ନୂଆଦିଲ୍ଲୀ,୦୩/୦୨: 'ଧୁରନ୍ଧର' ପରେ ଫ୍ୟାନ୍ସ ଏହାର ସିକ୍ୱେଲକୁ ଉତ୍ସାହର ସହ ଅପେକ୍ଷା କରିଥିଲେ । ଆଉ ଏହାରି ମଧ୍ୟରେ ନିର୍ମାତା ଫିଲ୍ମ ପାର୍ଟ ୨ର ଅଫିସିଆଲ ଟାଇଟଲ ଘୋଷଣା କରିଛନ୍ତି ।ଯାହାର ନାମ‘ଧୁରନ୍ଧର: ଦ ରିଭେଞ୍ଜ’ରହିଛି। ଏଥିସହ ଫିଲ୍ମର ଆଉ ଏକ ପୋଷ୍ଟର ପ୍ରକାଶ ପାଇଛି। ଯେଉଁଥିରେ ଫିଲ୍ମର ଟିଜର କେବେ ଆସିବ ତାହା ମଧ୍ୟ ପ୍ରକାଶ ପାଇଛି ।
ପୋଷ୍ଟରଟିକୁ ରଣବୀର ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି ଯେଉଁଥିରେ ରଣବୀର ଲାଲ ରଙ୍ଗର ରକ୍ତ ଭିଜା ପାଣିରେ ଭୟଙ୍କର ଅବତାରରରେ ନଜର ଆସିଛନ୍ତି । ପୋଷ୍ଟରର କ୍ୟାପସନ ଦେଇ ରଣବୀର ଲେଖିଛନ୍ତି: “ଅବ ବିଗଡନେ କା ୱକ୍ତ ଆ ଗୟା ହୈ। ଅର୍ଥାତ୍ ଏବେ ବିଗିଡିବାର ସମୟ ଆସଯାଇଛି । ଧୁରନ୍ଧର: ଦ ରିଭେଞ୍ଜ ଟିଜର ଆଜି ଦିନ ୧୨:୧୨ ରେ ହିନ୍ଦୀ, ତେଲୁଗୁ, ତାମିଲ, କନ୍ନଡ ଏବଂ ମାଲାୟଲମ ଭାଷାରେ ସାରା ବିଶ୍ୱରେ ମୁକ୍ତିଲାଭ କରିବ ।”
'ଧୁରନ୍ଧର' ଡିସେମ୍ବର ୫, ୨୦୨୫ରେ ମୁକ୍ତିଲାଭ କରିଥିଲା ଏବଂ ସାରା ବିଶ୍ୱରେ ୧୩୦୦ କୋଟିରୁ ଅଧିକ ଆୟ କରିଛି ଫିଲ୍ମ । ଫିଲ୍ମଟି ଘରୋଇ ବକ୍ସ ଅଫିସରେ ପ୍ରାୟ ୯୦୦ କୋଟି ଟଙ୍କା ଆୟ କରିଛି । ଆଦିତ୍ୟ ଧରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ରଣବୀର ସିଂ, ସାରା ଅର୍ଜୁନ, ଅର୍ଜୁନ ରାମପାଲ, ଆର. ମାଧବନ, ଅକ୍ଷୟ ଖାନ, ସଞ୍ଜୟ ଦତ୍ତ ଏବଂ ରାକେଶ ବେଦୀ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି। ଧୁରନ୍ଧର ଏହି ସମସ୍ତ ତାରକାଙ୍କ କ୍ୟାରିଅରର ସର୍ବାଧିକ ଆୟକାରୀ ଚଳଚ୍ଚିତ୍ର ପାଲଟିଛି । ଧୁରନ୍ଧର ମଧ୍ୟ ବଲିଉଡର ଦ୍ୱିତୀୟ ସର୍ବାଧିକ ଆୟକାରୀ ଫିଲ୍ମ ।