ମୁମ୍ବାଇ,୨୪/୧୧: ଆଖି ବୁଜିଲେ ବଲିଉଡର ଭେଟେରାନ ଧର୍ମେନ୍ଦ୍ର ଦେଓ୍ବଲ । ୮୯ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି । ମୁମ୍ବାଇ ସ୍ଥିତ ବାସଭବନରେ ଦେହାନ୍ତ ହୋଇଥିବା ଜଣାପଡ଼ିଛି । ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିଲେ । ଗତ ୧୨ ତାରିଖରେ ମୁମ୍ବାଇର ବ୍ରିଜ୍ କ୍ୟାଣ୍ଡି ହସ୍ପିଟାଲରୁ ସୁସ୍ଥ ହୋଇ ଫେରିଥିଲେ । ତେବେ ଧର୍ମେନ୍ଦ୍ରଙ୍କ ଆଜି ଦେହାନ୍ତ ହୋଇଥିବା ସୂଚନା ରହିଛି ।
ବଲିଉଡରେ ଧର୍ମେନ୍ଦ୍ର ଦେଓ୍ବଲ ୬ ଦଶନ୍ଧିର ଫିଲ୍ମ କ୍ୟାରିଅର । ୩ ଶହରୁ ଊର୍ଦ୍ଧ୍ବ ସିନେମାରେ ସେ ଅଭିନୟ କରି ନିଜ ଅଭିନୟର ଯାଦୁରେ ଦର୍ଶକଙ୍କୁ ବାନ୍ଧି ରଖିଥିଲେ । ହିନ୍ଦୀ ସିନେମାର ହି-ମ୍ୟାନ୍ ଭାବେ ପରିଚିତ ଥିଲେ । ସୋଲେ, ଚୁପ୍କେ ଚୁପ୍କେ, ସତ୍ୟକାମ, ଗୁଲାମୀ ଭଳି ଫିଲ୍ମରେ ଅଭିନୟ କରିଥିଲେ । ହକିକତ, ହୁକୁମତ, ଆଗ୍ ହି ଆଗ୍, ଜନି ଗଦ୍ଦାର ଆଦି ଲୋକପ୍ରିୟ ଫିଲ୍ମରେ ନିଜର ଛାପ ଛାଡ଼ିଛନ୍ତି । ବେତାବ୍ ଓ ଘାୟଲ ଭଲି ଲୋକପ୍ରିୟ ଫିଲ୍ମର ଧର୍ମେନ୍ଦ୍ର ପ୍ରଯୋଜକ ଥିଲେ। ସୋଲେ ଫିଲ୍ମରେ ବାସନ୍ତି ଡାଇଲଗ୍ ଖୁବ୍ ଲୋକପ୍ରିୟ ହୋଇଥିଲା