ନୂଆଦିଲ୍ଲୀ: ରାତିରେ ପର୍ଯ୍ୟାପ୍ତ ପରିମାଣର ଶୋଇବା ପରେ ମଧ୍ୟ ଅନେକ ସମୟରେ ଉଠିବା ପରେ ଥକ୍କା ଲାଗିଥାଏ । ଦେହ, ହାତ ପୀଡ଼ା ହେବା ସହ ଦୁର୍ବଳ ଲାଗେ । କୌଣସି କାମ କରିବା ପାଇଁ ମନ ଲାଗେ ନାହିଁ । ଅଫିସ ଯିବାପରେ ମଧ୍ୟ କାମ କରିବାକୁ ଇଛା ହୁଏନି । ଏମିତି ଅନେକ ଲୋକ ଅନୁଭବ କରିଥିବେ ନିଶ୍ଚୟ । ଏହାକୁ ଅନେକ କୁହନ୍ତି ଅତ୍ୟଧିକ ଚାପ ଏବଂ ବ୍ୟସ୍ତ ବହୁତ ଜୀବନ ବୋଲି କୁହାଯାଏ । ମାତ୍ର ଏହା ଭୁଲ୍ । ଗୋଟିଏ ଖବରା ଅଭ୍ୟାସ ହେଉଛି ଏହାର ମୁଖ୍ୟ କାରଣ ।
ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଖାଦ୍ୟ ଗ୍ରହଣ ହେଉଛି କାରଣ । ଦିନରେ କାମ ବ୍ୟବସ୍ତତାରେ ଅଧିକ ଲୋକ କମ୍ ଖାଦ୍ୟ ଖାଇଥାନ୍ତି । ମାତ୍ର ରାତିରେ ଭଲ ନିଦ ହେବ ଭାବି ଅଧିକ ଖାଦ୍ୟ ଗ୍ରହଣ କରିଥାନ୍ତି । ପେଟପୂରା ଖାଇ ଶୋଇବା ଏହି ଥକ୍କାପଣର ବଡ଼ କାରଣ ବୋଲି ମଧ୍ୟ କୁହାଯାଏ । ରାତିରେ ଅଧିକ ଖାଇ ଶୋଇବା ଦ୍ବାରା ଶକ୍ତି ହ୍ରାସ ଏବଂ ସକାଳୁ ହାଲିଆ ଲାଗିଥାଏ ବୋଲି କୁହାଯାଏ ।
କୁହାଯାଏ କି, ଦିନରେ ପାଚନ ଶକ୍ତି ଅଧିକ ରହିଥାଏ । ମାତ୍ର ରାତିରେ ପାଚନ ଶକ୍ତି କମ୍ ରହିଥାଏ । ଶୋଇବା ପୂର୍ବରୁ ଅଧିକ ଖାଦ୍ୟ ଗ୍ରହଣ କଲେ ଏହା ପାଚନ ଠିକସେ ହୋଇପାରେ ନାହିଁ । ଦିନ ସାରା ଶରୀର କାମ କାମୁଥିବାବେଳେ ରାତିରେ ଧିର ହୋଇଯାଏ । ଶରୀର ଯେତେବେଳ ବିଶ୍ରାମ ନେବାକୁ ବସେ ସେତେବେଳେ ଭାରୀ ଖାଦ୍ୟ ଗ୍ରହଣ କରିବା ପାଚନ ହୁଏନାହିଁ । ଫଳରେ ସକାଳୁ ଅଧିକ ଥକ୍କା ଲାଗିଥାଏ । ତେବେ ସବୁବେଳେ କୌଣସି ସ୍ବାସ୍ଥ୍ୟ ସମନ୍ଧୀୟ କୌଣସି ସୂଚନା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।
ଏହାସହ ପଢ଼ନ୍ତୁ : Bigg Boss Bangla Season 3: ୧୦ ବର୍ଷ ପରେ ଫେରୁଛି ବିଗ୍ ବସ୍ ବଙ୍ଗଳା, ଉପସ୍ଥାପନା କରିବେ ସୌରଭ ଗାଙ୍ଗୁଲି