ମୁମ୍ୱାଇ,୧୧/୧୨: କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ହୋଇଥିବା 'ଧୁରନ୍ଧର' ଆଜି ସପ୍ତମ ଦିନରେ ପହଞ୍ଚିଛି । ପ୍ରଥମ ସପ୍ତାହ ଶେଷ ହେବା ପୂର୍ବରୁ ଫିଲ୍ମଟି ୨ଶହ କୋଟିରେ ପହଞ୍ଚ। "ଧୁରନ୍ଧର"ର କାହାଣୀ, ଆକ୍ସନ୍ ଏବଂ କ୍ୟାରେକ୍ଟଗୁଡ଼ିକ ଦର୍ଶକଙ୍କୁ ସମ୍ପୂର୍ଣ୍ଣ ମନୋରଞ୍ଜନ କରୁଛି ।
ତେବେ ଆଦିତ୍ୟ ଧରଙ୍କ ନିର୍ଦ୍ଦେଶିତ ଏହି ଆକ୍ସନ୍ ଥ୍ରୀଲରରେ ରଣବୀର ସିଂ, ଅକ୍ଷୟ ଖନ୍ନା, ସଞ୍ଜୟ ଦତ୍ତ, ଅର୍ଜୁନ ରାମପାଲ ଏବଂ ଆର. ମାଧବନଙ୍କ ଭଳି ପ୍ରମୁଖ କଳାକାର ଅଛନ୍ତି । ସମସ୍ତ ଚରିତ୍ର ଓ କାହାଣୀ ଦର୍ଶକଙ୍କ ମନକୁ ଛୁଇଁଛି । ଗୀତଗୁଡ଼ିକ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ । ଫିଲ୍ମଟି ପ୍ରଥମ ଦିନରେ ଫିଲ୍ମଟି ୨୮.୬୦ କୋଟି ଟଙ୍କା ସହ ଓପନିଂ କରିଥିଲା । ସେହିପରି ଦ୍ୱିତୀୟ ଦିନରେ ୩୩.୧୦ କୋଟି ଟଙ୍କା ଏବଂ ତୃତୀୟ ଦିନରେ ୪୪.୮୦ କୋଟି ଟଙ୍କା ଆୟ କରିଥିଲା । ଘରୋଇ ବକ୍ସ ଅଫିସରେ ଏହାର ପ୍ରଥମ ସପ୍ତାହରେ, ଧୁରନ୍ଧର ଭାରତରେ ମୋଟ ୧୦୬.୫୦ କୋଟି ଟଙ୍କା ଏବଂ ବିଶ୍ୱବ୍ୟାପୀ ୧୬୦.୧୫ କୋଟି ଟଙ୍କା ରୋଜଗାର କରିଥିଲା । ସେହିପରି ଚତୁର୍ଥ ଦିନରେ ୨୪.୩୦ କୋଟି ଟଙ୍କା ଏବଂ ପଞ୍ଚମ ଦିନରେ ୨୮.୬୦ କୋଟି ଟଙ୍କା ରୋଜଗାର କରିଥିଲା । ୫ମ ଦିନରେ ଭାରତରେ ୧୫୯.୪୦ କୋଟି ଟଙ୍କା ଆୟ କରି ଫିଲ୍ମଟି ୧୫୦ କୋଟି ଟଙ୍କା ପାର୍ କରିଛି ।
ସାକନିକଙ୍କ ଅନୁସାରେ, ଫିଲ୍ମଟି ଷଷ୍ଠ ଦିନରେ ୨୬.୫ କୋଟି ଟଙ୍କା ରୋଜଗାର କରିଛି । ଫଳରେ ଫିଲ୍ମର ମୋଟ କଲେକ୍ସନ ୧୮୦ କୋଟି ଟଙ୍କାରେ ପହଞ୍ଚିଛି ।ପ୍ରକାଶ ଥାଉକି, ରଣଭୀର ସିଂଙ୍କ ତାଙ୍କ କ୍ୟାରିୟରରେ ସବୁଠାରୁ ବଡ଼ ଓପନିଂ ଫିଲ୍ମ 'ଧୁରନ୍ଧର' । ଏହା ନିର୍ଦ୍ଦେଶକ ଆଦିତ୍ୟ ଧରଙ୍କ ପାଇଁ ମଧ୍ୟ ସମାନ ସ୍ୱତନ୍ତ୍ର। କାରଣ ଏହା ଉରି: ଦ ସର୍ଜିକାଲ୍ ଷ୍ଟ୍ରାଇକ୍ ପରେ ତାଙ୍କର ଦ୍ୱିତୀୟ ଫିଲ୍ମ । ଏହି ଫିଲ୍ମଟି ପୂର୍ବରୁ 'ଉରି'କୁ ପଛରେ ପକାଇ ସାରିଛି ।