ନୂଆଦିଲ୍ଲୀ,୨୮ \୭ : ସବୁବେଳେ ଅସ୍ଥିର ଅନୁଭବ କରିବା ଏବଂ କୌଣସି ଜିନିଷରେ ଧ୍ୟାନ ନ ଦେଇ ପାରିବା ଏନଜାଇଟ୍ ହୋଇ ଥାଇ ପାରେ । ଆଜିକାଲି ଜୀବନରେ ଷ୍ଟ୍ରେସ୍ ହେବା ଏକ ସାଧାରଣ ଘଟଣା । ବ୍ୟସ୍ତବହୁଳ ଜୀବନ, କାମର ଚାପ ଏବଂ ଘରର ଦାୟିତ୍ୱ ମାନସିକ ସ୍ୱାସ୍ଥ୍ୟକୁ ଖରାପ କରି ଦିଏ ।  ଅନେକ ରିପୋର୍ଟରୁ ଜଣାପଡିଛି ଯେ ,କିଛି ଲୋକଙ୍କୁ ଜଣା ବି ନଥାଏ କି ସେମାନେ ଚାପରେ ଅଛନ୍ତି ।  କିଛି ଲୋକ ଚାପକୁ, ଚିନ୍ତା ବୋଲି ଭାବି ଭୁଲ୍ କରନ୍ତି ।  ଅଧିକାଂଶ ଲୋକଙ୍କୁ ଏହା ଜଣା ନଥାଏ ଏପରି କାହିଁକି ହୁଏ, ଏହାର ଲକ୍ଷଣ କଣ । ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହାକୁ କିପରି ଦୂର କରିବେ ତାହା ବୁଝିପାରନ୍ତି ନାହିଁ ।

ରିସର୍ଚ୍ଚରୁ ଜଣା ପଡିଛି ଯେ ,ଶରୀରରେ ରକ୍ତ ଶର୍କରା ବଢ଼ିଲେ ମଧ୍ୟ ଏନଜାଇଟ୍ ହୋଇଥାଏ । ଡାକ୍ତରଙ୍କ ଅନୁସାରେ ଜାଣିବା ଯେ ଏନଜାଇଟ୍ ପ୍ରତିଦିନ ହେଉଥିବା ଷ୍ଟ୍ରେସ୍ ଠାରୁ କିପରି ଭିନ୍ନ । 

ଏନଜାଇଟ୍ ଏବଂ ଷ୍ଟ୍ରେସ୍ ମଧ୍ୟରେ ପାର୍ଥକ୍ୟ (ଚିନ୍ତା ବନାମ ଚାପ)

ମନସ୍ତତ୍ତ୍ୱବିଦ୍ ଡକ୍ଟର. ମେଘା ଅଗ୍ରୱାଲ କୁହନ୍ତି ଯେ, ଚାପ ଏବଂ ଚିନ୍ତା ସମାନ ଦେଖାଯାଇପାରେ, କିନ୍ତୁ ଏହା ସମାନ ନୁହେଁ । ଚାପ ସାଧାରଣତଃ ଏକ ନିର୍ଦ୍ଦିଷ୍ଟ କାରଣ ଯୋଗୁଁ ହୋଇଥାଏ ।  ଯେପରିକି ଅଫିସ୍ କାମ, ପରୀକ୍ଷା, ଆର୍ଥିକ ଚାପ, କିମ୍ବା ଘରୋଇ ସମସ୍ୟା । ଯେତେବେଳେ ସେହି କାରଣ ଦୂର ହୋଇଯାଏ, ଚାପ ଧୀରେ ଧୀରେ କମିଯାଏ । କିନ୍ତୁ ଏନଜାଇଟ୍ ରେ ଏପରି ହୁଏ ନାହିଁ । ଏହା ଏକ ନିରନ୍ତର ଭୟ ,ବିନା କାରଣରେ ବି ଏପରି ହୁଏ । ଆପଣଙ୍କୁ ବାରମ୍ବାର ଅନୁଭବ ହେବ ଯେ କିଛି ଖରାପ ଘଟିବାକୁ ଯାଉଛି, କିନ୍ତୁ ବାସ୍ତବରେ ସବୁକିଛି ଠିକ୍ ଚାଲିଥିବ । ଏହାହିଁ  ହେଉଛି ଷ୍ଟ୍ରେସ୍ ଏବଂ ଏନଜାଇଟ୍ ମଧ୍ୟରେ ସବୁଠାରୁ ବଡ଼ ପାର୍ଥକ୍ୟ । 

କେବଳ ମସ୍ତିଷ୍କ ନୁହେଁ, ଶରୀରକୁ ମଧ୍ୟ ପ୍ରଭାବିତ କରେ

ବିଶେଷଜ୍ଞମାନେ କୁହନ୍ତି ଯେ, ଚିନ୍ତା କେବଳ ଆପଣଙ୍କ ମନକୁ ପ୍ରଭାବିତ କରେ ନାହିଁ ଏହା ଆପଣଙ୍କ ଶରୀରକୁ ମଧ୍ୟ ପ୍ରଭାବିତ କରି ପାରେ । ଏହାର ଲକ୍ଷଣ ହେଉଛି ଦ୍ରୁତ ହୃଦସ୍ପନ୍ଦନ, ଦ୍ରୁତ ନିଶ୍ୱାସ , ଅତ୍ୟଧିକ ଝାଳ ବାହାରିବା, ହାତ ଥରିବା କିମ୍ବା ଶରୀରରେ ଘୋଳା ବିନ୍ଧା ହେବା ଭଳି ଅନୁଭବ ହେବା । କିଛି ଲୋକଙ୍କର ପେଟ ସମସ୍ୟା ମଧ୍ୟ ହୋଇଥାଏ । ଯେପରିକି ପେଟ ଖରାପ, ବାନ୍ତି, ଅସ୍ୱସ୍ତି, କିମ୍ବା ଶୌଚାଳୟ ଅଭ୍ୟାସରେ ପରିବର୍ତ୍ତନ । ଏପରି ଘଟେ କାରଣ ଆମର ମନ ଏବଂ ପେଟ ପରସ୍ପର ସହିତ ଜଡିତ । ଯେତେବେଳେ ମନ ବିରକ୍ତ ହୁଏ, ଏହାର ପ୍ରଭାବ ପେଟ ଉପରେ ବି ପଡ଼େ । 

ଏନଜାଇଟ୍ କୁ ହାଲୁକାରେ ନିଅନ୍ତୁ ନାହିଁ

ଡାକ୍ତର କହିଛନ୍ତି ଯେ, ଯଦି ଚିନ୍ତା ସପ୍ତାହେ କିମ୍ବା ମାସ ମାସ ଧରି ରହିଥାଏ ଏବଂ ଏଥିପାଇଁ ଆପଣଙ୍କ କାମ ଓ ଦୈନନ୍ଦିନ ଜୀବନ ପ୍ରଭାବିତ ହୁଏ, ତେବେ ଏହାକୁ ହାଲୁକା ଭାବରେ ନେବା ଉଚିତ୍ ନୁହେଁ । ମାନସିକ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସହ କଥା ହେବା ଗୁରୁତ୍ୱପୂର୍ଣ୍ଣ । 

ବେଳେବେଳେ ଚାପ ଅନୁଭବ କରିବା ସମ୍ପୂର୍ଣ୍ଣ ସ୍ୱାଭାବିକ ।  କିନ୍ତୁ ଯଦି ସମସ୍ୟା ଦୂର ହେବା ପରେ ମଧ୍ୟ ଚିନ୍ତା ଜାରି ରହେ, କିମ୍ବା ଏହା ଆପଣଙ୍କ ଦୈନନ୍ଦିନ ଜୀବନରେ ବାଧା ସୃଷ୍ଟି କରିବାକୁ ଆରମ୍ଭ କରେ, ତେବେ ଏହା କେବଳ ଚାପ ନୁହେଁ, ବରଂ ଚିନ୍ତା ହୋଇପାରେ । ଏପରି ପରିସ୍ଥିତିରେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ୍ ।