ପ୍ରମୂଖ ଖବର
  • ଦିଲ୍ଲୀ ଏମ୍ସରେ ଆଖି ବୁଜିଲେ ବଳଙ୍ଗା ପୀଡ଼ିତା
  • ||
  • ଅବସର ପରେ କରିପାରିବେ ଶିକ୍ଷକତା, ୬୩୮୭ ଅବସରପ୍ରାପ୍ତ ଶିକ୍ଷକ ହେବେ ଅତିଥି ଶିକ୍ଷକ
  • ||
  • ରାଜ୍ୟସ୍ତରୀୟ ପିଏମ କିଷାନ ସମ୍ମାନ ନିଧି, ଓଡ଼ିଶାର ପ୍ରାୟ ୩୫ ଲକ୍ଷ କୃଷକଙ୍କୁ ମିଳିଲା ୬୯୭ କୋଟି ଟଙ୍କା ସହାୟତା
  • ||
  • ମୟୂରଭଞ୍ଜ : ସାପ କାମୁଡାରେ ଚାଲିଗଲା ୨ ମହିଳାଙ୍କ ଜୀବନ
  • ||
  • ଅନ୍ନଦାତାଙ୍କୁ ପିଏମ୍ କିଷାନ ଟଙ୍କା, ୯ କୋଟି ୭୧ ଲକ୍ଷରୁ ଅଧିକ ଚାଷୀଙ୍କ ଖାତାକୁ ଗଲା ୨୦ତମ କିସ୍ତି
  • ||
  • ଅପରେସନ୍ ଅଖଲ; କୁଲଗାମରେ ଏନକାଉଣ୍ଟର, ଆତଙ୍କୀ ନିପାତ
  • ||
  • କରଞ୍ଜିଆ: ବିଲ ମଝିରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଆତ୍ମାହୁତି ଉଦ୍ୟମ; ମହିଳା ମୃତ, ପୁରୁଷ ଗୁରୁତର
  • ||
  • ଅପରେସନ୍ ଅଖଲ, ଜମ୍ମୁ କାଶ୍ମୀର କୁଲଗାମରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟର, ଜଣେ ଆତଙ୍କୀ ନିପାତ
  • ||
  • ଢେଙ୍କାନାଳ : ଚାଷୀଙ୍କୁ ଦଳିଦେଲା ଦନ୍ତା, ମୁଣ୍ଡରୁ ଅଲଗା ହେଲା ଗଣ୍ଡି
  • ||
  • ବିଜେଡି ନେତା ରାଜା ଚକ୍ରଙ୍କୁ ୧୫ ଦିନ ଜାମିନ୍‌, ଶଶୁରଙ୍କ ଦଶାହ କର୍ମରେ ଯୋଗ ଦେବାକୁ ମିଳିଛି ଅନ୍ତରୀଣ ବେଲ୍
  • ||
  • ବ୍ରହ୍ମପୁର: ପୁଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ସୁନୀଲ ଆହତ, ବାମ ଗୋଡ଼ରେ ବାଜିଛି ଗୁଳି
  • ||
  • ରାଜନୀତି ଛାଡ଼ିବାକୁ ଘୋଷଣା କଲେ କମଲା ହାରିସ୍‌, କହିଲେ 'ଆମ ବ୍ୟବସ୍ଥା ଭାଙ୍ଗି ସାରିଛି...'
  • ||
  • ଆଭ୍ୟନ୍ତରୀଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା, ୨୦ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି
  • ||

ଧଳପୁର ବଜାରରେ ସନ୍ଧ୍ୟା ହେଲେ ଜମୁଛି ମଦୁଆଙ୍କ ଆଡ୍ଡା : ଅବକାରୀ ବିଭାଗ ନିରବ

Published By : Gurupada Nath | August 2, 2025 6:00 PM

ହରଭଙ୍ଗା,୨/୮ :  ବୌଦ୍ଧ ଜିଲ୍ଲାର ଏକ ଜନଗହଳିପୂର୍ଣ୍ଣ ରାସ୍ତା ହେଉଛି ପୁରୁଣାକଟକଠାରୁ ଆଠମଲିକ । ଏହି ସଡ଼କଟି ଧଳପୁର ମହାନଦୀ ସେତୁ ହେବା ଦିନଠାରୁ ସବୁ ଦିନ ଗହଳି ପୂର୍ଣ୍ଣ ଦେଖିବାକୁ ମିଳିଥାଏ । କିନ୍ତୁ ଧଳପୁର ବଜାରରେ ପ୍ରତିଦିନ ସଂଧ୍ୟା ବେଳେ ଦେଖା ଦେଉଛି ଏକ ଭିନ୍ନ ଦୃଶ୍ୟ । ମଦୁଆ ଲୋକମାନେ ଖୁଲମଖୁଲା ବସି ଆଡ଼ା ଜମେଇ ମଦ୍ୟପାନ କରୁଛନ୍ତି । ଏହା ସେମାନଙ୍କ ପାଇଁ ଏକ ଆମୋଦର ଅଞ୍ଚଳ ହୋଇପଡ଼ିଛି । କିନ୍ତୁ ସ୍ଥାନୀୟ ବାସିନ୍ଦା ଓ ବ୍ୟବସାୟୀମାନଙ୍କ ପାଇଁ ଏହା ଅସୁବିଧାଜନକ ଓ ଭୟଭୀତ ହେଉଥିବା ଦେଖିବାକୁ ମିଳିଛି ।

ମଦ ବିକ୍ରି ଓ ମଦ ପିଇବା ସବୁ କିଛି ଖୁଲମ ଖୋଲାରେ ଚାଲୁଛି । ତଥାପି ଅବକାରୀ ବିଭାଗ ଓ ପୁଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ନ ଥିବାରୁ ଜନସାଧାରଣଙ୍କ ମନରେ ଅସନ୍ତୋଷ ଦେଖା ଦେଉଛି । ଏହା ଏକ ଅସୁସ୍ଥ ଓ ଅସୁରକ୍ଷିତ ପରିବେଶ ତିଆରି କରୁଛି । ଧଳପୁର ବଜାରରେ ମଦୁଆଙ୍କ ଆଡ୍ଡା ଓ ଅବକାରୀ ବିଭାଗର ନିରବତା ନେଇ ନିକଟସ୍ଥ କଲେଜ ଓ ଶିକ୍ଷାନୁଷ୍ଠାନମାନଙ୍କରେ ପ୍ରଭାବ ପଡୁଥିବା ସାଧାରଣରେ ଚର୍ଚ୍ଚା ହେଉଛି । ଧଳପୁର ବଜାରଟି ସଂଧ୍ୟା ପରେ ଆଉ ବ୍ୟସ୍ତ ବଜାରର ରୂପ ନୁହେଁ ବରଂ ମଦୁଆଙ୍କ ଆଡ୍ଡାର ଘର ବନିଯାଇଛି । ଅବକାରୀ ବିଭାଗ ଓ ଥାନା ପକ୍ଷରୁ  ନିରବତା ଯୋଗୁଁ ଏହା ବ୍ୟାପକ ରୂପ ଧାରଣ କରିଛି । ଏହି ବଜାରର ନିକଟରେ ଅଛି କଲେଜ ଓ ହାଇସ୍କୁଲ ଯେଉଁଠି ଶତାଧିକ ଛାତ୍ରଛାତ୍ରୀ ପଢ଼ୁଛନ୍ତି।

ବଜାର ଓ କଲେଜ ମଧ୍ୟରେ ଅତ୍ୟନ୍ତ ଅଳ୍ପ ଦୂରତା ଥିବା ସତ୍ତ୍ୱେ ମଦ ଖୋଲାମେଲାରେ ବିକ୍ରି ଓ ସେବନ ହେଉଛି । ଏହାର ପ୍ରଭାବ କଲେଜର ଶିକ୍ଷା ପରିବେଶ ଉପରେ ପଡ଼ୁଥିବା ଚର୍ଚ୍ଚା ହେଉଛି । ଛାତ୍ରଛାତ୍ରୀଙ୍କ କହିବା ଅନୁସାରେ ମଦୁଆମାନେ ମଦ ପିଇ ଅସଭ୍ୟ ଭାଷାରେ ଗାଳି ଗୁଲଜ କରୁଛନ୍ତି । ଆମେ କଲେଜରୁ ଘରକୁ ଯିବା ସମୟରେ ଭୟ ଅନୁଭବ କରୁଛୁ । ମାନସିକ ଚାପ ବଢ଼ି ଯାଉଛି । ମଦ ପିଇ ଲୋକମାନେ ରାସ୍ତା ଓ ବଜାର ମଧ୍ୟରେ ବିକୃତ ବ୍ୟବହାର କରନ୍ତି । ଏହି ପରିବେଶରେ କିପରି ଶିକ୍ଷା ହେବ ? ବୋଲି ପ୍ରଶ୍ନ ଉଠାଇଛନ୍ତି। କଲେଜ ଅଧ୍ୟାପକମାନେ କହିଛନ୍ତି, ଏହି ଅବସ୍ଥା ଯଦି ଚାଲେ ତେବେ ଅଭିଭାବକମାନେ ମଧ୍ୟ ତାଙ୍କ ଛୁଆମାନଙ୍କୁ ଏଠାରେ ପଢ଼ିବାକୁ ପଠାଇବେ ନାହିଁ । ଏହା ଶିକ୍ଷା ବ୍ୟବସ୍ଥା ପାଇଁ ଗଭୀର ସଙ୍କେତ । ଯଦି ଏହି ବଜାର ଏଭଳି ରହିବ ତେବେ ଆସନ୍ତା ଦିନରେ ଯୁବପିଢୀଙ୍କ ଭବିଷ୍ୟତ ଅନ୍ଧକାର କୁ ଚାଲିଯିବ। ତା’ପୂର୍ବରୁ ପ୍ରଶାସନ ପକ୍ଷରୁ ଭୟଙ୍କର ଓ କଠୋର କାର୍ଯ୍ୟାନୁଷ୍ଠାନ ଆବଶ୍ୟକ ବୋଲି ସ୍ଥାନୀୟ ନାଗରିକ, ଅଭିଭାବକ ଓ ଶିକ୍ଷାପ୍ରେମୀ ଲୋକମାନେ କହୁଛନ୍ତି । ଏହି ବଜାର ଅଞ୍ଚଳରେ ମଦ ବିକ୍ରି ଓ ସେବନ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରୁଛନ୍ତି । ଅବକାରୀ ବିଭାଗ, ପୁଲିସ ବିଭାଗ ଓ ସ୍ଥାନୀୟ ପ୍ରଶାସନ ଯଦି ତୁରନ୍ତ ପଦକ୍ଷେପ ନ ନେବେ ତେବେ ଶିକ୍ଷା ଓ ସମାଜ ଉପରେ ଏହାର ନକାରାତ୍ମକ ପ୍ରଭାବ ପଡ଼ିବ ବୋଲି ମତ ପ୍ରକାଶ କରିଛନ୍ତି ।

ସୂଚନା ଅନୁସାରେ, ଏହି ମଦ ବିକ୍ରି ଗୁପ୍ତ ଭାବେ ହେଉଛି । ଯାହାର ଫାଇଦା କିଛି ଅସାଧୁ ବ୍ୟକ୍ତି ନେଉଛନ୍ତି । ଏ ବିଷୟରେ ଅବକାରୀ ବିଭାଗ କିମ୍ବା ପୁଲିସ ଏକ ଅଭିଯାନ ଚଲାଇ ଦୃଢ଼ ପଦକ୍ଷେପ ନିଅନ୍ତୁ ବୋଲି ସ୍ଥାନୀୟ ଲୋକମାନେ ଆଶା କରୁଛନ୍ତି ।

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.