ପ୍ରମୂଖ ଖବର
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଢେଙ୍କାନାଳ ଏଟିଏମ୍ ଲୁଟ୍ ଘଟଣା : ୪ ଅଭିଯୁକ୍ତ ଗିରଫ, ଲୁଟ୍ ଟଙ୍କା ଜବତ

Published By : Rasmita Pradhan | January 9, 2025 2:09 PM

ଢେଙ୍କାନାଳ, ୦୯/୦୧ : ଢେଙ୍କାନାଳ ସଦର ଥାନା ପଞ୍ଚୁବଟି ସ୍ଥିତ ଏସବିଆଇ ଏଟିଏମ୍‌ରୁ ଲୁଟ୍ ଘଟଣା। ଲୁଟ୍ ହୋଇଥିବା ଟଙ୍କା ସହ ୪ ଜଣଙ୍କୁ କାବୁ କଲା ପୋଲିସ। ବରଗଡ଼ ସୋହେଲା ବର୍ଡର ନିକଟରେ ୨ ଜଣଙ୍କୁ ପୋଲିସ କାବୁ କରିଛି। କଣ୍ଟେନରରେ ଟଙ୍କା ନେଇ ଫେରାର୍ ମାରିବା ବେଳେ ଢେଙ୍କାନାଳ ପୋଲିସ ଗୋଡାଇ ଗୋଡାଇ ଧରିଛି। ଗତକାଲି ରାତିରେ ମୋଟଙ୍ଗା ଥାନା ଅଞ୍ଚଳରୁ କାର୍ ସହିତ ୨ ଜଣଙ୍କୁ କାବୁ କରିଥିଲା ପୋଲିସ। 

ସୂଚନାନୁଯାୟୀ, ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ପଞ୍ଚୁବଟି ନିକଟ ୫୫ ନଂ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ଏସବିଆଇ ଏଟିଏମ୍‌ରୁ ଲୁଟ୍ ହୋଇଛି। ବୁଧବାର ରାତି ବିଳମ୍ବିତ ପ୍ରହରରେ କିଛି ଦୁର୍ବୃତ୍ତମାନେ ଏଟିଏମ୍‌କୁ ତାଡି ଟଙ୍କା ସବୁ ନେଇଯାଇଥିଲେ। ପରେ ଏଟିଏମ୍ ର ସିସିକ୍ୟାମେରା, ହାର୍ଡ ଡିସ୍କକୁ ଭାଙ୍ଗି ନେଇ ଏଟିଏମ୍‌ରେ ନିଆଁ ଲଗାଇ ପୋଡି ଦେଇଥିଲେ। ଖବର ପାଇ ପୋଲିସ ଅଭିଯୁକ୍ତଙ୍କୁ ପିଛା କରିଥିଲା। ମୋଟଙ୍ଗା ପୁଲିସ ଜଗି ରହିଥିବାରୁ ଦୁର୍ବୃତ୍ତମାନେ କାର୍ ଛାଡି ଦୌଡ଼ି ମେରାମୁଣ୍ଡଳୀ କେନାଲ ରାସ୍ତାରେ ଖସି ପଳାଉଥିଲେ। ଏତିକି ବେଳେ ପୋଲିସ କାର୍ ସହ ୨ ଜଣଙ୍କୁ କାବୁ କରିଥିଲା। ମାତ୍ର ଆଉ କିଛି ଦୁର୍ବୃତ୍ତ ଅନ୍ୟ ଏକ କଣ୍ଟେନରରେ ଟଙ୍କା ନେଇ ଫେରାର୍ ହୋଇଯାଇଥିଲେ। ସେମାନଙ୍କୁ ଗୋଡାଇ ଗୋଡାଇ ବରଗଡ଼ ସୋହେଲା ବର୍ଡର ନିକଟରୁ ପୋଲିସ ଲୁଟ୍ ହୋଇଥିବା ଟଙ୍କା ସହ ଆଉ ୨ ଜଣଙ୍କୁ କାବୁ କରିଛି। 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.