ଫୁଲବାଣୀ,୩୦/୫ : ଫୁଲବାଣୀ ଜିଲ୍ଲା ମୂଖ୍ଯ ଚିକିତ୍ସାଳୟରେ ସ୍ଥାପନ କରାଯାଇଛି ଡିଜିଟାଲ ଫିଡ଼ବ୍ୟାକ କିଓସ୍କ। ପ୍ରଧାନମନ୍ତ୍ରୀଙ୍କ ଡିଜିଟାଲ ଭାରତ ଆହ୍ବାନର ରୂପାୟନ ସ୍ବରୂପ କନ୍ଧମାଳ ଜିଲ୍ଲାରେ ଏହି ବ୍ୟବସ୍ଥାର ଶୁଭାରମ୍ଭ ହୋଇଛି। ବାଲରକ୍ଷା ଭାରତର ସହାୟତାରେ ଶୁକ୍ରବାର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ “ଫିଡ଼ବ୍ୟାକ କିଓସ୍କ”ର ଉଦ୍ଘାଟନ କରାଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଧିକ୍ଷକ ଡ଼ା. ଅକ୍ଷୟ କୁମାର ସାହୁ ଏହାର ଉଦଘାଟନ କରିଛନ୍ତି । ଏହି କିଓସ୍କ ଦ୍ୱାରା ଚିକିତ୍ସାଳୟରେ ସ୍ୱାସ୍ଥ୍ୟ ସେବା ପାଉଥିବା ରୋଗୀ ଓ ସହଯୋଗୀମାନେ ସ୍ୱତନ୍ତ୍ର ଓ ସରଳ ଉପାୟରେ ନିଜର ପ୍ରତିକ୍ରିୟା ଦେଇପାରିବେ। ଚିକିତ୍ସା ଓ ସେବାର ଗୁଣବତ୍ତାରେ ନିରନ୍ତରତା ଓ ସୁଧାର ଏହି ଯୋଜନାର ମୂଳ ଲକ୍ଷ୍ୟ।
ବାଲରକ୍ଷା ଭାରତର ଓଡିଶା ମୁଖ୍ୟ ଡ଼ଃ. ଅଭିଜିତ୍ ଭଦ୍ର ଯୋଗଦେଇ ବ୍ୟବସ୍ଥା ସମ୍ପର୍କରେ ସବିଶେଷ ବିବରଣୀ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଫୁଲବାଣୀ ସରକାରୀ ମେଡ଼ିକାଲ କଲେଜ ଅଧ୍ୟକ୍ଷ ଡ଼ା. ନରେନ୍ଦ୍ର ବେହେରା, ଜାତୀୟ ସ୍ୱାସ୍ଥ୍ୟ ମିଶନ ଡିପିଏମ ଗୀତାଞ୍ଜଳୀ ଦାସ, ଡି.ପି.ଏଚ.ଓ. ଡ଼ଃ କଲ୍ୟାଣୀ ମିଶ୍ର, ଡ଼ଃ ପ୍ରସନ୍ନ ତ୍ରିପାଠୀ, ପି..ଓ ସରୋଜଲତା ଦେଇ, ସ୍ଵାତୀ ଅନୁଷ୍ଠାନର ମୁଖ୍ୟ ଇଂ ହରିଶଙ୍କର ରାଉତ ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। ବାଲରକ୍ଷା ଭାରତର କାର୍ଯ୍ୟକାରୀ ବିଭାଗ ମୁଖ୍ୟ ପ୍ରଦୀପ ମିଶ୍ର ଦେଶରେ ପ୍ରଥମ ଥର ପାଇଁ ସରକାରୀ ଡାକ୍ତରଖାନାରେ ଏହି ବ୍ୟବସ୍ଥା ଆରମ୍ଭ କରାଯାଇଥିବା ସୂଚନା ଦେଇଥିଲେ।