​​​​​​​ମାଲକାନଗିରି ୨୫।୭: ମାଲକାନଗିରି ଜିଲ୍ଲାରେ ପୁଣି ଠାବ ହେଲା ମାଓ ଡମ୍ପ୍‌ । ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳର ଯୋଡାଆମ୍ବ ଥାନା ଅର୍ନ୍ତଗତ ଓରାପଦର ଜଙ୍ଗଲରେ ମାଓ ଡମ୍ପ ଠାବ ହୋଇଛି।  ବିଏସଏଫ ଓ ଡିଭିଏଫ ବାହିନୀ ପକ୍ଷରୁ ସର୍ଚ୍ଚ ଅପରେସନ ଚାଲିଥିବା ବେଳେ ମାଓବାଦୀଙ୍କ ଏକ ବଡ ଡମ୍ପ୍ ଠାବ ହୋଇଛି ।

ମାଓବାଦୀଙ୍କ ଏହି ଡମ୍ପରୁ  ୩୨ଟି ଜିଲୋଟିନ ଷ୍ଟିକ୍, ୧୧ଟି ଡିଟୋନେଟର, ୫ ଶହ ଗ୍ରାମ ଗନ୍ ପାଉଡର, ୩ ମିଟର କୋଡେକ୍ସ ତାର, ସୋଲାର ପ୍ୟାନେଲ, ବ୍ୟାଟେରି ରେଡିଓ ଓ ବିଦ୍ୟୁତ ତାର ମିଳିଛି ।ସଂପୃକ୍ତ ଅଞ୍ଚଳରେ ମାଓ ଡମ୍ପ୍ ଠାବ ହେବା ପରେ ସେଠାରେ କମ୍ବିଂ ଅପରେସନକୁ ଜୋରଦାର କରାଯାଇଛି । ସ୍ବାଭିମାନ ଅଞ୍ଚଳରେ ମାଓବାଦୀଙ୍କ ଉପସ୍ଥିତି ରହିଛି କି ନାହିଁ ତାହାର ତନାଘନା କରୁଛି ପୋଲିସ ।