ପ୍ରମୂଖ ଖବର
  • ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ, ଯୁବକଙ୍କୁ ପଥରରେ ଛେଚି ମାରିଦେଲେ ବାଇକ୍ ଚୋର
  • ||
  • ଦିଲ୍ଲୀରେ ପୁଣି ୨୦ ଅଧିକ ବୋମା ଧମକ,ଆସିଥିଲା ଧମକପୂର୍ଣ୍ଣ ମେଲ୍, ପୁଲିସର ତଦାଘନା
  • ||
  • ଭୂକମ୍ପ ଝଟକାରେ ଥରିଲା ଚିଲି, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ଼
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ଆଜି ବାଲେଶ୍ୱରରେ ଉଚ୍ଚଶିକ୍ଷା ବିଭାଗ କମିଟିର ତଦନ୍ତ, ଉପସ୍ଥିତ ରହିବେ ଆଇସିସିର ସମସ୍ତ ସଦସ୍ୟ
  • ||
  • TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ କଲା ଦାୟୀ
  • ||
  • ୨୧ ଯାଏ ଅଧିକ ବର୍ଷା ସମ୍ଭାବନା, ଆଜି ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ
  • ||

ଦୂଷିତ ପାଣି ପିଉଛନ୍ତି ଧଅଁରାଭଟା ଗ୍ରାମବାସୀ

Published By : Suraj Kumar | June 22, 2025 10:09 PM

ଭବାନୀପାଟଣା/ବିଶ୍ଵନାଥପୁର,୨୨।୬: ସରକାର ଜଳ ଜୀବନ ମିଶନରେ ' ହର ଘର ଜଳ" ସ୍ଲୋଗାନ ଦେଇଛନ୍ତି। ପ୍ରତ୍ୟେକ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ନିମନ୍ତେ ରାଜ୍ୟ ଓ କେନ୍ଦ୍ର ସରକାର କୋଟି କୋଟି ଟଙ୍କା ମଞ୍ଜୁର କରୁଛନ୍ତି। ନିରନ୍ତର ଯୋଜନାକୁ ସଫଳ କରିବାକୁ ପ୍ରୟାସ ଜାରି ରହିଛି। ହେଲେ ପ୍ରଶାସନର ଅପାରଗତା ସାଙ୍ଗକୁ ନିର୍ବାଚିତ ପ୍ରତିନିଧିଙ୍କ ଇଚ୍ଛାଶକ୍ତିର ଅଭାବ ଯୋଗୁଁ ସବୁ ଯୋଜନା ବାଟବଣା ହୋଇଯାଉଛି। ଫଳରେ ବିଶୁଦ୍ଧ ପାନୀୟ ଜଳର କୌଣସି ବ୍ୟବସ୍ଥା ନଥିବାରୁ ପଂକୁଆ ଦୂଷିତ ଜଳ ପିଇବାକୁ ବାଧ୍ୟ ହେଉଥିବା  ଜଳକ୍ଳିଷ୍ଟ ଗାଁ ହେଉଛି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଳକ ଅନ୍ତର୍ଗତ ବେନ୍ ଗାଆଁ ପଞ୍ଚାୟତ ଅଧିନ ଧଅଁରାଭଟା ।

ଧଅଁରାଭଟା ଗାଁକୁ ଲାଞ୍ଜିଗଡ ବ୍ଲକ କାର୍ଯ୍ୟାଳୟ ଠାରୁ ୩୫ କିମି ଦୂର ପଡ଼ୁଥିବା ବେଳେ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ମାତ୍ର ୪ କିମି ଘାଟି ରାସ୍ତା। ଗାଁରେ ଆଦିମ ଜନଜାତି ସମ୍ପ୍ରଦାୟର ୨୫ ପରିବାର ରହୁଛନ୍ତି। ଗାଁ ବସତି ହୋଇ ଶହେରୁ ଅଧିକ ବର୍ଷ ବିତି ଯାଇଥିଲେ ମଧ୍ୟ ଗ୍ରାମବାସୀଙ୍କ ପାଇଁ ବିଶୁଦ୍ଧ ପାଣି ସାତ ସପନ ପାଲଟିଛି । ଦୀର୍ଘ ବର୍ଷ ଧରି ଏହି ଉପାନ୍ତ ଗ୍ରାମବାସୀ ଗାଁରୁ ପ୍ରାୟ ଅଧ କିଲୋମିଟର ଦୂର ଏକ ନାଲରେ ଖୋଲାମେଲା ପଥର ବନ୍ଧା କୂଆଁର ଦୂଷିତ ଜଳକୁ ପାନୀୟ ଜଳ ରୂପେ ବ୍ୟବହାର କରିଆସୁଛନ୍ତି । ବିଭିନ୍ନ ସମୟରେ ଦୂଷିତ ପାଣିର ପ୍ରଭାବରେ ଅନେକ ରୋଗରେ ଆକ୍ରାନ୍ତ ହେଉଥିବା ଗ୍ରାମବାସୀ କହିଛନ୍ତି । କେବଳ ସେତିକି ନୁହେଁ ଗାଁରୁ ପ୍ରାୟ ଦୁଇ କିଲୋମିଟର ଦୁରରେ ଥିବା ଏକ ପରିତ୍ୟକ୍ତ ବନ୍ଧ ପାଣିରେ ଲୁଗା ସଫା, ସ୍ନାନ ଓ ଶୌଚ଼ ଭାବେ ବ୍ୟବହାର କରି ଆସୁଛନ୍ତି।

 ବେନ ଗାଆଁ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ  ଯାଇଥିବା ଘାଟି ପାର ହେଲେ ପାର୍ଶ୍ଵରେ ରହିଛି ଏହି ଗାଁ। ରାଜନୈତିକ ନେତୃବର୍ଗଙ୍କ ଆନ୍ତରିକତାର ଅଭାବ, ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ (ଆରଡବ୍ଲ୍ୟୁଏସ୍‌ଏସ୍‌) ବିଭାଗୀୟ ଅଧିକାରୀଙ୍କ ଖାମଖିଆଲି ମନୋଭାବ ଯୋଗୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଦୁର୍ଗମ ଓ ଏକ ଘାଟି ଉପରେ ଅବସ୍ଥିତ ଏହି ଗ୍ରାମର ପାଖାପାଖି ଦେଢ଼ଶହରୁ ଉର୍ଦ୍ଧ୍ବ ଲୋକ ଶୁଦ୍ଧ ପାନୀୟ ଜଳ ପାଇଁ ଡହଳବିକଳ ହେଉଛନ୍ତି। ଏନେଇ ଗ୍ରାମବାସୀ ବହୁବାର ବିଭାଗୀୟ ଅଧିକାରୀ ଓ ଲୋକ ପ୍ରତିନିଧିମାନଙ୍କୁ ଦୃଷ୍ଟି ଆକର୍ଷଣ କରି ଆସୁଥିଲେ ହେଁ କିଛି ସୁଫଳ ମିଳି ପାରିନାହିଁ। ଲାଞ୍ଜିଗଡ ବ୍ଲକ୍ ପ୍ରଶାସନକୁ ବାରମ୍ଵାର ଅନୁରୋଧ ପରେ କିଛି ମାସ ତଳେ ନଳ କୂପ ଖନନ ପାଇଁ ଏକ ଟିମ୍ ଗାଁରେ ପହଞ୍ଚିଥିଲେ। ତେବେ ପାହାଡି ଅଞ୍ଚଳ ଓ ଉଚ୍ଚ ଘାଟି ନିକଟରେ ଥିବାରୁ ଗ୍ରାମବାସୀ ଯେଉଁଠି ନଳକୂପ ଖୋଲିଲେ ପାଣି ବାହାରିବ ତାହା ଚିହ୍ନଟ କରିଥିଲେ। ଗାଡ଼ି ଯିବା ପାଇଁ ନିଜେ ଶ୍ରମଦାନ କରି ରାସ୍ତା କଲେ। ମାତ୍ର ଉକ୍ତ ସ୍ଥାନକୁ ଯାଇ ହେବ ନାହିଁ କହି ଘାଟି ଉପରେ ହିଁ ସୁବିଧା ସ୍ଥାନରେ ନଳ କୂପ ଖୋଲିବାକୁ ପ୍ରୟାସ କରି ଫେଲ ମାରିବାରୁ ଫେରି ଆସିଥିଲେ ବ୍ଲକ୍ ଟିମ୍। 

ଫଳରେ ଗ୍ରାମବାସୀଙ୍କ ଯେଉଁ ଦୁଃଖକୁ ସେହି ଦୁଃଖ। ଜଳଯୋଗାଣ ପ୍ରକଳ୍ପ ପାଣି ଏହି ଗ୍ରାମକୁ ପହଞ୍ଚିବାର ସମ୍ଭାବନା ନାହିଁ। ତେଣୁ ତୁରନ୍ତ ଏହି ଗ୍ରାମ ପାଇଁ ବିକଳ୍ପ ବ୍ୟବସ୍ଥା ଗ୍ରହଣ ନ କଲେ ଖୋଲା କୂପର ଦୂଷିତ ପାଣି ପିଇ ଲୋକେ ବିଭିନ୍ନ ଜଳବାହିତ ରୋଗର ଶିକାର ହେବେ ବୋଲି ଧଅଁରାଭଟା ଗ୍ରାମବାସୀ ଜାନୀ ମାଝୀ, ଲାଖଚା ମାଝୀ, ଶିବ ମାଝୀ, ସୀତାରା ମାଝୀ, କୁମାରା ମାଝୀ, ବୁଲୁ ମାଝୀ, ଲାଞ୍ଜି ମାଝୀ, କମଳି ମାଝୀ, ବେଡି ମାଝୀ, ଘାସନୀ ମାଝୀ, ସୀତା ମାଝୀ, ଛାପୁରୀ ମାଝୀ  କହୖଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.