ନୂଆଦିଲ୍ଲୀ –ଭାରତରେ ନିଜର ପ୍ରଥମ ପବ୍ଲିକ୍ ଭାଷଣରେ ମହମ୍ମଦ ୟୁନୁସ ସରକାରର ପୋଲ୍ ଖୋଲିଥିବା ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଉପରେ ଢାକା ଫିଡ଼ିକି ଯାଇଛି। ଶେଖ ହସିନାଙ୍କ ଠାରୁ ସତ ଶୁଣିବା ପରେ ବାଂଲାଦେଶ ଶନିବାର କହିଛି, ସେ ଆଶ୍ଚର୍ଯ୍ୟ ଓ ଚିନ୍ତିତ। ଏହା ବାଂଲାଦେଶର ଲୋକ ଓ ସରକାରଙ୍କର ଅପମାନ। ୭୮ ବର୍ଷିୟ ଶେଖ୍ ହସିନା ଅଗଷ୍ଟ ୨୦୨୪ରେ ଷ୍ଟୁଡେଣ୍ଟଙ୍କ ନେତୃତ୍ୱର ବିଦ୍ରୋହ ପରେ ପଡୋଶୀ ଦେଶ ଭାରତ ଚାଲି ଆସିଥିଲେ, ଯିଏକି ତାଙ୍କର ୧୫ ବର୍ଷର କଡ଼ା ଶାସନକୁ ପୂର୍ଣ୍ଣଚ୍ଛେଦ ପକାଇ ଥିଲେ। ସେ ସେବେ ଠାରୁ ନିଜର ପ୍ରଥମ ସାର୍ବଜନିକ ଭାଷଣ ଶୁକ୍ରବାର ଦିଲ୍ଲାର ଏକ ପୂର୍ଣ୍ଣ ପ୍ରେସ୍ କ୍ଲବ୍ରେ ଅଡିଓ ସମ୍ୱୋଧନ ମାଧ୍ୟମରେ ଦେଇ ଥିଲେ।
ଏହାସହ ମଧ୍ୟ ପଢନ୍ତୁ : ଦିଲ୍ଲୀରୁ ମହମ୍ମଦ ୟୁନୁସଙ୍କୁ ଚେତାବନୀ ଦେଲେ ଶେଖ ହସିନା, କହିଲେ ଫାସିବାଦୀ ହତ୍ୟାକାରୀ …
ଉକ୍ତ ଭାଷଣରେ ବାଂଲାଦେଶର ବୈଦେଶିକ ମନ୍ତ୍ରଣାଳୟ ପ୍ରତିକ୍ରିୟା ଦେଇଛି।ଢାକାର ବୈଦେଶିକ ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି- ବାଂଲାଦେଶର ସରକାର ଓ ଲୋକେ ଆଶ୍ଚର୍ଯ୍ୟ ଓ ଚିନ୍ତିତ। ଏହା ପୂର୍ବରୁ କହିଥିଲା – ଭାରତୀୟ ରାଜଧାନୀରେ ଏହି କାର୍ଯ୍ୟକ୍ରମ କରିବା ଓ ଲୋକ ହତ୍ୟାକାରୀ ହସିନାଙ୍କୁ ଖୋଲାଖୋଲି ଘୃଣା ପୂର୍ଣ୍ଣ ଭାଷଣ ଦେବା ...ବାଂଲାଦେଶର ଲୋକ ଓ ସରକାରର ସ୍ପଷ୍ଟ ଅପମାନ। କୁହାଯାଇ ଥିଲା – ହସିନାଙ୍କୁ ଭାଷଣା ଦେବାର ଅନୁମତି ଦେବା ଏକ ବିପଜ୍ଜନକ ଉଦାହରଣ ସୃଷ୍ଟି କରିବା ,ଯାହା ଦ୍ୱିପାକ୍ଷୀୟ ସମ୍ୱନ୍ଧକୁ ଗୁରୁତର ଭାବେ କ୍ଷତି ପହଞ୍ଚାଇ ପାରେ।
ଶେଖ ହସିନା ଗତ ଶୁକ୍ରବାର ଦେଶର ଜନତାଙ୍କୁ ମହମ୍ମଦ ୟୁନିସଙ୍କ ନେତୃତ୍ୱର ସରକାରକୁ ଓପାଡ଼ି ଫୋପାଡ଼ି ଦେବାକୁ ଆହ୍ୱାନ କରିଥିଲେ ଏବଂ କହି ଥିଲେ ସେ କ୍ଷମତାରେ ରହିବା ଯାଏ ସ୍ୱାଧୀନ ଓ ନିରପେକ୍ଷ ନିର୍ବାଚନ ସମ୍ଭବ ହେବ ନାହିଁ।