନିୟମାନୁସାରେ , ଯଦି ଯାତ୍ରୀ ଟିକେଟ୍ ସିଧାସଳଖ ଏୟାରଲାଇନ୍ର ୱେବସାଇଟ କିଣି ଥାନ୍ତି ଏବଂ ୨୪ ଘଣ୍ଟା ଭିତରେ ନାମର ଭୁଲ୍ ସୂଚନା ଦେଇ ଦିଅନ୍ତି , ତ ଏୟାରଲାଇନ୍ ସେହି ଯାତ୍ରୀଙ୍କ ନାମରେ ସୁଧାର ପାଇଁ କୌଣସି ଚାର୍ଜ ନେବା ନାହିଁ। ଯଦି ଟିକେଟ୍ ଟ୍ରାଭେଲ ଏଜେଣ୍ଟ କିମ୍ୱା ପୋର୍ଟାଲ ମାଧ୍ୟମରେ କ୍ରୟ କରାଯାଇ ଥିବା , ତ ରିଫଣ୍ଡର ଦାୟିତ୍ୱ ଏୟାରଲାଇନର ହେବ, କାରଣ ଏଜେଣ୍ଟ ଏହାର ପ୍ରତିନିଧି ହୋଇଥାନ୍ତି । ଏୟାରଲାଇକୁ ୧୪ ଟି କାର୍ଯ୍ୟଦିବସ ଭିତରେ ରିଫଣ୍ଡ ପୂରା କରିବାକୁ ହେବ।
କ୍ରେଡିଟ୍ କାର୍ଡ ଦ୍ୱାରା ପେମେଣ୍ଟରେ ୭ଦିନ ଭିତରେ ରିଫଣ୍ଡ କରିବାକୁ ହେବ। ଏୟାରଲାଇନ ଅଫିସରେ ନଗଦ ପେମେଣ୍ଟର ତୁରନ୍ତ ରିଫଣ୍ଡ ଦେବାକୁ ହେବ। ଡିଜିସିଏ କହିଛି ଯେ, କ୍ୟାନ୍ସେଲେସନ କିମ୍ୱା ନୋ-ଶୋ’ର ସ୍ଥିତିରେ ଏୟାରଲାଇନକୁ ସବୁ ସରକାରୀ ଟ୍ୟାକ୍ସ ଓ ଯାତ୍ରୀଙ୍କ ସହ ଜଡ଼ିତ ମୂଳ ଭଡ଼ା ଫେରସ୍ତ ଯୋଗ୍ୟ ନ ଥିଲେ ମଧ୍ୟ ଯାତ୍ରୀ-ସମ୍ବନ୍ଧୀୟ ଶୁଳ୍କ ଫେରସ୍ତ କରାଯିବ।