ପ୍ରମୂଖ ଖବର
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି,ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା, ଦକ୍ଷିଣ ଓଡ଼ିଶାରେ ବର୍ଷିବ
  • ||
  • ଭବାନୀପାଟଣା, ସ୍ୱାମୀର ପରକୀୟା ପ୍ରୀତି ଯୋଗୁଁ ସ୍ତ୍ରୀଙ୍କ ଆତ୍ମହତ୍ୟା, ସୁଇସାଇଡ୍‌ ନୋଟ୍‌ ଦୁଇ ଜଣଙ୍କ ନାମ
  • ||
  • ଏଫ୍ଏମ୍‌ ଛାତ୍ରୀ ଆତ୍ମାହୁତି ଘଟଣାର ତଦନ୍ତ ପାଇଁ ପହଞ୍ଚଲେ କ୍ରାଇମବ୍ରାଞ୍ଚ ଡିଜି, ଭାରପ୍ରାପ୍ତ ଅଧ୍ୟକ୍ଷଙ୍କୁ ଘଟଣାର ବିଭିନ୍ନ ଦିଗ ସମ୍ପର୍କରେ ପଚାରି ବୁଝିଥିଲେ
  • ||
  • ଏୟାର ଲିଫ୍ଟ ହେଲେ ବଳଙ୍ଗା ପୀଡିତା, ଉନ୍ନତ ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର
  • ||
  • ବଳଙ୍ଗା ନାବାଳିକା ପୋଡ଼ି ଘଟଣା : ପୀଡିତାଙ୍କ ପିଉସୀଙ୍କୁ ଉଠାଇନେଲା ପୋଲିସ
  • ||
  • ପଦ୍ମନାଭପୁର ଟୋଲଗେଟରେ ଭାରସାମ୍ୟ ହରାଇ ବୁଥ ଉପରକୁ ମାଡିଗଲା ଦ୍ରୁତଗାମୀ କାର, ଚାଳକ ଗୁରୁତର
  • ||
  • AIIMSରେ ଚିକିତ୍ସାଧୀନ ବଳଙ୍ଗା ପୀଡ଼ିତାଙ୍କ ହେବ ଏୟାରଲିଫ୍ଟ, ସୂଚନା ଦେଲେ ପୀଡ଼ିତାଙ୍କ ସମ୍ପର୍କୀୟ ଭାଇ
  • ||
  • ଭୂମିକମ୍ପ ଝଟ୍‌କାରେ ଥରିଲା ଇରାନ୍, ତାଜିକିସ୍ତାନ, ରିକ୍ଟର ସ୍କେଲ୍‌ରେ ତୀବ୍ରତା ୫.୬ ରେକର୍ଡ, ଆସାମର ନାଗାୱରେ ବି ଭୂକମ୍ପ ଅନୁଭୂତ
  • ||
  • ଶରଣକୂଳ ଥାନା ଦରପଦା ନିକଟରେ ବୋଲବମ୍ ଅଟୋକୁ ଧକ୍କା ଦେଲେ ପିକ୍ଅପ୍ ଭ୍ୟାନ୍, ଯବତୀ ମୃତ, ୭ ଗୁରୁତର
  • ||
  • ସୋମବାରଠୁ ସଂସଦର ମୌସୁମୀ ଅଧିବେଶନ,ଆଜି ନୂଆଦିଲ୍ଲୀରେ ବସିବ ସର୍ବଦଳୀୟ ବୈଠକ, ଆସିପାରେ ୮ଟି ବିଲ୍
  • ||
  • ସୋସିଆଲ ମଡିଆରେ ହାତଲେଖା ପ୍ରଶ୍ନପତ୍ର ଭାଇରାଲ, ଆଜି ହେବାକୁ ସ୍ପେସାଲ୍‌ ଓଟିଇଟି-୨୦୨୫ ବାତିଲ
  • ||

ଏଟିଏମ୍ ଲୁଟି ସାରି ଛପେଇଦେଲେ ଚିହ୍ନ, ସିସିଟିଭି କ୍ୟାମେରା ଭାଙ୍ଗିନେଇ ନିଆଁ ଲଗାଇଦେଲେ ଦୁର୍ବୃତ୍ତ

Published By : Rasmita Pradhan | January 9, 2025 12:48 PM

ଢେଙ୍କାନାଳ, ୦୯/୦୧ : ଢେଙ୍କାନାଳ ସଦର ଥାନା ପଞ୍ଚୁବଟି ସ୍ଥିତ ଏସବିଆଇ ଏଟିଏମ୍‌ରୁ ଲୁଟ୍। ଲକ୍ଷାଧିକ ଟଙ୍କା ଲୁଟି ନେବା ପରେ ସିସିଟିଭି କ୍ୟାମେରା ଓ ହାର୍ଡଡିସ୍କ ଭାଙ୍ଗି ନେଇଗଲେ ଦୁର୍ବୃତ୍ତ। ଚିହ୍ନ ଛପେଇବାକୁ ଏଟିଏମ୍‌ରେ ଲଗାଇଦେଲେ ନିଆଁ। ଦୁର୍ବୃତ୍ତଙ୍କୁ ପିଛା କରି କାର୍ ସହ ୨ ଜଣଙ୍କୁ କାବୁ କଲା ପୋଲିସ। ମାତ୍ର ଲୁଟ୍‌ ଟଙ୍କାକୁ ଅନ୍ୟ କାର୍‌ରେ ଧରି ଛୁ ମାରିଲେ ଆଉ କିଛି ଦୁର୍ବୃତ୍ତ। 

ସୂଚନାନୁଯାୟୀ, ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ପଞ୍ଚୁବଟି ନିକଟ ୫୫ ନଂ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ଏସବିଆଇ ଏଟିଏମ୍‌ରୁ ଲୁଟ୍ ହୋଇଛି। ବୁଧବାର ରାତି ବିଳମ୍ବିତ ପ୍ରହରରେ କିଛି ଦୁର୍ବୃତ୍ତମାନେ ଏଟିଏମ୍‌କୁ ତାଡି ଟଙ୍କା ସବୁ ନେଇଯାଇଛନ୍ତି। ପରେ ଏଟିଏମ୍ ର ସିସିକ୍ୟାମେରା, ହାର୍ଡ ଡିସ୍କକୁ ଭାଙ୍ଗି ନେଇ ଏଟିଏମ୍‌ରେ ନିଆଁ ଲଗାଇ ପୋଡି ଦେଇଛନ୍ତି। ଖବର ପାଇ ପୋଲିସ ଅଭିଯୁକ୍ତଙ୍କୁ ପିଛା କରିଥିଲା। ମୋଟଙ୍ଗା ପୁଲିସ ଜଗି ରହିଥିବା ଦୁର୍ବୃତ୍ତମାନେ କାର୍ ଛାଡି ଦୌଡ଼ି ମେରାମୁଣ୍ଡଳୀ କେନାଲ ରାସ୍ତାରେ ଖସି ପଳାଉ ଥିଲେ। ଏତିକି ବେଳେ ପୋଲିସ କାର୍ ସହ ୨ ଜଣଙ୍କୁ କାବୁ କରିଛି। ମାତ୍ର ଆଉ କିଛି ଦୁର୍ବୃତ୍ତ ଅନ୍ୟ ଏକ କାର୍‌ରେ ଟଙ୍କା ନେଇ ଫେରାର୍ ହୋଇଯାଇଛନ୍ତି। ସେମାନେ ସମ୍ଵଲପୁର ଆଡ଼କୁ ଯାଇଥିବାରୁ ପୋଲିସର ଏକ ଟିମ୍ ପିଛାକରି ଯାଇଛି। ସେପଟେ କାବୁ ହୋଇଥିବା ୨ ଅଭିଯୁକ୍ତଙ୍କୁ ପୋଲିସ ଅଟକ ରଖି ଛାନଭିନ୍ ଚଳାଇଛି। ତେବେ ଏଟିଏମ୍‌ରୁ ଲୁଟ୍ ହୋଇଥିବା ଟଙ୍କାର ପରିମାଣ ଜଣାପଡ଼ି ନଥିବା ବେଳେ ଗତକାଲି ସନ୍ଧ୍ୟାରେ ଟଙ୍କା ଲୋଡ୍ ହୋଇଥିବା ସୂଚନା ମିଳିଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.