ବେଲବାହାଳୀ,୨୭/୮(ଆପ୍ର): ଘସିପୁରା ବ୍ଲକ ଗଡବାନ୍ଧଗୋଡା ପଞ୍ଚାୟତ କୃଷ୍ଣପୁର ଗାଁରେ ଝାଡାବାନ୍ତି ଆତଙ୍କ।ଦୁଇ ଦିନରେ ୨୫ ରୁ ଊର୍ଦ୍ଧ୍ବ ଆକ୍ରାନ୍ତ। ସମସ୍ତେ ସ୍ଥାନୀୟ ସାଇଁକୁଳ ଗୋଷ୍ଠୀ ସ୍ବାସ୍ଥ୍ଯ କେନ୍ଦ୍ର ସମେତ ଆନନ୍ଦପୁର ଉପଖଣ୍ତ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି।
ଅଶୋଧିତ ପାଣି ଟାଙ୍କି ରୁ ପାଣି ପିଇବା କାରଣ ଯୋଗୁଁ ଝାଡ଼ା ବାନ୍ତି ହେଇଥିବା ଗ୍ରାମବାସୀ ଅନୁମାନ କରୁଛନ୍ତି ।ସେପଟେ ଝାଡାବାନ୍ତିର ପ୍ରକୃତ କାରଣ ଜଣାପଡୁ ନଥିବାରୁ ଆକ୍ରାନ୍ତଙ୍କ ସଂଖ୍ଯା ବୃଦ୍ଧି ପାଉଛି।ଫଳରେ ଗ୍ରାମବାସୀ ଭୟଭିତ ଅବସ୍ଥାରେ ଅଛନ୍ତି। ଗାଁକୁ ସ୍ବତନ୍ତ୍ର ଡାକ୍ତରୀ ଜଳ ପଠାଇ ପାଣିର ମାନ ଯାଞ୍ଚ ସହ ଝାଡାବାନ୍ତିର ପ୍ରକୃତ କାରଣ ଖୋଜିବାକୁ ଗ୍ରାମବାସୀ ପ୍ରଶାସନକୁ ନିବେଦନ କରିଛନ୍ତି।