ନୂଆଦିଲ୍ଲୀ,୨୧।୩: ବର୍ତ୍ତମାନ ସମୟରେ ଇସ୍ରାଏଲ-ଆମେରିକା-ଇରାନ ଯୁଦ୍ଧ ଦେଶ-ଦୁନିଆରେ ଚର୍ଚ୍ଚାରେ ରହିଛି। ହେଲେ ଅନ୍ୟପକ୍ଷେ ବଲିଉଡରେ ଧୁମ୍ ମଚାଇଛି ‘ଧୁରନ୍ଧର -୨‘। ବକ୍ସ ଅଫିସରେ ପୁଣିଥରେ ରହିଛି ଦମଦାର କଲେକ୍ସନ କରିଛି। ବଲିଉଡରୁ ନେଇ ସାଉଥ୍ ପର୍ଯ୍ୟନ୍ତ ‘ଧୁରନ୍ଧର-୨’ର ସ୍କ୍ରିନିଂ ବେଳେ ହଲ୍ରେ ମଜାଦାର ଘଟଣା ଦେଖିବାକୁ ମିଳିଛି। ଦେଶରେ ଅନେକ ଫିଲ୍ମ ହଲ୍ରେ ‘ଧୁରନ୍ଧର’ର ‘ଦୁଧ୍ ସୋଡ଼ା" ଆଇଡିଆକୁ ଅନୁକରଣ କରି ଷ୍ଟଲରେ ସମାନ ଶୈଳୀରେ ଖାଦ୍ୟ ଏବଂ ପାନୀୟ ବିକ୍ରି ହେଉଛି।

ଭାରତର ବହୁ ଫିଲ୍ମ ହଲ୍‌ରେ ‘ଧୁରନ୍ଧର-୨’ ସ୍କ୍ରିନି ବେଳେ ଏଭଳି ଷ୍ଟାଇଲ୍‌ରେ ବିକ୍ରି କରାଯାଉଥିବାର ଦେଖିବାକୁ ମିଳିଛି। ଏହାର ଭିଡିଓ ବି ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। ଫିଲ୍ମକୁ ନେଇ ଲୋକଙ୍କ ଭିତରେ ଏତେ ଅଧିକ କ୍ରେଜ୍ ଯେ, ‘ଧୁରନ୍ଧର-୨’ର ମହମ୍ମଦ ଆଲମ୍ ଭୂମିକାକୁ ସତ ସତିକା ଜୀବନରେ ଗ୍ରହଣ କରି ନେଇଛନ୍ତି। ଫିଲ୍ମରେ ମହମ୍ମଦ ଆଲମ ପାକିସ୍ତାନରେ ‘କ୍ଷୀର ସୋଡା’ ବିକ୍ରି କରୁଥିବାର ଦେଖିବାକୁ ମିଳିଥିଲା।

 
 
 
 
 
 
 
 
 
 
 
 
 
 
 

A post shared by Gaurav Gera (@gauravgera)

ଫିଲ୍ମର ଫାଷ୍ଟ ପାର୍ଟରେ ଗୌରବ ଗେରାଙ୍କ ଡାଇଲଗ୍ ‘ଡାର୍ଲିଂ ଡାର୍ଲିଂ ଦିଲ୍ କ୍ୟୁଁ ତୋଡା, ପି ଲୋ ପି ଲୋ ଆଲମ୍ ସୋଡା।’ ଏହା ଖୁବ୍ ପପୁଲାର ହୋଇଯାଇଥିଲା। ସୋସିଆଲ ମିଡିଆ ‘ଏକ୍ସ’ରେ ଏହାର କିଛି ଭିଡିଓ ସାମନାକୁ ଆସିଛି। ବିହାରର ପୂର୍ଣ୍ଣିଆରୁ ନେଇ କୋଏମ୍ବାଟୁର ଓ ତିରୁପୁରର ବ୍ରଡୱେ ସିନେମା ପର୍ଯ୍ୟନ୍ତ ନିଜର ମେନ୍ୟୁରେ ୨୦୦ ଟଙ୍କାର ‘ଦୁଧ୍ ସୋଡା’ ସାମିଲ କରିଛନ୍ତି। ଏବେ, 'ଧୁରନ୍ଧର ୨' ସ୍କ୍ରିନିଂ ସମୟରେ, ଅନେକ ଲୋକ ଫିଲ୍ମ ହଲରେ ଆଲାମ ଶୈଳୀରେ ‘ଦୁଧ୍ ସୋଡ଼ା ବିକ୍ରି କରୁଥିବାର ଦେଖିବାକୁ ମିଳିଛନ୍ତି, ଯାହା ଇଣ୍ଟରନେଟରେ ଦୃଷ୍ଟି ଆକର୍ଷଣ କରୁଛି।

ଫିଲ୍ମର ପ୍ରଥମ ପାର୍ଟ ‘ଧୁରନ୍ଧର’ ରେ, ଗୌରବ ଗେରା, ଯାହାଙ୍କ ଭୂମିକା ମହମ୍ମଦ ଆଲାମ, କରାଚୀର ଲ୍ୟାରି ଅଞ୍ଚଳରେ ରୁହନ୍ତି, ସେ ଜଣେ ଜୁସ୍ ଦୋକାନର ମାଲିକ। ମହମ୍ମଦ ଆଲାମ ହେଉଛି ସେହି କ୍ୟାରେକ୍ଟର ଯିଏ ହମଜା ଅଲି ମଜାରୀ ଅର୍ଥାତ ରଣଭୀର ସିଂହଙ୍କୁ ପାକିସ୍ତାନରେ ଏକ ସୁରକ୍ଷିତ ଆଶ୍ରୟସ୍ଥଳ ଯୋଗାଇଥାଏ। ଅନୁପ୍ରବେଶରେ ତାଙ୍କୁ ସମ୍ପୂର୍ଣ୍ଣ ସହାୟତା କରିଥାଏ। ମହମ୍ମଦ ଆଲାମ ବି ନିଜେ ଜଣେ ଭାରତୀୟ ସିକ୍ରେଟ୍ ଏଜେଣ୍ଟ।

ଗୌରବ ସୋସିଆଲ ମିଡିଆରେ ରଣବୀର ଅର୍ଥାତ୍ ହମଜାଙ୍କ ସହ ତାଙ୍କର ଫଟୋ ସେୟାର କରିଛନ୍ତି ଯେଉଁଥିରେ ଉଭୟ 'ଧୁରନ୍ଧର' ଏକାଠି ଦେଖାଯାଉଛି। ତାଙ୍କର ଏହି ଫଟୋ ସେୟାର କରି ଗୌରବ ଲେଖିଛନ୍ତି, ତୁ ମେରେ ପିଛେ ହମଜା, ମେଁ ତେରେ ପିଛେ।' ଏହି ପୋଷ୍ଟରେ ଲୋକମାନେ ତାଙ୍କ ଭୂମିକାକୁ ବି ଖୁବ୍ ପ୍ରଶଂସା କରିଛନ୍ତି।