ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ହିନ୍ଦୁଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ରୋକିବା ପାଇଁ ରାଜରାସ୍ତାକୁ ଓହ୍ଲାଇବା ଆବଶ୍ୟକ;ବାଗେଶ୍ବର ବାବା

Published By : Anindita Ratha | November 21, 2024 9:23 AM

ନୂଆଦିଲ୍ଲୀ,୨୧/୧୧:ଆଜିଠୁ ହିନ୍ଦୁ ଏକତା ଶୋଭାଯାତ୍ରା ଆରମ୍ଭ କରିବାକୁ ଯାଉଛନ୍ତି ବାଗେଶ୍ବର ବାବା ଧୀରେନ୍ଦ୍ର କ୍ରିଷ୍ଣା ଶାସ୍ତ୍ରୀ। ଏହି ଯାତ୍ରା ବାଗେଶ୍ବର ଧାମରୁ ଆରମ୍ଭ ହୋଇ ଓରଚ୍ଛା ପର୍ଯ୍ୟନ୍ତ ଯିବ ।ଆଉ ଧୀରେନ୍ଦ୍ର ଶାସ୍ତ୍ରୀଙ୍କ ଏହି ପଦଯାତ୍ରାରେ ସାମିଲ ହେବା ପାଇଁ ହଜାର ହଜାର ସଂଖ୍ୟାରେ ଲୋକ ବାଗେଶ୍ବର ଧାମରେ ପହଞ୍ଚିଛନ୍ତି । ତେବେ ପଦଯାତ୍ରା ଆରମ୍ଭ ପୂର୍ବରୁ ଗତକାଲି ରାତିରେ ବାଗେଶ୍ବର ଧାମ ଆସିଥିବା ଲୋକଙ୍କୁ ସମ୍ବୋଧନ କରିଛନ୍ତି ଧୀରେନ୍ଦ୍ର ଶାସ୍ତ୍ରୀ । ସେ କହିଛନ୍ତି ଯେ, 'ହିନ୍ଦୁଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ରୋକିବା ପାଇଁ ରାଜରାସ୍ତାକୁ ଓହ୍ଲାଇବା ଆବଶ୍ୟକତା ରହିଛି।' 

ଧିରେନ୍ଦ୍ର ଶାସ୍ତ୍ରୀ ଶୋଭାଯାତ୍ରା ପାଇଁ ଆସିଥିବା ଭିଡକୁ ଦେଖି କହିଛନ୍ତି,ଆମ ଉପରେ ବଜରଙ୍ଗବଲିଙ୍କ କୃପା ରହିଛି। ଆଜି ଆମକୁ ହିନ୍ଦୁଙ୍କ ଉପରେ ଭରସା ବଢୁଛି।  ଯେତେବେଳେ ଦିନେ ହିନ୍ଦୁମାନେ ଧାର୍ମିକ ବିରୋଧୀଙ୍କ ବିରୁଦ୍ଧରେ ଏକ ସ୍ୱରରେ  ଯିବେ,ସେହି ଦିନ ଏହି ଦେଶରେ ହିନ୍ଦୁମାନଙ୍କ ଉପରେ ହେଉଥିବା ଅତ୍ୟାଚାର ବନ୍ଦ ହୋଇଯିବ। ” ସେ ଆହୁରି ମଧ୍ୟ କହିଛନ୍ତି ୟେ,୨୦୦୫ ପର୍ଯ୍ୟନ୍ତ ୱାକଫଙ୍କର ମାତ୍ର କିଛି ଶହ ଏକର ଜମି ଥିଲା, କିନ୍ତୁ ଆଜି  ଆଠ ଲକ୍ଷ ଏକର ଜମି ଅଛି। ତେବେ ଧିରେନ୍ଦ୍ର ଶାସ୍ତ୍ରୀ ହିନ୍ଦୁ ଏକତା ପାଇଁ ଆଜିଠୁ ପଦଯାତ୍ରା ଆରମ୍ଭ ହେବ । ଏହା ୯ ଦିନ ଧରି ଚାଲିବ ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.